📘

WithTeachers

Learning Together

© WithTeachers

Designed with for a better world.
Class 9 ଜୀବ ବିଜ୍ଞାନ
ଖାଦ୍ୟ ସଂପଦର ଉନ୍ନତିକରଣ

ଖାଦ୍ୟ ସଂପଦର ଉନ୍ନତିକରଣ – Study Material Class 9 ଜୀବ ବିଜ୍ଞାନ

 🌱   ଖାଦ୍ୟ ସଂପଦ (Food Resources)

ଜୀବଜଗତରେ ସମସ୍ତ ପ୍ରାଣୀ ବଞ୍ଚିବା ପାଇଁ ଖାଦ୍ୟ ଉପରେ ନିର୍ଭର କରିଥାନ୍ତି।

  • ସବୁଜ ଉଦ୍ଭିଦ ଓ ନୀଳ ହରିତ୍ ଶୈବାଳ କେବଳ ନିଜର ଖାଦ୍ୟ ନିଜେ ପ୍ରସ୍ତୁତ କରିପାରିଥାନ୍ତି

  • ସେଥିପାଇଁ ଏମାନଙ୍କୁ ସ୍ବ-ଭୋଜୀ (Autotrophs) ବୋଲି କୁହାଯାଏ

  • ପ୍ରାଣୀ ଓ ଅନ୍ୟ ଜୀବମାନେ ନିଜର ଖାଦ୍ୟ ପାଇଁ ମୁଖ୍ୟତଃ ସବୁଜ ଉଦ୍ଭିଦ ଓ ଅନ୍ୟ ପ୍ରାଣୀମାନଙ୍କ ଉପରେ ସମ୍ପୂର୍ଣ୍ଣ ରୂପେ ନିର୍ଭରଶୀଳ

  • ଏଣୁ ସେମାନଙ୍କୁ ପରଭୋଜୀ (Heterotrophs) କୁହାଯାଏ

  • ମଣିଷ ନିଜ ଖାଦ୍ୟର ଆବଶ୍ୟକ‌ତା ପାଇଁ ମୁଖ୍ୟତଃ କୃଷି ଓ ପଶୁପାଳନ ଉପରେ ନିର୍ଭର କରିଆସୁଅଛି

  • ବର୍ତ୍ତମାନର ବର୍ଦ୍ଧିତ ଜନସଂଖ୍ୟା, ଜଳବାୟୁ ପରିବର୍ତ୍ତନ ତଥା ଚାଷ ଜମିର ହ୍ରାସ ଯୋଗୁଁ ଉତ୍ପାଦନ ବଢ଼ାଇବା କ୍ଷେତ୍ରରେ ଅନେକ ପ୍ରତିବନ୍ଧକ ସୃଷ୍ଟି ହେଉଛି

  • ପ୍ରାଣୀଜ ଖାଦ୍ୟ ଉତ୍ପାଦନ ବୃଦ୍ଧି ନିମନ୍ତେ କୃଷି ସହ ପଶୁପାଳନ, କୁକୁଡ଼ା ପାଳନ, ମତ୍ସ୍ୟ ଚାଷ ଓ ମହୁମାଛି ପାଳନ ଭଳି ମିଶ୍ରିତ କୃଷି ଉପରେ ଗୁରୁତ୍ବ ଦେବାକୁ ପଡିବ

🌾   ଶସ୍ୟ ଜାତୀୟ ଖାଦ୍ୟ (Cereals and Crops)

ଆମେ ବିଭିନ୍ନ ପ୍ରକାରର ଫସଲରୁ ଆମ ଶରୀର ପାଇଁ ଆବଶ୍ୟକ ପୋଷକ ତତ୍ତ୍ୱ ପାଇଥାଉ।

  • ଗହମ, ଧାନ, ମକା ଓ ମାଣ୍ଡିଆ ଆଦି ଶସ୍ୟ ଜାତୀୟ ଖାଦ୍ୟରୁ ଶର୍କରା ମିଳିଥାଏ

  • ମୁଗ, ହରଡ଼, ବିରି ଆଦି ଡାଲି ଜାତୀୟ ଖାଦ୍ୟରୁ ପୁଷ୍ଟିସାର ମିଳିଥାଏ

  • ଚିନାବାଦାମ, ସୂର୍ଯ୍ୟମୁଖୀ ଆଦି ତୈଳବୀଜ ଜାତୀୟ ଖାଦ୍ୟରୁ ଖାଇବା ତେଲ ମିଳେ

  • ପନିପରିବାରୁ ବିଭିନ୍ନ ଭିଟାମିନ୍ ଓ ଧାତୁସାର (Minerals) ଆମକୁ ମିଳିଥାଏ

  • ବର୍ଷାଦିନେ ଚାଷ କରାଯାଉଥିବା ଫସଲକୁ ଖରିଫ ଶସ୍ୟ (Kharif) କୁହାଯାଏ

  • ଶୀତଦିନେ ଚାଷ କରାଯାଉଥିବା ଫସଲକୁ ରବି (Rabi) ଫସଲ କୁହାଯାଏ

  • ଆମ ଦେଶରେ 1960 ଠାରୁ 2004 ମସିହା ମଧ୍ୟରେ ଚାଷ ଜମିର ପରିମାଣରେ ମାତ୍ର 25% ବୃଦ୍ଧି ଘଟିଥିଲେ ମଧ୍ୟ, ଶସ୍ୟ ଉତ୍ପାଦନ କ୍ଷେତ୍ରରେ 4 ଗୁଣ ବୃଦ୍ଧି ଘଟିଛି

  • ଏହା ଉଚ୍ଚ ଗୁଣବତ୍ତା ସମ୍ପନ୍ନ ମଞ୍ଜିର ଚୟନ, ପୋଷକର ସଠିକ୍ ବ୍ୟବହାର ଓ ଫସଲ ସଂରକ୍ଷଣର ସୁପରିଚାଳନା ଯୋଗୁଁ ସମ୍ଭବ ହୋଇପାରିଛି

