कबीर के दोहे (पद्य) – Study Material Class 8 Hindi Kalika
🖋️ लेखक परिचय (Writer Details)
संत कबीर दास जी का जन्म सन् 1398 ई. में हुआ था। वे एक ऐसे संत थे जो करघे पर कपड़ा और मन में कविता बुनते-बुनते बहुत प्रसिद्ध हो गए। उनकी रचनाएँ मुख्य रूप से 'कबीर ग्रंथावली' में संगृहीत हैं। कबीर के दोहों को 'साखी' भी कहा जाता है, जो उनके अपार ज्ञान और अनुभव के साक्ष्य हैं। कबीर की रचनाएँ हमें जीवन की सच्चाई को गहराई से समझने और एक अच्छा मनुष्य बनने की श्रेष्ठ प्रेरणा देती हैं।
✨ महत्वपूर्ण शब्द (Vocabulary) ✨
➡️ पेड़ (Ped) - Tree - ଗଛ
➡️ पानी (Paani) - Water - ପାଣି
➡️ पाँय (Paany) - Feet - ପାଦ
➡️ सुभाय (Subhaay) - Nature - ସ୍ଵଭାବ
➡️ गोविंद (Govind) - God - ଭଗବାନ
➡️ औरन (Auran) - Others - ଅନ୍ୟମାନଙ୍କୁ
➡️ पंथी (Panthi) - Traveler - ପଥିକ / ବାଟୋଇ
➡️ आपा (Aapa) - Ego - ଅହଂକାର
➡️ निंदक (Nindak) - Critic - ନିନ୍ଦା କରୁଥିବା ବ୍ୟକ୍ତି
➡️ बलिहारी (Balihaari) - Sacrifice - ନ୍ୟୋଚ୍ଛାବର
➡️ थोथा (Thotha) - Useless - ସାରହୀନ / ଅଦରକାରୀ
▬▬▬▬▬▬▬▬▬▬▬▬▬▬▬▬▬▬▬▬▬▬▬▬▬▬▬▬▬▬▬▬▬▬▬▬▬▬▬▬
📖 1. अनुच्छेद अनुसार व्याख्या (Paragraph-wise Explanation)
▬▬▬▬▬▬▬▬▬▬▬▬▬▬▬▬▬▬▬▬▬▬▬▬▬▬▬▬▬▬▬▬▬▬▬▬▬▬▬▬
🔲 पद्य / दोहा 1
📜 मूल पाठ: गुरु गोविंद दोऊ खड़े, काके लागौं पाँय।
बलिहारी गुरु आपने, गोविंद दियो बताय ।।
ଓଡିଆ ଅନୁବାଦ (Odia Meaning):
➡️ ଗୁରୁ ଗୋବିନ୍ଦ ଦୋଊ ଖଡ଼େ, କାକେ ଲାଗୌଁ ପାଁୟ - ମୋ ସାମ୍ନାରେ ଗୁରୁ ଏବଂ ଭଗବାନ ଉଭୟ ଠିଆ ହୋଇଛନ୍ତି, ମୁଁ ପ୍ରଥମେ କାହାର ପାଦ ଛୁଇଁବି କିମ୍ବା କାହାକୁ ପ୍ରଣାମ କରିବି?
