ଖାଦ୍ୟର ରହସ୍ୟ : ସ୍ୱାସ୍ଥ୍ୟ ଓ ସୁସ୍ଥତା – Study Material Class 5 ଆମ ବିଚିତ୍ର ବିଶ୍ବ
🔴 ୧. ଦିଶାର ଅନୁସନ୍ଧାନ ଏବଂ ରହସ୍ୟ - ୧ (ପାଉଁରୁଟି କାହିଁକି ନଷ୍ଟ ହେଲା?) 🍞
-
ଶୁକ୍ରବାର ଦିନ ସ୍କୁଲରେ ଛାଡ଼ିଦେଇଥିବା ଟିଫିନ୍ ବାକ୍ସକୁ ଦିଶା ସୋମବାର ଦିନ ଖୋଲିବାରୁ ସ୍ଵାଦିଷ୍ଟ ପାଉଁରୁଟିରୁ ଦୁର୍ଗନ୍ଧ ବାହାରିଲା ଓ ସେଥିରେ ରଙ୍ଗୀନ ଦାଗ ଦେଖାଗଲା।
-
ଭାଇ ଆଦିତ୍ୟ ବୁଝାଇଲେ ଯେ, ସେହି ରଙ୍ଗୀନ ଦାଗଗୁଡ଼ିକ ହେଉଛି ଫିମ୍ପି କିମ୍ବା 'ଅଣୁଜୀବ' (Microbes), ଯାହା ଖାଦ୍ୟରେ ବୃଦ୍ଧି ପାଇ ତାହାକୁ ନଷ୍ଟ କରିଦିଅନ୍ତି ଏବଂ ଖାଦ୍ୟର ସ୍ଵାଦ ଓ ବାସ୍ନା ବଦଳାଇ ଦିଅନ୍ତି।
-
ଅଣୁଜୀବମାନେ ଏତେ ଛୋଟ ଯେ ତାଙ୍କୁ କେବଳ ଅଣୁବୀକ୍ଷଣ ଯନ୍ତ୍ର (Microscope) ସାହାଯ୍ୟରେ ଦେଖିହେବ।
-
ହଜାର ହଜାର ଫିମ୍ପି ମିଶି ଏକ ଦଳ ବା 'କଲୋନୀ' ଗଠନ କରୁଥିବାରୁ ଆମେ ତାହାକୁ ଖାଲି ଆଖିରେ ଦେଖିପାରୁ।
-
କିଛି ଅଣୁଜୀବ ଆମକୁ ଦହି ପ୍ରସ୍ତୁତ କରିବାରେ ଏବଂ ଖାଦ୍ୟ ହଜମ କରିବାରେ ମଧ୍ୟ ସାହାଯ୍ୟ କରନ୍ତି।
-
ଫଳାଫଳ - ୧: ଅଣୁଜୀବମାନେ ଆମ ଚତୁଃପାର୍ଶ୍ଵରେ ଥିବା ମୃଭିକା, ବାୟୁ, ଜଳ, ଉଦ୍ଭିଦ, ପ୍ରାଣୀ ଏବଂ ଆମ ଶରୀର ଭିତରେ ମଧ୍ୟ ଦେଖାଯାଆନ୍ତି।
🟠 ୨. ରହସ୍ୟ - ୨ (କିଛି ଖାଦ୍ୟ ଶୀଘ୍ର ନଷ୍ଟ ହୋଇଯାଏ କାହିଁକି?) 🦠
-
ଦୁଇ ଦିନ ତଳର ପିଠା ନଷ୍ଟ ହୋଇଯାଇଥିଲା, କିନ୍ତୁ ଜେଜେମା ଦୁଇମାସ ପୂର୍ବରୁ ପ୍ରସ୍ତୁତ କରିଥିବା ଆଚାର ନଷ୍ଟ ହୋଇନଥିଲା କାରଣ ସେଥିରେ ତେଲ ମିଶାଯାଇଥିଲା।
-
ଅଣୁଜୀବମାନଙ୍କର ବୃଦ୍ଧି ପାଇଁ ୩ଟି ଜିନିଷ ଆବଶ୍ୟକ: ଆର୍ଦ୍ରତା, ବାୟୁ ଏବଂ ଉପଯୁକ୍ତ ତାପମାତ୍ରା।
-
ଫଳାଫଳ - ୨: ଆମ୍ଭେମାନେ ଅଣୁଜୀବମାନଙ୍କୁ ଜଳ ଓ ବାୟୁ ଠାରୁ ଦୂରେଇ ରଖୁବା ଉଚିତ୍।
🟡 ୩. ରହସ୍ୟ - ୩ (ଖାଦ୍ୟ ସଂରକ୍ଷଣର ଉପାୟ) 🛡️
-