💡 Trick to Remember: ରିଫ୍ = ରାପ ପାଗ (ବର୍ଷାଦିନ), ବି = ଜେଇ ଘୋଡ଼େଇ ହେବା ଦିନ (ଶୀତଦିନ)।

🧬   ଶସ୍ୟର ଉନ୍ନତୀକରଣ (Crop Improvement)

  • ସାଧାରଣତଃ ଉଦ୍ଭିଦ ପ୍ରଜନନ (Plant Breeding) ଓ ସୁସ୍ଥ ଉଭିଦର ଚୟନ ଦ୍ବାରା ଶସ୍ୟର ଗୁଣବତ୍ତା ଏବଂ ଉତ୍ପାଦନରେ ବୃଦ୍ଧି କରାଯାଇଥାଏ

  • ଭାରତରେ 70 ଦଶକରେ ପ୍ରଫେସର ଏମ. ଏସ. ସ୍ଵାମୀନାଥନ୍‌ଙ୍କ ସହଯୋଗରେ ସଂଗଠିତ ହୋଇଥିବା ''ସବୁଜ ବିପ୍ଳବ'' (Green Revolution) ଯୋଗୁଁ ନୂଆ କିସମର ଖାଦ୍ୟ ଶସ୍ୟର ପ୍ରଚଳନ କରାଯାଇପାରିଥିଲା

  • ନୂଆଦିଲ୍ଲୀର ଭାରତୀୟ କୃଷି ଗବେଷଣା ପରିଷଦ (ICAR), କଟକର କେନ୍ଦ୍ରୀୟ ଧାନ ଗବେଷଣା କେନ୍ଦ୍ର (CRRI) ଏବଂ ଭୁବନେଶ୍ୱରର ଓଡ଼ିଶା କୃଷି ବିଶ୍ଵବିଦ୍ୟାଳୟ (OUAT) ର ପ୍ରଚେଷ୍ଟା ଫଳରେ ବିଭିନ୍ନ ଉନ୍ନତ ଓ ନୂତନ କିସମର ଧାନ ତଥା ଅନ୍ୟାନ୍ୟ ଫସଲ ପ୍ରଚଳନ ହୋଇ ଆସୁଅଛି

  • ଲୁଥର ବୁରବ୍ୟାଙ୍କ (Luther Burbank) ପ୍ରଥମେ ପ୍ରମାଣିତ କରିଥିଲେ ଯେ ପ୍ରାକୃତିକ ପରାଗଣ ଦ୍ବାରା ନୂତନ ଉଦ୍ଭିଦ ସୃଷ୍ଟି କରାଯାଇପାରିବ

  • ଗ୍ରେଗର ମେଣ୍ଡେଲ (Greger Mendel) ଆନୁବଂଶୀକ ବିଭିନ୍ନତା (Genetic Variation) ସମ୍ଭବ ବୋଲି ସୂଚାଇ ଉଦ୍ଭିଦ ପ୍ରଜନନ ବିଦ୍ୟାର ମୂଳଦୁଆ ପକାଇଥିଲେ

  • ଜୈବ ପ୍ରଯୁକ୍ତିବିଦ୍ୟା (Biotechnology) ର ଅଗ୍ରଗତି ଫଳରେ ପରୀକ୍ଷାଗାରର କାଚନଳୀ ଭିତରେ (In-Vitro) ବହୁ କମ୍ ସମୟ ମଧ୍ଯରେ ଅତି ଗୁଣବତ୍ତା ସମ୍ପନ୍ନ ଉଦ୍ଭିଦ ଉତ୍ପନ୍ନ କରାଯାଇପାରୁଛି ଯାହାକୁ "ଜିନୀୟ ବିପ୍ଳବ" (Gene revolution) କୁହାଯାଏ

🧪   ପୋଷକର ବ୍ୟବହାର (Use of Nutrients)

ଉଦ୍ଭିଦ ନିଜର ବୃଦ୍ଧି ଓ ବିକାଶ ପାଇଁ ସ୍ଥୂଳ ଓ ସୂକ୍ଷ୍ମ ପୋଷକ ଆବଶ୍ୟକ କରିଥାଏ, ଯାହା ସେ ଜଳ, ବାୟୁ ଓ ମୃଭିକାରୁ ସଂଗ୍ରହ କରେ। ଏହା ଦୁଇ ପ୍ରକାରର:

📌 1. ରାସାୟନିକ ସାର (Chemical Fertilizers):

  • ଉଦ୍ଭିଦ ପାଇଁ ଆବଶ୍ୟକୀୟ ଯବକ୍ଷାରଜାନ, ଫସ୍‌ଫରସ୍ ଓ ପୋଟାସିୟମ୍ ଭଳି ପୋଷକ ରାସାୟନିକ ସାରରୁ ମିଳିଥାଏ

  • ଏହା ସରଳ ସାର (ଗୋଟିଏ ମୁଖ୍ୟ ଉପାଦାନ) ଏବଂ ଯୌଗିକ ସାର (ଦୁଇଟି ବା ଅଧିକ ଉପାଦାନ) ଭାବରେ ମିଳିଥାଏ

  • ଏହାର ମାତ୍ରାଧିକ ବ୍ୟବହାର ଜଳପ୍ରଦୂଷଣ ସମସ୍ୟା ସୃଷ୍ଟି କରିଥାଏ ଓ ମୃତ୍ତିକାର ଉର୍ବରତା କମାଇଦିଏ

📌 2. ଜୈବସାର (Manures):

  • ଏହା ଉଦ୍ଭିଦ ତଥା ପ୍ରାଣୀମାନଙ୍କର ଦେହାବଶେଷ ଓ ମଳମୂତ୍ରର ଅପଘଟନ ପ୍ରକ୍ରିୟା ଦ୍ଵାରା ଉତ୍ପନ୍ନ ହୋଇଥାଏ