➡️ ବଲିହାରୀ ଗୁରୁ ଆପନେ, ଗୋବିନ୍ଦ ଦିୟୋ ବତାୟ - କବି କହୁଛନ୍ତି ମୁଁ ପ୍ରଥମେ ମୋର ଗୁରୁଙ୍କୁ ହିଁ ପ୍ରଣାମ କରିବି କାରଣ ଗୁରୁ ହିଁ ମୋତେ ଭଗବାନଙ୍କୁ ପାଇବାର ଠିକ୍ ବାଟ ଦେଖାଇଛନ୍ତି।
🔲 पद्य / दोहा 2
📜 मूल पाठ: साधू ऐसा चाहिए, जैसा सूप सुभाय।
सार सार को गहि रहै, थोथा देइ उड़ाय ।।
ଓଡିଆ ଅନୁବାଦ (Odia Meaning):
➡️ ସାଧୂ ଐସା ଚାହିଏ, ଜୈସା ସୂପ ସୁଭାୟ - ଜଣେ ସାଧୁ ବା ଭଲ ମଣିଷର ସ୍ଵଭାବ ଏକ କୁଲା (ସୂପ) ପରି ହେବା ନିହାତି ଦରକାର।
➡️ ସାର ସାର କୋ ଗହି ରହୈ, ଥୋଥା ଦେଇ ଉଡ଼ାୟ - ଯେପରି କୁଲା ଭଲ ଶସ୍ୟକୁ ନିଜ ପାଖରେ ରଖି ଅଗାଡ଼ି କିମ୍ବା ଅଦରକାରୀ ଜିନିଷକୁ ଉଡ଼ାଇ ଦିଏ, ସେହିପରି ସାଧୁ ବ୍ୟକ୍ତି କେବଳ ଭଲ ଏବଂ ସାର କଥା ଗ୍ରହଣ କରନ୍ତି ଏବଂ ଖରାପ ଗୁଣଗୁଡ଼ିକୁ ତ୍ୟାଗ କରନ୍ତି।
🔲 पद्य / दोहा 3
📜 मूल पाठ: ऐसी बानी बोलिए मन की आपा खोय।
औरन को सीतल करै, आपहुँ सीतल होय ।।
ଓଡିଆ ଅନୁବାଦ (Odia Meaning):
➡️ ଐସୀ ବାନୀ ବୋଲିଏ ମନ କୀ ଆପା ଖୋୟ - ଆମକୁ ଆମ ମନରୁ ସବୁ ଅହଂକାର ଛାଡ଼ି ଏପରି ମଧୁର ଏବଂ ସୁନ୍ଦର କଥା କହିବା ଉଚିତ୍।
➡️ ଔରନ କୋ ସୀତଲ କରୈ, ଆପହୁଁ ସୀତଲ ହୋୟ - ଯାହା ଅନ୍ୟମାନଙ୍କୁ ଶାନ୍ତି ଓ ଖୁସି ଦେବା ସହିତ ନିଜ ମନକୁ ମଧ୍ୟ ବହୁତ ଶୀତଳ ଅର୍ଥାତ୍ ଆନନ୍ଦିତ ରଖିଥାଏ।
🔲 पद्य / दोहा 4
📜 मूल पाठ: बड़ा हुआ तो क्या हुआ, जैसे पेड़ खजूर ।
पंथी को छाया नहीं, फल लागै अति दूर ।।
ଓଡିଆ ଅନୁବାଦ (Odia Meaning):
➡️ ବଡ଼ା ହୁଆ ତୋ କ୍ୟା ହୁଆ, ଜୈସେ ପେଡ଼ ଖଜୂର - କେବଳ ବଡ଼ କିମ୍ବା ଧନୀ ହୋଇଗଲେ କୌଣସି ଲାଭ ନାହିଁ ଯଦି ଆପଣ ଅନ୍ୟର ଉପକାର ନ କରନ୍ତି, ଠିକ୍ ଯେମିତି ଗୋଟିଏ ଖଜୁରୀ ଗଛ।
➡️ ପନ୍ଥୀ କୋ ଛାୟା ନହୀଁ, ଫଲ ଲାଗୈ ଅତି ଦୂର - ତାହା ବହୁତ ଉଚ୍ଚା ହୋଇଥିଲେ ମଧ୍ୟ ବାଟୋଇକୁ ଟିକିଏ ବି ଛାଇ ଦିଏ ନାହିଁ ଏବଂ ଏହାର ଫଳ ମଧ୍ୟ ବହୁତ ଉଚ୍ଚରେ ଫଳିଥାଏ ଯାହାକୁ ତୋଳିବା ଅତି କଷ୍ଟକର।
🔲 पद्य / दोहा 5
📜 मूल पाठ: निंदक नियरे राखिए, आँगन कुटी छवाय।