☀️ ଶୁଖାଇବା: ଖରାରେ ଲଙ୍କା ଶୁଖାଇ ଗୁଣ୍ଡ କଲେ ତାହା ଏକ ବର୍ଷ ରହେ। ଫଳାଫଳ - ୩: ଖରାରେ ଶୁଖାଇବା ଦ୍ଵାରା ଜଳୀୟ ଅଂଶ ଦୂର ହୁଏ, ଯାହା ବିନା ଅଣୁଜୀବ ବଢ଼ିପାରନ୍ତି ନାହିଁ।
-
🛢️ ତେଲ ମିଶ୍ରଣ: ଆଚାରରେ ସୋରିଷ ତେଲ ମିଶାଯାଏ। ଫଳାଫଳ - ୪: ତେଲ ବାୟୁ ପ୍ରବେଶକୁ ରୋକି ଅଣୁଜୀବଙ୍କ ବୃଦ୍ଧିକୁ ନିୟନ୍ତ୍ରଣ କରେ।
-
❄️ ଶୀତଳୀକରଣ (ଫ୍ରିଜ୍): କ୍ଷୀର, ପନିପରିବା, ଲହୁଣୀ ଓ କେକ୍ ଫ୍ରିଜ୍ରେ ରଖାଯାଏ। ଫଳାଫଳ - ୫: ତାପମାତ୍ରା ହ୍ରାସ ଅଣୁଜୀବମାନଙ୍କ ବୃଦ୍ଧିକୁ ନିୟନ୍ତ୍ରଣ କରେ।
-
🧂 ଅନ୍ୟାନ୍ୟ ଉପାୟ: ଲୁଣ, ଚିନି ଓ ଗୋଲମରିଚ ଆଦି ବ୍ୟବହାର କରାଯାଏ। ଫଳାଫଳ - ୬: ଖାଦ୍ୟ ସଂରକ୍ଷଣ କରିବାର ଅନେକ ଉପାୟ ରହିଛି।
🟢 ୪. ଲହୁଣୀରୁ ଘିଅ ପ୍ରସ୍ତୁତି ପ୍ରଣାଳୀ (ପୁସ୍ତକର ବିଶେଷ ଚିତ୍ର ତଥ୍ୟ) 🧈
ଲହୁଣୀକୁ ଫ୍ରିଜ୍ରେ ରଖାଯାଏ କିନ୍ତୁ ଘିଅକୁ ବାହାରେ ରଖାଯାଏ। ଘିଅ ପ୍ରସ୍ତୁତିର ସୋପାନ: ୧. ଲହୁଣୀକୁ ଗରମ କରାଯାଏ। ୨. ଲହୁଣୀରୁ ଜଳ ଅଲଗା ହୁଏ। ୩. ଜଳ ବାଷ୍ପୀଭୂତ ହୁଏ। ୪. ଘିଅ ପ୍ରସ୍ତୁତ ହୁଏ।
🔵 ୫. ଉପକାରୀ ଅଣୁଜୀବ ଏବଂ ଘରୋଇ ଉପଚାର 🥣
-
ଫଳାଫଳ - ୭: ବାୟୁରେ ଥିବା ଅଣୁଜୀବ ଇଡ୍ଲିକୁ ଫୁଲାଇବାରେ ସାହାଯ୍ୟ କରନ୍ତି।
-
ବଦହଜମି ହେଲେ ଦହି କିମ୍ବା ଘୋଳଦହି ଦିଆଯାଏ, କାରଣ ସେଥିରେ ଥିବା ଉପକାରୀ ଅଣୁଜୀବ ପାକସ୍ଥଳୀରେ ହଜମରେ ସାହାଯ୍ୟ କରନ୍ତି। ଯଦି ସମସ୍ୟା ଗୁରୁତର ହୁଏ, ତେବେ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ୍।
-
ଫଳାଫଳ - ୮: ବେଳେବେଳେ ଖରାପ ଖାଦ୍ୟ ଅଭ୍ୟାସ ମଧ୍ଯ ବଦହଜମିର କାରଣ ହୋଇପାରେ।
🟣 ୬. ମୋର ଖାଦ୍ୟ, ମୋର ଗର୍ବ ଏବଂ ଋତୁକାଳୀନ ଫଳ 🍓
-
ପରିବାରର ଖାଦ୍ୟ ଅଭ୍ୟାସ ଗୋଟିଏ ପିଢ଼ିରୁ ଅନ୍ୟ ପିଢ଼ିକୁ ଯାଇଥାଏ।
-
ଜେଜେବାପା ବଜାରରୁ ଫଳ ଓ ପରିବା କିଣିବା ପୂର୍ବରୁ ଭଲଭାବରେ ପରଖି ନିଅନ୍ତି।