  • ଗୋବରଖତ, କମ୍ପୋଷ୍ଟ (Compost), ସବୁଜସାର (Green Mannure), ଏବଂ ଭର୍ମି କମ୍ପୋଷ୍ଟ ବା ଜିଆଖତ (Vermi Compost) ଆଦି ଏହାର ଉଦାହରଣ

  • ସବୁଜସାର ପାଇଁ ଚାଷ ଜମିରେ ପ୍ରକୃତ କୃଷିକାର୍ଯ୍ୟ ଆରମ୍ଭ ପୂର୍ବରୁ ଛଣ, ଗୁଁଆର, ଧନିଚା, ବରଗୁଡ଼ି ଆଦି ବିହନ ବୁଣାଯାଏ ଓ ଗଛ ହେବାପରେ ତାକୁ ହଳକରି ମାଟିରେ ମିଶାଇ ଦିଆଯାଏ

  • ଜୈବ ଉର୍ବରକ ବା ବାଇଓଫର୍ଟିଲାଇଜର (Biofertilizer) ଭାବରେ ଆଜାଟୋବ୍ୟାକ୍ଟର, କ୍ଳେଷ୍ଟ୍ରଡିୟମ, ରାଇଜୋବିୟମ୍, ନୀଳ ହରିତ୍ ଶୈବାଳ (BGA), ଏଜୋଲା ଆଦି ଅଣୁଜୀବ ବ୍ୟବହୃତ ହୁଅନ୍ତି ଯେଉଁମାନେ ବାୟୁମଣ୍ଡଳର ଯବକ୍ଷାରଜାନକୁ ବିବନ୍ଧିତ କରନ୍ତି

🚜  ଜୈବିକ କୃଷି (Organic Farming)

  • ଭାରତ ଓ ବିଶେଷକରି ଓଡ଼ିଶାର କେତେକ ଆଦିବାସୀ ବହୁଳ ଜିଲ୍ଲା ଯଥା: କୋରାପୁଟ, କନ୍ଧମାଳ, ବୌଦ୍ଧ ଓ ନବରଙ୍ଗପୁର ଆଦିରେ ଜୈବିକ କୃଷି ଦ୍ଵାରା ହଳଦୀ ଓ ଅଦାଚାଷ କରାଯାଏ

  • ଏହା ଏକ ପୋଷଣୀୟ କୃଷି ପଦ୍ଧତି (Sustainable Agriculture) ହୋଇଥିବାରୁ ପରିବେଶ ଉପରେ ଏହାର କୌଣସି ଅନିଷ୍ଟକାରୀ ପ୍ରଭାବ ନଥାଏ

🛡️   ଫସଲର ସଂରକ୍ଷଣ (Crop Protection)

କୃଷି କ୍ଷେତ୍ରରେ ପୀଡ଼କ କୀଟ (Insect Pest) ଫସଲର ପ୍ରାୟ 50-70% ଶସ୍ୟ ନଷ୍ଟ କରିଦେଇଥାନ୍ତି। ପୀଡ଼କ କୀଟ ମୁଖ୍ୟତଃ ତିନି ପ୍ରକାରର ସମସ୍ୟା ସୃଷ୍ଟି କରନ୍ତି: (୧) ମୂଳ, କାଣ୍ଡ ବା ପତ୍ରକୁ କାଟିବା, (୨) ଉଦ୍ଭିଦରୁ ଖାଦ୍ୟ ଶୋଷଣ କରିବା, ଓ (୩) ଫଳ ଓ କାଣ୍ଡକୁ କଣା କରି ଦେବା। ଏଗୁଡିକୁ ନିୟନ୍ତ୍ରଣ କରିବା ପାଇଁ ପୀଡ଼କନାଶୀ (Pesticides) ବ୍ୟବହାର କରାଯାଏ ଯେଉଁଥିରେ ତୃଣକମାର ଓ କବକମାରୀ ଅନ୍ତର୍ଭୁକ୍ତ

ଅନ୍ୟାନ୍ୟ ନିୟନ୍ତ୍ରଣ ଉପାୟଗୁଡିକ ହେଲା:

📌 1. ପୋକ ଓ ରୋଗ ପ୍ରତିରୋଧକ ବିହନ ବ୍ୟବହାର।

📌 2. ଫସଲ ପର୍ଯ୍ୟାୟ ଏବଂ ମିଶ୍ରିତ ଫସଲ ଚାଷର ପ୍ରଚଳନ।

📌 3. ଶସ୍ୟ ଓ ବିହନ ବୁଣିବା ସମୟର ପରିବର୍ତ୍ତନ।

📌 4. ସୁସ୍ଥ ବିହନର ଚୟନ ଓ ବିଶୋଧନ।

📌 5. ଖରାଟିଆ ଚାଷ।

📌 6. ଜଳର ସୁବିନିଯୋଗ।

ମୁଖ୍ୟ ଫସଲଗୁଡ଼ିକରେ ପୀଡ଼କ କୀଟ ନିୟନ୍ତ୍ରଣ ପାଇଁ ପଦକ୍ଷେପ:

📌 1. ଧାନ (Rice) ଫସଲ:

  • ଗନ୍ଧି ପୋକ: ଏମାନେ ଫୁଲ ଧରିବା ସମୟରେ ଆକ୍ରମଣ କରନ୍ତି। ଏହାକୁ ନିୟନ୍ତ୍ରଣ କରିବା ପାଇଁ ମନୋକ୍ରୋଟଫସ୍, ନୁଭାନ କିମ୍ବା କ୍ଲୋରଫାଇରିଫସ୍ ସ୍ପ୍ରେ କରାଯାଏ

  • ପତ୍ରଡିଆଁ ପୋକ: ଏମାନେ ଗଣ୍ଠିକୁ କାଟି କାଣ୍ଡକୁ ପୋଲା କରି ଟିସୁକୁ ଖାଆନ୍ତି ଏବଂ ପତ୍ର ମଧ୍ୟ ରୋଗାକ୍ରାନ୍ତ ହୁଏ। ଏଥିପାଇଁ ମନୋକ୍ରୋଟଫସ୍ ବା କାରବାରିଲ୍ ସ୍ପ୍ରେ କରାଯାଏ