बिन पानी साबुन बिना, निर्मल करे सुभाय ।।
ଓଡିଆ ଅନୁବାଦ (Odia Meaning):
➡️ ନିନ୍ଦକ ନିୟରେ ରାଖିଏ, ଆଁଗନ କୁଟୀ ଛବାୟ - ଆମକୁ ନିନ୍ଦା କରୁଥିବା କିମ୍ବା ସମାଲୋଚନା କରୁଥିବା ଲୋକଙ୍କୁ ସବୁବେଳେ ନିଜ ପାଖରେ ରଖିବା ଉଚିତ୍, ଦରକାର ପଡ଼ିଲେ ନିଜ ଅଗଣାରେ ତାଙ୍କ ପାଇଁ ଏକ ଛୋଟ ଘର ତିଆରି କରି ଦେବା ଉଚିତ୍।
➡️ ବିନ ପାନୀ ସାବୁନ ବିନା, ନିର୍ମଲ କରେ ସୁଭାୟ - କାରଣ ସେମାନେ ଆମର ଭୁଲ୍ ଦେଖାଇ ବିନା ପାଣି ଓ ସାବୁନରେ ଆମ ସ୍ଵଭାବକୁ ସମ୍ପୂର୍ଣ୍ଣ ନିର୍ମଳ ଏବଂ ପବିତ୍ର କରିଦିଅନ୍ତି।
▬▬▬▬▬▬▬▬▬▬▬▬▬▬▬▬▬▬▬▬▬▬▬▬▬▬▬▬▬▬▬▬▬▬▬▬▬▬▬▬
📗 3. ସାରାଂଶ (Odia Summary)
▬▬▬▬▬▬▬▬▬▬▬▬▬▬▬▬▬▬▬▬▬▬▬▬▬▬▬▬▬▬▬▬▬▬▬▬▬▬▬▬
କବୀର ଦାସଙ୍କର ଏହି ଦୋହାଗୁଡ଼ିକ ଆମ ସାଧାରଣ ଦୈନନ୍ଦିନ ଜୀବନ ପାଇଁ ବହୁତ ଉପଯୋଗୀ ଅଟେ । ପ୍ରଥମ ଦୋହାରେ କବି ବୁଝାଇଛନ୍ତି ଯେ ଗୁରୁଙ୍କ ସ୍ଥାନ ଭଗବାନଙ୍କ ଠାରୁ ମଧ୍ୟ ବହୁତ ବଡ଼ ଅଟେ, କାରଣ ଗୁରୁ ହିଁ ଆମକୁ ଭଗବାନଙ୍କ ପାଖରେ ପହଞ୍ଚିବାର ଠିକ୍ ରାସ୍ତା ଦେଖାଇଥାଆନ୍ତି । ଦ୍ୱିତୀୟ ଦୋହାରେ କୁହାଯାଇଛି ଯେ, ମଣିଷର ସ୍ଵଭାବ କୁଲା ପରି ହେବା ଆବଶ୍ୟକ, ଯାହା ସବୁବେଳେ ଭଲ ଗୁଣକୁ ଗ୍ରହଣ କରେ ଓ ଖରାପ ଗୁଣକୁ ବାହାରକୁ ଫୋପାଡି ଦିଏ । ତୃତୀୟ ଦୋହାରେ ନିଜ ମନରୁ ଅହଂକାର ଛାଡ଼ି ମଧୁର ବାଣୀ କହିବାକୁ ଉପଦେଶ ଦିଆଯାଇଛି, ଯାହାଦ୍ୱାରା ନିଜକୁ ଓ ଅନ୍ୟ ସମସ୍ତଙ୍କୁ ଶାନ୍ତି ମିଳିଥାଏ । ଚତୁର୍ଥ ଦୋହାରେ ଖଜୁରୀ ଗଛର ପ୍ରସଙ୍ଗ ମାଧ୍ୟମରେ କବି କହିଛନ୍ତି ଯେ, ଯେଉଁ ବଡ଼ପଣ ବା ଧନ ଅନ୍ୟର ଉପକାରରେ ଆସେନାହିଁ, ତାହା ସମ୍ପୂର୍ଣ୍ଣ ମୂଲ୍ୟହୀନ ଅଟେ । ଶେଷ ଦୋହାରେ କବି ସମାଲୋଚକମାନଙ୍କୁ ନିଜ ପାଖରେ ବା ଅଗଣାରେ ରଖିବାକୁ ପରାମର୍ଶ ଦିଆଯାଇଛି, କାରଣ ସେମାନେ ଆମର ଭୁଲ୍ ବାହାର କରି ଆମ ଚରିତ୍ରକୁ ବିନା ସାବୁନ ଓ ବିନା ପାଣିରେ ନିର୍ମଳ ଏବଂ ସଫା କରିଦିଅନ୍ତି ।
▬▬▬▬▬▬▬▬▬▬▬▬▬▬▬▬▬▬▬▬▬▬▬▬▬▬▬▬▬▬▬▬▬▬▬▬▬▬▬▬
🎯 4. विद्यार्थियों के लिए सुझाव / ଛାତ୍ରଛାତ୍ରୀଙ୍କ ପାଇଁ ପରାମର୍ଶ
▬▬▬▬▬▬▬▬▬▬▬▬▬▬▬▬▬▬▬▬▬▬▬▬▬▬▬▬▬▬▬▬▬▬▬▬▬▬▬▬