-
ଋତୁକାଳୀନ ଫଳ (ଯଥା: ବର୍ଷାରେ ଲିଚୁ) ଅପେକ୍ଷା କରି ଖାଇବାର ମଜା ନିଆରା।
-
ଫଳାଫଳ - ୯: ଫଳଗୁଡ଼ିକୁ ସେମାନଙ୍କର ଋତୁ ଅନୁସାରେ ଖାଇଲେ, ଅଧୂକ ସ୍ଵାଦିଷ୍ଟ ଲାଗେ।
🟤 ୭. ଦାନ୍ତର କାର୍ଯ୍ୟ ଏବଂ ମୁଖଗହ୍ବର ପରିଚ୍ଛନ୍ନତା 🦷
-
କର୍ତନ ଦାନ୍ତ: କାଟିବା ପାଇଁ। ଶ୍ବାନ ଦାନ୍ତ: ଚିରିବା ପାଇଁ। ଚର୍ବଣ ଦାନ୍ତ: ଗୁଣ୍ଡ କରିବା ପାଇଁ। ପେଷଣ ଦାନ୍ତ: ପେଷିବା ପାଇଁ।
-
ଫଳାଫଳ - ୧୦: ଖାଦ୍ୟକୁ ଠିକ୍ ଭାବରେ ଚୋବାଇଲେ ଏହା ଛୋଟ ଖଣ୍ଡ ହୁଏ ଓ ଲାଳ ବାହାରି ହଜମରେ ସାହାଯ୍ୟ କରେ।
-
ଫଳାଫଳ - ୧୧: ବିଭିନ୍ନ ପ୍ରକାର ଦାନ୍ତର କାର୍ଯ୍ୟ ଭିନ୍ନଭିନ୍ନ ଅଟେ।
-
ଡାକ୍ତରଙ୍କ ଉପଦେଶ ଅନୁସାରେ ଖାଇବା ପରେ ପାଟି କୁଳି କରିବା, ନିୟମିତ ଦାନ୍ତ ଘଷିବା ଏବଂ କମ୍ ମିଠା ଖାଇବା ଆବଶ୍ୟକ।
-
ଫଳାଫଳ - ୧୨: ମୁଖଗହ୍ବରର ପରିଚ୍ଛନ୍ନତା ଗୁରୁତ୍ଵପୂର୍ଣ୍ଣ ଅଟେ ଏବଂ ଦାନ୍ତ ବିନ୍ଧିଲେ ଚିକିତ୍ସକଙ୍କ ପରାମର୍ଶ ନେବା ଉଚିତ୍।
-
ଫଳାଫଳ - ୧୩: ଖାଇବା ସମୟରେ ଶ୍ବାସରୁଦ୍ଧ ନହେବା ପାଇଁ ଧୀରେ ଧୀରେ ଖାଇବା ଉଚିତ୍ ଏବଂ ଖାଦ୍ୟ ପାଟିରେ ଥିଲା ବେଳେ କଥା କହିବା କିମ୍ବା ହସିବା ଅନୁଚିତ୍।
💡 ୮. "ତୁମେ ଜାଣିଛ କି?" (ଗୁରୁତ୍ୱପୂର୍ଣ୍ଣ ସାଧାରଣ ଜ୍ଞାନ ତଥ୍ୟ) 📚
-
ମାଣ୍ଡିଆଜାତୀୟ ଶସ୍ୟ ଏବଂ ଡାଲି ଜାତୀୟ ଶସ୍ୟ ଉତ୍ପାଦନରେ ଭାରତ ପୃଥିବୀରେ ସର୍ବବୃହତ ରାଷ୍ଟ୍ର ଏବଂ କଦଳୀ ଉତ୍ପାଦନରେ ମଧ୍ୟ ଅନ୍ୟତମ।
-
ଅଧିକାଂଶ ପାରମ୍ପରିକ ଭାରତୀୟ ଥାଳିଗୁଡ଼ିକ ସୁଷମ ଖାଦ୍ୟ ସମ୍ପନ୍ନ ଅଟେ।
-
ଭାରତର ଲୋକମାନେ ସାଧାରଣତଃ ହାତ ସାହାଯ୍ୟରେ ଖାଆନ୍ତି, ଯାହା ଖାଦ୍ୟର ପ୍ରକାର ଜାଣିବା ଏବଂ ହଜମ ପାଇଁ ପାକସ୍ଥଳୀକୁ ପ୍ରସ୍ତୁତ ରଖିବାରେ ସାହାଯ୍ୟ କରେ।
-
ଓଡ଼ିଶାର ବାସି ପଖାଳ ଓ କାଞ୍ଜି ଉପକାରୀ ଅଣୁଜୀବରେ ଭରପୂର ଥାଏ ଏବଂ ଶରୀରକୁ ଥଣ୍ଡା ରଖେ।