📌 2. ଗହମ (Wheat) ଫସଲ:

  • ଗୁଝିଆ ଶୁଣ୍ଢା ପୋକ: ଲାର୍ଭା (Larva) ମୂଳକୁ ଖାଇ ନଷ୍ଟ କରେ ଏବଂ ପୂର୍ଣାଙ୍ଗ ପୋକ ବନ୍ଧିତ ଅଂଶକୁ କାଟି ପକାଏ। ବିହନ ବୁଣିବା ଆଗରୁ ମାଟିରେ ଆଲଡ୍ରିନ୍ ପାଉଡ଼ର ମିଶାଯାଏ

  • କାଣ୍ଡବିନ୍ଧା ମାଛି: ଏମାନଙ୍କ ଛୁଆ ପତ୍ରମୂଳ ସନ୍ଧିବାଟେ କାଣ୍ଡରେ କଣା କରି ଟିସୁକୁ ଖାଇ ସଢ଼ାଇ ଦିଅନ୍ତି। ବିହନ ବୁଣିବା ବେଳେ ମାଟିରେ ଫୋରେଟ୍ ପ୍ରୟୋଗ କରାଯାଏ

📌 3. ଆଖୁ (Sugarcane) ଫସଲ:

  • ଅଗ ବିନ୍ଧା ପୋକ ବା ସଅଳ କାଣ୍ଡବିନ୍ଧା ପୋକ: ଏହାର ଶୂକ କାଣ୍ଡର ମୂଳ ପାଖରେ କଣା କରି ମଞ୍ଜିକୁ କାଟି ଖାଏ। ଫୋରେଟ୍ ଦାନା ବିଷ ଫସଲରେ କାଣ୍ଡର ମୂଳରେ ପ୍ରୟୋଗ କରାଯାଏ

  • ଧଳାଗ୍ରବ୍ (ବିଟଲ୍): ଏହାର ଶୂକ ମୂଳକୁ ଭକ୍ଷଣ କରନ୍ତି ଏବଂ ପୂର୍ଣାଙ୍ଗ ବିଟଲ୍ ପତ୍ର ଭକ୍ଷଣ କରେ। ବିହନ ସିଆରରେ ଲଗାଇ ମାଟି ଘୋଡ଼ାଇବା ପୂର୍ବରୁ ଲିନ୍‌ଡେନ୍ ଜଳସହ ସିଆରରେ ପ୍ରୟୋଗ କରାଯାଏ କିମ୍ବା ଏନ୍‌ଡୋସଲ୍‌ଫେନ୍ ବ୍ୟବହାର କରାଯାଏ

📌 4. ଚିନାବାଦାମ୍ (Groundnut) ଫସଲ:

  • ପତ୍ରଡିଆଁ ପୋକ (Leaf Miner): ଶୂକ ଉଦ୍ଭିଦର ପ୍ରଧାନ ବାୟବୀୟ ଅଂଶକୁ କଣା କରି ତଳଆଡ଼କୁ ଗୋଟିଏ ସୁଡ଼ଙ୍ଗ ସୃଷ୍ଟି କରେ ଓ ନରମ ଟିସୁକୁ ଭକ୍ଷଣ କରିଥାଏ, ତଥା ପତ୍ର ତଳୁ କଣା କରି ରସ ଶୋଷି ଖାଆନ୍ତି। ଫସଲ ଲଗାଇବା ପୂର୍ବରୁ ଜମିରେ ଥାଇମେଟ୍ ବା ଫୋରେଟ୍ ଦାନା ବିଷ ମିଶାଯାଏ

📌 5. ସୋରିଷ (Mustard) ଫସଲ:

  • ଜଉପୋକ: ପୂର୍ଣାଙ୍ଗ ଓ ଛୋଟ ପୋକ ପତ୍ର ପୁଷ୍ପ, ବୃତ୍ତି, କଷିରେ ଦଳ ସହ ଲାଗି ରହି ରସ ଶୋଷି ଖାଆନ୍ତି। ଏଥିପାଇଁ ମେଟାସିସ୍କୋକ୍‌ସ ବ୍ୟବହାର କରାଯାଏ

  • ଚିତ୍ରିତ ଶୋଷକ ପୋକ: ମଞ୍ଜି ଧରି ଆସିବା ଅବସ୍ଥାରେ ଏମାନେ ରସ ଶୋଷି ଖାଆନ୍ତି। ମାଲାଥିଅନ୍ ପାଉଡ଼ର ଡଷ୍ଟର ଦ୍ବାରା ବ୍ୟବହାର କରାଯାଏ

Withteachers 

🦠   ରୋଗ ନିୟନ୍ତ୍ରଣ (Disease Control)

ଉଦ୍ଭିଦମାନେ ମଧ୍ୟ ବିଭିନ୍ନ ରୋଗାଣୁ (Pathogen) ଯଥା :- କବକ, କୃମୀ, ବାକ୍ଟେରିଆ ଓ ଭାଇରସ୍ (Virus) ଆଦି ଦ୍ଵାରା ରୋଗାକ୍ରାନ୍ତ ହୋଇଥାନ୍ତି। ବର୍ତ୍ତମାନ ସମନ୍ବିତ ପୀଡ଼କକୀଟ ପରିଚାଳନା (Integrated Pest Management - IPM) ଦ୍ଵାରା ପୀଡ଼କ କୀଟକୁ ଖାଦ୍ୟ ଶୃଙ୍ଖଳ (Food Chain) ମାଧ୍ୟମରେ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରାଯାଉଛି

ମୁଖ୍ୟ ଫସଲଗୁଡ଼ିକର ରୋଗ ଓ ତାହାର ନିୟନ୍ତ୍ରଣ ବ୍ୟବସ୍ଥା:

