📘

WithTeachers

Learning Together

© WithTeachers

Designed with for a better world.
Class 1 ଗଣିତ ଖେଳ
ଚୁଲ୍‌ବୁଲି ବିଲେଇକୁ ଖୋଜିବା (ପ୍ରାକ୍-ଗଣନ ଧାରଣା)

ଚୁଲ୍‌ବୁଲି ବିଲେଇକୁ ଖୋଜିବା (ପ୍ରାକ୍-ଗଣନ ଧାରଣା) – Book Q A Class 1 ଗଣିତ ଖେଳ

   📝ପାଠରେ ଥିବା ଚିତ୍ରଗୁଡ଼ିକୁ ଦେଖ ଏବଂ ଠିକ ଶବ୍ଦରେ ଗୋଲ ବୁଲାଅ :   
 
        (୧) ନାଲି ବଲ୍‌ଟି ଖଟ ଉପରେ / ଖଟତଳେ / ଖଟପାଖରେ ଅଛି 
        ଉତ୍ତର: ନାଲି ବଲ୍‌ଟି ଖଟ ତଳେ ଅଛି ।     
   
        (୨) ବିଲେଇଟି କାର୍ ଭିତରେ / ବାହାରେ / ଉପରେ ଅଛି 
        ଉତ୍ତର: ବିଲେଇଟି କାର୍ ଉପରେ ଅଛି ।     
   
        (୩) ଲୋକଟି ଗଛ ତଳେ / ଗଛରେ / ଗଛଠାରୁ ଦୂରରେ ଶୋଇଛି   
        ଉତ୍ତର: ଲୋକଟି ଗଛ ତଳେ ଶୋଇଛି ।    
   
        (୪) ଗାଈଟି ଘର ଭିତରେ / ଉପରେ / ବାହାରେ ଅଛି   
        ଉତ୍ତର: ଗାଈଟି ଘର ବାହାରେ ଅଛି ।    
   
ଚିନ୍ତା କର ଓ କହ :
   
        (୧) ତୁମ ଜୋତାକୁ ତୁମେ କେଉଁଠାରେ ରଖ ? ଘର ଭିତରେ / ବାହାରେ 
        ଉତ୍ତର: ଘର ବାହାରେ ।    
   
        (୨) ତୁମେ ଅଳିଆ କେଉଁଠାରେ ପକାଅ ? ଅଳିଆ କୁଣ୍ଡ ଭିତରେ / ବାହାରେ 
        ଉତ୍ତର: ଅଳିଆ କୁଣ୍ଡ ଭିତରେ ।    

✨ ଗଣିତ ଖେଳ (ପ୍ରଥମ ଶ୍ରେଣୀ) ✨

📄 ପୃଷ୍ଠା ୧୬: ବଲ୍ ଫିଙ୍ଗିବା ଖେଳ 🏀

ଆସ ଖେଳିବା – ବଲ୍ ଫିଙ୍ଗିବା 🎯

  • 👦 ପ୍ରତ୍ୟେକ ପିଲା ଝୁଡ଼ି ଭିତରକୁ ବଲ୍ ଫିଙ୍ଗିବେ । ବଲ୍‌ଟି ଝୁଡ଼ି ଭିତରେ ପଡ଼ିଲେ ତାଳିମାରି ‘ୟଃ’ “ଭିତରେ” ବୋଲି କହିବେ । 👏🗑️
  • 😲 ବଲ୍‌ଟି ଝୁଡ଼ି ବାହାରେ ପଡ଼ିଲେ ଅନ୍ୟ ପିଲାମାନେ ଓହୋ, “ବାହାରେ” ବୋଲି କହିବେ । ❌

ଆସ କାମଟିକୁ କରିବା ✍️

(୧) ଭିତରେ ଥ‌ିବା ଜିନିଷ ଉପରେ ଠିକ (✔️) ଚିହ୍ନ ଦିଅ । ✅

👩‍🏫 ଶିକ୍ଷକଙ୍କ ପାଇଁ ସୂଚନା: ଶିକ୍ଷଣ କାର୍ଯ୍ୟଟି ଏପରି ହେବା ଉଚିତ ଯେପରି ଅଲଗା ଅଲଗା ଦକ୍ଷତା ସଂପନ୍ନ ପ୍ରତ୍ୟେକ ପିଲା ଅଂଶଗ୍ରହଣ କରିବାକୁ ସୁଯୋଗ ପାଇବେ, ଯେପରି- ବଲ୍‌ରେ ଘୁଙ୍ଗୁର ବାନ୍ଧିବା ଓ ଝୁଡ଼ିର ଭିତର ପାର୍ଶ୍ବରେ ଟିଣ ପ୍ଲେଟ ଲଗାଇବା, ଯଦ୍ୱାରା ବଲ୍‌ଟି ଭିତରେ ପଡ଼ିଲେ ବା ବାହାରେ ପଡ଼ିଲେ, ଅଲଗା ଅଲଗା ଶବ୍ଦକୁ ପିଲାମାନେ ଚିହ୍ନଟ କରିପାରିବେ । 🔔👂