😊 ପିଲାମାନେ ଏହି ଦୋହାଗୁଡ଼ିକୁ ସୁନ୍ଦର କବିତା ଆକାରରେ ବାରମ୍ବାର ଗାଇ ଗାଇ ମନେ ରଖିବାକୁ ଚେଷ୍ଟା କରନ୍ତୁ।
😊 ପ୍ରତ୍ୟେକ ଦୋହାର ଗୋଟିଏ ମୁଖ୍ୟ ଶବ୍ଦ (ଯେପରିକି ଗୁରୁ, ସୂପ, ବାନୀ, ଖଜୂର, ନିନ୍ଦକ) କୁ ମନେ ରଖନ୍ତୁ ଯାହାଦ୍ୱାରା ପୂରା ଧାଡ଼ି ସହଜରେ ମନେ ପଡ଼ିଯିବ।
😊 ମନେ ରଖିବା ପାଇଁ ଏହି ନୈତିକ ଶିକ୍ଷାଗୁଡ଼ିକୁ ନିଜର ଦୈନନ୍ଦିନ ଜୀବନରେ ପ୍ରୟୋଗ କରନ୍ତୁ, ଯେମିତି ସମସ୍ତଙ୍କ ସହ ମିଠା କଥା କହିବା।
😊 କଠିନ ଶବ୍ଦର ଅର୍ଥକୁ ନିଜ ମାତୃଭାଷାରେ (ଓଡିଆରେ) ଖାତାରେ ଲେଖି ରଖନ୍ତୁ ଯାହାଦ୍ୱାରା ଦୋହାର ପ୍ରକୃତ ଅର୍ଥ ବୁଝିବା ଅତି ସହଜ ହୋଇଯିବ।
▬▬▬▬▬▬▬▬▬▬▬▬▬▬▬▬▬▬▬▬▬▬▬▬▬▬▬▬▬▬▬▬▬▬▬▬▬▬▬▬
👩🏫 5. शिक्षकों के लिए सुझाव / ଶିକ୍ଷକମାନଙ୍କ ପାଇଁ ପରାମର୍ଶ
▬▬▬▬▬▬▬▬▬▬▬▬▬▬▬▬▬▬▬▬▬▬▬▬▬▬▬▬▬▬▬▬▬▬▬▬▬▬▬▬
😊 शिक्षकों को यह पाठ 'गायन और चर्चा विधि' (Singing & Discussion Method) से रोचक ढंग से पढ़ाना चाहिए।
😊 कक्षा में दोहों को अच्छी लय और सुर के साथ गाकर सुनाएँ ताकि बच्चे भी उसी सुर में गाकर आनंद लें और आसानी से सीखें।
😊 इस पूरे पाठ को अच्छी तरह समझाने के लिए 3 Periods का समय लेना चाहिए।
😊 पहले Period में संत कबीर का संक्षिप्त परिचय और पहले दो दोहे अर्थ सहित लय के साथ पढ़ाएँ।
😊 दूसरे Period में बचे हुए तीन दोहे पढ़ाएँ और सभी कठिन शब्दों के अर्थ ब्लैकबोर्ड पर लिखकर समझाएँ।
😊 तीरे Period में प्रश्न-उत्तर, जीवनोपयोगी नैतिक मूल्यों (Moral Values) पर विस्तृत चर्चा और Classroom Activities करवाएँ।
😊 Discussion Idea: कक्षा में बच्चों से एक बहुत अच्छा प्रश्न पूछें कि 'यदि संसार में कोई गुरु या शिक्षक नहीं होता तो क्या होता?'
😊 Classroom Activity: बच्चों को दो या तीन समूहों में बाँटकर अंताक्षरी की तरह 'दोहा-पठन प्रतियोगिता' (Doha Recitation Competition) करवा सकते हैं जिससे उनमें उत्साह बढ़ेगा।