📌 1. ଧାନ (Rice):

  • ମହିଷା ରୋଗ (Blast): ଏହି ରୋଗରେ ପତ୍ରରେ ଡଙ୍ଗା ଆକୃତିର ମାଟିଆ ରଙ୍ଗର ଦାଗ ଦେଖାଯାଏ

  • ନିୟନ୍ତ୍ରଣ: ବିହନ ବୁଣିବା ପୂର୍ବରୁ ମରକ୍ୟୁରିକ୍ କ୍ଲୋରାଇଡ୍ ($HgCl_2$) ଓ କପର ସଲଫେଟ୍ ($CuSO_4$) ର 1% ଦ୍ରବଣରେ ବିଶୋଧନ କରାଯାଏ ତଥା ପ୍ରତି 10 ଦିନ ଅନ୍ତରରେ ଫସଲରେ ବାଭିଷ୍ଟିନ୍‌ ସ୍ପ୍ରେ କରିବା ଉଚିତ୍

📌 2. ଗହମ (Wheat):

  • କଳଙ୍କି ରୋଗ (Rust): ଏଥିରେ ହଳଦିଆ, ମାଟିଆ, କିମ୍ବା କଳା ରଙ୍ଗର ଲମ୍ବାଳିଆ ଫୋଟକା ପତ୍ର ଉପରେ ଦେଖାଯାଏ

  • ନିୟନ୍ତ୍ରଣ: 10 ଦିନ ଅନ୍ତରରେ ଡିଥେନ୍‌ ର ଦ୍ରବଣ ସ୍ପ୍ରେ କରାଯାଏ

📌 3. ଆଖୁ (Sugarcane):

  • ନାଲି ସଢ଼ା ରୋଗ (Red Rot): ପତ୍ରର ଶିରାରେ ଗାଢ଼ନାଲି ରଙ୍ଗର ଛୋଟ ଛୋଟ ଦାଗ ହୋଇ ପରେ କଳା ପଡ଼ିଯାଏ

  • ନିୟନ୍ତ୍ରଣ: ବିହନ ଖଣ୍ଡ ଲଗାଇବା ପୂର୍ବରୁ ଏମିସାନ ବାଭିଷ୍ଟିନ୍‌ ଦ୍ରବଣରେ ½ ଘଣ୍ଟା ଭିଜାଇ ଦିଆଯାଏ

📌 4. ବୁଟଚଣା (Bengal Gram):

  • ଝାଉଁଳା ରୋଗ (Wilt): ପତ୍ର ହଳଦିଆ ପଡ଼ିଯାଇ ଶୁଖିଯାଏ ଏବଂ ମୂଳ କଳା ପଡ଼ି ସଢ଼ିଯାଏ

  • ନିୟନ୍ତ୍ରଣ: ମୃତ୍ତିକାରେ 8-10 ସେ.ମି. ଗଭୀରତାରେ ମଞ୍ଜି ରୋପଣ କରାଯାଏ

📌 5. ଆଳୁ (Potato):

  • ପତ୍ର ମୋଡ଼ା ଉଛୁର ରୋଗ (Late Blight): ପତ୍ର ଅଗ କିମ୍ବା ଧାରରେ ମଳିନ ସବୁଜ ରଙ୍ଗର ଦାଗ ଦେଖାଯାଏ

  • ନିୟନ୍ତ୍ରଣ: ଫସଲରେ ବୋର୍ଡ଼କସ୍‌ ଦ୍ରବଣ ସ୍ପ୍ରେ କରାଯାଏ

Withteachers 

🐄 ପଶୁପାଳନ ଏବଂ ଖାଦ୍ୟ ସଂପଦର ଉନ୍ନତୀକରଣ 🌾

ଆମର ଦୈନନ୍ଦିନ ଖାଦ୍ୟ ଓ ଅନ୍ୟାନ୍ୟ ଆବଶ୍ୟକତା ପୂରଣ କରିବା ପାଇଁ ପଶୁପାଳନ ଏକ ଗୁରୁତ୍ୱପୂର୍ଣ୍ଣ ମାଧ୍ୟମ। ମଣିଷ ନିଜର ଆବଶ୍ୟକତା ଅନୁଯାୟୀ ବିଭିନ୍ନ ପ୍ରକାରର ପଶୁପକ୍ଷୀମାନଙ୍କୁ ପାଳନ କରିଥାଏ।

🐾 ବିଭିନ୍ନ ପ୍ରକାରର ପାଳିତ ପଶୁ

ବ୍ୟବହାର ଦୃଷ୍ଟିରୁ ପଶୁମାନଙ୍କୁ ମୁଖ୍ୟତଃ ଚାରୋଟି ବିଭାଗରେ ବିଭକ୍ତ କରାଯାଇଛି:

📌 1. ଭାରବାହୀ ପଶୁ (Draft Animals): ଏମାନଙ୍କୁ ମୁଖ୍ୟତଃ ଜିନିଷପତ୍ର ବୋହିବା ଏବଂ ଗମନାଗମନ ପାଇଁ ବ୍ୟବହାର କରାଯାଏ। ଉଦାହରଣ: ବଳଦ, ଘୋଡ଼ା, ଗଧ, ଖଚର, ଓଟ, ହାତୀ, ଚମରୀଗାଈ ଇତ୍ୟାଦି

📌 2. ତନ୍ତୁ, ଲୋମ ଏବଂ ଚମଡ଼ା ଦେଉଥିବା ପଶୁ: ଏମାନଙ୍କ ଶରୀରରୁ ବସ୍ତ୍ର ତଥା ଶିଳ୍ପ ପାଇଁ ଆବଶ୍ୟକୀୟ କଞ୍ଚାମାଲ ମିଳିଥାଏ। ଉଦାହରଣ: ଛେଳି, ମେଣ୍ଢା, ଗୋରୁଗାଈ, ମଇଁଷି, ଓଟ ଇତ୍ୟାଦି