📄 ପୃଷ୍ଠା ୧୭: ଆସ କାମଟିକୁ କରିବା 🎨

  • (୨) ବାହାରେ ଥିବା ଜିନିଷଗୁଡ଼ିକରେ ଠିକ (✔️) ଚିହ୍ନ ଦିଅ । 🌳🏡
  • (୩) ଚିତ୍ରକୁ ଦେଖ୍ ଉପଯୁକ୍ତ ଶବ୍ଦରେ ଠିକ (✔️) ଚିହ୍ନ ଦିଅ । 👁️👇
    • 👉 ପିଲାଟି ଗଛ ଉପରେ / ତଳେ ବସିଛି । 👦🌳
    • 👉 ଚଢ଼େଇମାନେ ଗଛ ଉପରେ / ଗଛ ତଳେ ଅଛନ୍ତି । 🐦🌳
  • (୪) ଚିତ୍ରରେ ନାକ ତଳେ, ହସୁଥ‌ିବା ପାଟି ଓ ଆଖୁ ଉପରେ ଭୂଲତା ଅଙ୍କନ କର । 👃👄✏️

📄 ପୃଷ୍ଠା ୧୮: ଆମ ଜାତୀୟ ପତାକା 🇮🇳

(୫) ଆମ ଜାତୀୟ ପତାକାକୁ ଦେଖ, ଯାହା ତ୍ରିରଙ୍ଗା ଭାବରେ ପରିଚିତ । ସେଥୁରେ କେତୋଟି ରଙ୍ଗ ଅଛି ? ଠିକ ଉତ୍ତରରେ (✔️) ଚିହ୍ନ ଦିଅ । ✅

  • 🔸 ତ୍ରିରଙ୍ଗାର ଉପର ଭାଗରେ କେଉଁ ରଙ୍ଗ ଅଛି ?
  • 🟩 ତ୍ରିରଙ୍ଗାରେ ଧଳା ରଙ୍ଗ ତଳେ କେଉଁ ରଙ୍ଗ ଅଛି ?
    (କ) ଧଳା / ନାରଙ୍ଗୀ / ସବୁଜ    (ଖ) ଗୋଲାପୀ / ନାରଙ୍ଗୀ / ସବୁଜ
  • 🤍 ତ୍ରିରଙ୍ଗାରେ ସବୁଜ ରଙ୍ଗ ଉପରେ କେଉଁ ରଙ୍ଗ ଅଛି ?
    ଧଳା / ନାରଙ୍ଗୀ / ହଳଦିଆ
  • 🔵 ତ୍ରିରଙ୍ଗାରେ ଅଶୋକ ଚକ୍ର କେଉଁଠାରେ ଅଛି ?
    ଗୋଟିଏ କୋଣରେ / ମଝିରେ / ଗୋଟିଏ କଡ଼ରେ
👩‍🏫 ଶିକ୍ଷକଙ୍କ ପାଇଁ ସୂଚନା: ଆମେ କେବେ, କେଉଁଠାରେ ଏବଂ କାହିଁକି ଜାତୀୟ ପତାକା ଉତ୍ତୋଳନ କରୁ, ପିଲାମାନଙ୍କ ସହ ଆଲୋଚନା କରନ୍ତୁ । 🗣️ ପିଲାମାନେ ଜାତୀୟ ଉତ୍ସବ ବିଷୟରେ ସେମାନଙ୍କର ଭାବନା ପ୍ରକାଶ କରନ୍ତୁ । ପ୍ରତ୍ୟେକ ପିଲାକୁ ତ୍ରିରଙ୍ଗା ତିଆରି କରି ତ୍ରିରଙ୍ଗା ଆଡ଼କୁ ମୁହଁ କରି ଠିଆହୋଇ ଜାତୀୟ ସଙ୍ଗୀତ ଗାନ କରିବାକୁ କହନ୍ତୁ । 🎶🙌