-
ଜଳକୁ ଥଣ୍ଡା ରଖିବା ପାଇଁ ମାଟିପାତ୍ର (ମାଠିଆ) ବ୍ୟବହାର କରାଯାଏ।
-
ଅତୀତରେ ଗୋଲମରିଚ ଏତେ ଲୋକପ୍ରିୟ ଥିଲା ଯେ ଭାସ୍କୋଡ଼ାଗାମା ସମୁଦ୍ର ପାର ହୋଇ ଭାରତ ଆସିଥିଲେ।
-
ମନୁଷ୍ୟମାନଙ୍କ ପୂର୍ବରୁ ବିରୁଡ଼ି ଭଳି କୀଟପତଙ୍ଗମାନେ ତାଙ୍କ ଲାର୍ଭା ପାଇଁ ଖାଦ୍ୟ ସଂରକ୍ଷଣ କରୁଥିଲେ।
-
ଭାରତର ପୂର୍ବାଞ୍ଚଳରେ ବାଉଁଶକୁ ଘର ତିଆରି, ଜାଳେଣି ଏବଂ ବାଉଁଶ କରଡ଼ିକୁ ସୁଆଦିଆ ତରକାରୀ ରୂପେ ବ୍ୟବହାର କରାଯାଏ।
-
କାରଖାନାଗୁଡ଼ିକରେ ଖାଦ୍ୟକୁ ଅଣୁଜୀବମୁକ୍ତ କରିବାପାଇଁ ବାୟୁରୁଦ୍ଧ ପାତ୍ର ଏବଂ ପ୍ୟାକେଟ୍ ମଧ୍ୟରେ ରଖାଯାଏ।
📝 ୯. ଆସ ଚିନ୍ତା କରିବା (ଅଧ୍ୟାୟ ଶେଷ ପ୍ରଶ୍ନାବଳୀ ଓ ସାରଣୀ) 🧠
-
ପ୍ରଶ୍ନ ୧: କେତେକ ଖାଦ୍ୟଦ୍ରବ୍ୟ କିଛି ସପ୍ତାହ ଧରି ଭଲ ରହୁଥିବାବେଳେ ଆଉ କେତେକ ଖୁବ୍ କମ୍ ଦିନରେ ନଷ୍ଟ ହୋଇଯାଏ କାହିଁକି? (ଉତ୍ତର: ଆର୍ଦ୍ରତା, ବାୟୁ ଓ ତାପମାତ୍ରାର ଉପସ୍ଥିତି କାରଣରୁ)।
-
ପ୍ରଶ୍ନ ୨: ଦୁଇଦିନର କ୍ଷେତ୍ର ପରିଭ୍ରମଣ ପାଇଁ ୫ଟି ଖାଦ୍ୟ ସାମଗ୍ରୀର ତାଲିକା ଏବଂ ସଂରକ୍ଷଣ ଉପାୟ।
-
ପ୍ରଶ୍ନ ୩: ଖାଦ୍ୟ ସଂରକ୍ଷଣ ବିନା ଏକ ବିଶ୍ଵର କଳ୍ପନା ଓ ଏହାର ପରିଣାମ ବିଷୟରେ ଆଲୋଚନା।
ପ୍ରଶ୍ନ ୪: ନିମ୍ନଲିଖିତ ତଥ୍ୟଗୁଡ଼ିକୁ ମେଳ କର (ସମ୍ପୂର୍ଣ୍ଣ ସାରଣୀ ଉତ୍ତର):
| ସାମଗ୍ରୀ | ସଂରକ୍ଷଣର ପଦ୍ଧତି | ଉତ୍ପାଦ |
|
ଆମ୍ବ
|
ଖରାରେ ଶୁଖାଇବା |
ଆମ୍ବୁଲ
|
|
ପାମ୍ପଡ଼
|
ଖରାରେ ଶୁଖାଇବା |
ଶୁଖୁଲା ପାମ୍ପଡ଼
|
|
ବିଭିନ୍ନ ଫଳ
|
(ଚିନି/ସିଝାଇବା) |
ଜେଲି/ ଜାମ୍
|
|
ଲେମ୍ବୁ
|
(ତେଲ/ଲୁଣ ପ୍ରୟୋଗ) |
ଲେମ୍ବୁ ଆଚାର
|
|
ବଟର୍ (ଲହୁଣୀ)
|
(ଗରମ କରିବା) |
ଘିଅ
|
|
ବଟା ବିରି
|
(ଖରାରେ ଶୁଖାଇବା) |
ବଡ଼ି
|
| (ଲଙ୍କା) | (ଖରାରେ ଶୁଖାଇବା) |
ଲଙ୍କାଗୁଣ୍ଡ
|
|
ମାଛ
|
(ଖରାରେ ଶୁଖାଇବା) |
ଶୁଖୁଆ
|