📌 3. ମାଂସ ଓ ଅଣ୍ଡା ଦେଉଥିବା ପଶୁ: ମଣିଷର ପୁଷ୍ଟିସାର ଖାଦ୍ୟର ଚାହିଦା ଏମାନେ ମେଣ୍ଟାଇଥାନ୍ତି। ଉଦାହରଣ: କୁକୁଡ଼ା ଏବଂ ହଂସ, ଛେଳି, ମଇଁଷି, ଘୁଷୁରି ଇତ୍ୟାଦି

📌 4. ଦୁଗ୍ଧ ଏବଂ ମାଂସ ଯୋଗାଉଥିବା ପଶୁ: ଭାରତରେ ବିଭିନ୍ନ ପ୍ରକାରର ପଶୁଙ୍କୁ ଦୁଗ୍ଧ ଓ ମାଂସ ଯୋଗାଇବା ପାଇଁ ସେମାନଙ୍କ ଉପଲବ୍ଧି ଏବଂ ଆଞ୍ଚଳିକ ଅବସ୍ଥାକୁ ନେଇ ପାଳନ କରାଯାଇଥାଏ

💡 Trick to remember (ପଶୁଙ୍କ ବ୍ୟବହାର): "ଭାତ ମାଦୁ" ମନେ ରଖନ୍ତୁ। ଭା (ଭାରବାହୀ), (ତନ୍ତୁ/ଚମଡ଼ା), ମା (ମାଂସ/ଅଣ୍ଡା), ଦୁ (ଦୁଗ୍ଧ)।

🥛 ଗୋମହିଷାଦି ଓ ଦୁଗ୍ଧ ଉତ୍ପାଦନ (Cattle & Dairy Farming)

ପୃଥିବୀରେ ଭାରତ ସବୁଠାରୁ ଅଧିକ ଦୁଗ୍ଧ ଉତ୍ପାଦନକାରୀ ଓ ଅଧିକ ଦୁଗ୍ଧ ବ୍ୟବହାରକାରୀ ଦେଶ ଅଟେ। ଭାରତରେ ମଇଁଷିଠାରୁ ୫୩ ପ୍ରତିଶତରୁ ଅଧିକ ଦୁଗ୍ଧ ଉତ୍ପାଦିତ ହୁଏ ଏବଂ ଦେଶରେ ଅଧିକାଂଶ ଦୁଗ୍ଧ ପ୍ରକ୍ରିୟାକରଣ କାରଖାନା ମଇଁଷି ଦୁଗ୍ଧ ଉପରେ ନିର୍ଭର କରେ। ଭାରତରେ ନ୍ୟାସନାଲ ଡାଏରୀ ଡ଼େଭେଲପମେଣ୍ଟ ବୋର୍ଡ଼ (N.D.D.B) ସମବାୟ ଆନ୍ଦୋଳନ ଦିଗରେ ଏକ ମୁଖ୍ୟ ସଂସ୍ଥା ଅଟେ

ଗାଈ, ବଳଦ, ଷଣ୍ଢ, ଛେଳି, ମେଣ୍ଢା ଇତ୍ୟାଦି ଗୋମହିଷାଦିରେ ଅନ୍ତର୍ଭୁକ୍ତ। ଏହି ଜାତିର ମାଈ ପଶୁମାନେ ଦୁଗ୍ଧ ଦିଅନ୍ତି ଯାହା ମଣିଷ ସମାଜକୁ ପୁଷ୍ଟିସାର ଖାଦ୍ୟ ଯୋଗାଏ, ଏବଂ ଅଣ୍ଡିରାମାନେ କୃଷି ଅର୍ଥ ବ୍ୟବସ୍ଥାରେ ମୁଖ୍ୟ ଭୂମିକା ଗ୍ରହଣ କରନ୍ତି

🧬 ବଂଶ ବା ବ୍ରିଡ୍ (Breed) କ'ଣ?

ସମାନ ବଂଶାନୁକ୍ରମ ଓ ଶରୀରର ଆକୃତି, ଆକାର ଓ ଗଠନରେ ସାମଞ୍ଜସ୍ୟ ଥିବା ଗୋଟିଏ ଜାତିର ପ୍ରାଣୀର ଗୋଷ୍ଠୀକୁ ଏକ ବଂଶ (Breed) କୁହାଯାଏ। ଦୁଗ୍ଧ ଦେଉଥିବା ପଶୁଙ୍କୁ ନିମ୍ନଲିଖିତ ତିନୋଟି ବିଭାଗରେ ବିଭକ୍ତ କରାଯାଇଛି:

📌 1. ଭାରତୀୟ ଜାତି (Indian Breeds): ଗିର, ସାହିୱାଲ, ନାଲିଆସିନ୍ଧି, ଥରାରକର, କନକ୍ରେଜ ଇତ୍ୟାଦି ହେଉଛନ୍ତି କେତେକ ଅଧିକ ଦୁଗ୍ଧ ଦେଉଥିବା ବର୍ଗର ଗାଈଗୋରୁ

📌 2. ବିଦେଶୀ ଜାତି (Exotic Breeds): ହିଲଷ୍ଟେନ, ଫ୍ରିଏସିଏନ୍, ଜର୍ସି, ସୁଇସ୍ ଇତ୍ୟାଦି ଦୁଗ୍ଧ ଦେଉଥିବା ବର୍ଗର ଗୋରୁଙ୍କୁ ବିଦେଶରୁ ଆମଦାନୀ କରାଯାଇ ଭାରତରେ ପାଳନ କରାଯାଉଛି

📌 3. ଉନ୍ନତ ଜାତି (Cross Breeds): ଦୁଇଟି ଇପ୍ସିତ ବ୍ରିଡ଼ର ସଂଗମ କରାଇ ଏକ ନିଶ୍ଚିତ ଉନ୍ନତ ବ୍ରିଡ଼ ପ୍ରସ୍ତୁତ କରାଯାଇଥାଏ। ଯଥା: ସହିୱାଲ ଏବଂ ଫ୍ରିଏସିଏନ୍ ବର୍ଗ ମଧ୍ୟରେ ସଂଗମ କରି ଫ୍ରିଏଓ୍ୱାଲ ନାମକ ଉନ୍ନତ କିସମ, ଏବଂ କରନ୍ ସ୍ଵିସ୍ ନାମକ ଅନ୍ୟ ଏକ ଉନ୍ନତ କିସମ ସୃଷ୍ଟି କରାଯାଇଛି ଯେଉଁଥିରୁ ପ୍ରଚୁର ପରିମାଣରେ ଦୁଗ୍ଧ ଉତ୍ପାଦନ ହେଉଅଛି

💡 Trick to remember (Indian Breeds): "ଗିସା ନାଥକ" (ଗିର, ସାହିୱାଲ, ନାଲିଆସିନ୍ଧି, ଥରାରକର, କନକ୍ରେଜ).

Withteachers 

🏡 ଗୋ-ପାଳନ ପରିଚାଳନା (Cattle Management)

📌 1. ବାସସ୍ଥାନ (Habitat): ଗୁହାଳର ଛାତ କଂକ୍ରିଟ୍ କିମ୍ବା ଆଜବେଷ୍ଟସ ହେବା ସହ ଉତ୍ତମ ବାୟୁଚଳାଚଳର ବ୍ୟବସ୍ଥା ରହିବା ଉଚିତ୍

ଚଟାଣ ଖଦଡ଼ିଆ ଓ ସାମାନ୍ୟ ଗଡ଼ାଣିଆ ହେବା ଆବଶ୍ୟକ ଯାହାଦ୍ୱାରା ଘର ସଫା କରିବାକୁ ସୁବିଧା ହୁଏ ଓ ଗୁହାଳ ଶୁଖିଲା ରହେ

 ଚିକଣ ଚଟାଣରେ ଗୋରୁମାନଙ୍କର ଗୋଡ଼ ଖସି ଛୋଟା ହେବାର ସମ୍ଭାବନା ଅଧିକ ଥାଏ

📌 2. ଗୋ-ଖାଦ୍ୟ (Feed): ଗୋଖାଦ୍ୟ ଦୁଇ ପ୍ରକାରର ହୋଇଥାଏ: (କ) ଜୀବନ ଧାରଣ ଖାଦ୍ୟ (ଶରୀର ଗଠନ ପାଇଁ) ଏବଂ (ଖ) ଉତ୍ପାଦକ ଖାଦ୍ୟ (ଦୁଗ୍ଧ ବୃଦ୍ଧି ବା କାର୍ଯ୍ୟ ଶକ୍ତି ପାଇଁ)

ଏହା ତନ୍ତୁ ବହୁଳ ଗୋଖାଦ୍ୟ (କଞ୍ଚାଘାସ, ଡାଳପତ୍ର, ନଡ଼ାପାଳ) ଏବଂ ଦାନା ଜାତୀୟ ଗୋଖାଦ୍ୟ (ଖାଦ୍ୟଶସ୍ୟ, ତେଲପିଡ଼ିଆ, ବିରି, କୋଳଥ) ରୁ ମିଳିଥାଏ

 ଏହା ସହ ଖଣିଜ ମିଶ୍ରଣ (Minerals) ଓ ଫିଡ୍ ଆଡିଟିଭସ୍ ମିଶାଯାଇଥାଏ

📌 3. ରୋଗ (Diseases): ସୁସ୍ଥ ଗାଈଗୋରୁମାନଙ୍କର ଥୋମଣି ଓଦାଳିଆ ଥାଏ, କିନ୍ତୁ ରୋଗଗ୍ରସ୍ତ ହେଲେ ଥୋମଣି ଶୁଖିଲା ରହି ଖାଦ୍ୟ ଖାଇବା କମିଯାଇଥାଏ

ବାହ୍ୟ ପରଜୀବୀ ଦ୍ଵାରା ଚର୍ମରୋଗ ଏବଂ ଅନ୍ତଃପରଜୀବୀ ଦ୍ବାରା ପ୍ଲିହାଜ୍ଵର, ଆନ୍ଥାକ୍ସ, ନିମୋନିଆ ଓ ଫାଟୁଆ ଭଳି ରୋଗ ଦେଖା ଯାଇଥାଏ

 ପରିଷ୍କାର ପରିଚ୍ଛନ୍ନତା ଏବଂ ଉପଯୁକ୍ତ ପ୍ରତିଷେଧକ ଟୀକାର ବ୍ୟବହାର ଦ୍ୱାରା ରୋଗ ନିୟନ୍ତ୍ରଣ କରାଯାଏ

🧀 ଦୁଗ୍ଧଜାତ ପଦାର୍ଥ ଓ ଅନ୍ୟାନ୍ୟ ଉତ୍ପାଦ (Dairy Products & Byproducts)

  • ପୂର୍ଣ୍ଣ କ୍ରିମ୍ ଯୁକ୍ତ ଦୁଗ୍ଧ / ଟୋନ୍‌ଡ଼୍ ଦୁଗ୍ଧ: ପ୍ରାଣୀମାନଙ୍କଠାରୁ ମିଳୁଥିବା ଦୁଗ୍ଧକୁ ପୂର୍ଣ୍ଣ କ୍ରିମ୍ ଯୁକ୍ତ ଦୁଗ୍ଧ କୁହାଯାଏ। କ୍ରିମ୍‌କୁ ଅଲଗା କରିଦେଲେ ଅବଶିଷ୍ଟ ଦୁଧକୁ ଟୋନ୍‌ଡ଼୍ ଦୁଗ୍ଧ (ସରବିହୀନ) କହନ୍ତି ଯେଉଁଥିରେ ସ୍ନେହସାର ଅଂଶ ନଥାଏ

  • କ୍ରିମ୍: ଦୁଗ୍ଧକୁ ମନ୍ଥନ କରିବାରେ ମିଳିଥାଏ, ଏଥିରେ ୧୦-୭୦ ପ୍ରତିଶତ ସ୍ନେହସାର ଥାଏ

  • ଦହି ଓ ଘୋଳଦହି: ବୀଜାଣୁଙ୍କର ପ୍ରତିକ୍ରିୟା ଯୋଗୁଁ ଦୁଗ୍ଧ ଦହିରେ ପରିଣତ ହୋଇଥାଏ। ଲହୁଣି କାଢିବା ପରେ ବାକି ତରଳ ପଦାର୍ଥକୁ ଘୋଳଦହି କୁହାଯାଏ

  • ଘିଅ: ଲହୁଣିକୁ ଗରମ କଲେ ଜଳୀୟ ଅଂଶ ବାଷ୍ପୀଭୂତ ହୁଏ ଏବଂ ଏଥିରେ ଶତପ୍ରତିଶତ ସ୍ନେହସାର ରହିଯାଏ

  • ଘନୀଭୂତ ଦୁଗ୍ଧ ଓ ଗୁଣ୍ଡ ଦୁଗ୍ଧ: ଚିନି ମିଶାଇ ବା ନ ମିଶାଇ ଦୁଗ୍ଧରୁ ପାଣି ଅଂଶକୁ ଅଲଗା କରି ଅଧିକ ସାନ୍ଦ୍ର କରାଯାଏ, ଯେଉଁଥିରେ କଠିନ ଦୁଗ୍ଧ ସହିତ ୯% ସ୍ନେହସାର ଥାଏ। ଗୁଣ୍ଡ ଦୁଗ୍ଧ ହେଉଛି ଦୁଗ୍ଧର ଗୁଣ୍ଡ ଅବସ୍ଥା

  • ଛେନା ଓ ଖୁଆ: ଦୁଗ୍ଧ ପୁଷ୍ଟିସାର (କେଜିନ୍) ସହିତ ସ୍ନେହସାର ଓ ଜଳ ବସିଗଲେ ଛେନା ହୁଏ। ଜଳୀୟ ଅଂଶ ବାଷ୍ପୀଭୂତ କରି ପ୍ରାୟ ୭୦-୭୫ ଅଂଶ କମାଇ ଖୁଆ ପ୍ରସ୍ତୁତ କରାଯାଏ

ଗୋବର (Dung) ର ଉପଯୋଗ: ଗୋବରକୁ ମୁଖ୍ୟତଃ ଘସି ତିଆରି କରି ଇନ୍ଧନ ଭାବରେ ବ୍ୟବହାର କରାଯାଏ। ଏହା ବ୍ୟତୀତ ଜୈବିକ ଗ୍ୟାସ (ଗୋବର ଗ୍ୟାସ୍ ପ୍ଲାଣ୍ଟ) ରେ ଅବାୟବୀୟ ବୀଜାଣୁଙ୍କ ସାହାଯ୍ୟରେ ବିଘଟନ ଘଟାଇ ମିଥେନ୍ ଗ୍ୟାସ୍ ତିଆରି ହୁଏ ଯାହା ରୋଷେଇ ଓ ଆଲୋକ ପାଇଁ ବ୍ୟବହୃତ ହୁଏ ଏବଂ ବଳକା ଅଂଶ ଖତ ଭାବରେ ବ୍ୟବହୃତ ହୁଏ

🥩 ଅନ୍ୟାନ୍ୟ ମାଂସ ପ୍ରଦାନକାରୀ ପ୍ରାଣୀ (Other Meat Yielding Animals)

📌 1. ମେଣ୍ଢା (Sheep): ମନୁଷ୍ୟମାନଙ୍କ ଦ୍ୱାରା ପାଳନ କରାଯାଉଥିବା ଦ୍ଵିତୀୟ ବୃହତ୍ତମ ପ୍ରଜାତି ହେଉଛି ମେଣ୍ଢା, ଯାହା ପଶମ, ମାଂସ, ଦୁଗ୍ଧ ଓ ଚମଡ଼ା ଯୋଗାଇବା ସହ ଏହାର ମଳରୁ ଭଲ ଖତ ପ୍ରସ୍ତୁତ ହୁଏ

📌 2. ଘୁଷୁରି (Pig): ଭାରତରେ ସର୍ବମୋଟ୍ ମାଂସ ଉତ୍ପାଦନର ଘୁଷୁରି ମାତ୍ର ୫ ପ୍ରତିଶତ ଯୋଗାଉଛି। ଏହାର ଚର୍ମ, ଚର୍ବି ଓ ଲୋମ ଯଥାକ୍ରମେ ଚମଡ଼ାଶିଳ୍ପ, ସାବୁନ, ତେଲ, ଝାଡ଼ଣି ହିସାବରେ ବ୍ୟବହାର ହୁଏ। ଏହାର ଖତରେ ଯବକ୍ଷାରଜାନ, ଫସ୍‌ଫରସ୍ ଏବଂ ପୋଟାସିୟମ୍ ପ୍ରଚୁର ପରିମାଣରେ ଥାଏ

💡 Trick to remember (Pig Manure Nutrients): NPK (Nitrogen, Phosphorus, Potassium).

🐔 କୁକୁଡ଼ା ପାଳନ (Poultry Farming)

ପୋଲଟ୍ରିରେ ସାଧାରଣତଃ କୁକୁଡ଼ା, ବତକ, ଟର୍କି (Turkey) ଆଦି ପ୍ରଧାନ, କିନ୍ତୁ ଏଥିମଧ୍ୟରେ କୁକୁଡ଼ା ସର୍ବ ପ୍ରଧାନ। କୁକୁଡ଼ା ପାଳନର ଦୁଇଗୋଟି ମୁଖ୍ୟ ଉଦ୍ଦେଶ୍ୟ ରହିଥାଏ: ଅଣ୍ଡା ଏବଂ ମାଂସ

📌 1. ଅଣ୍ଡା ଦେବା ଉଦ୍ଦେଶ୍ୟରେ (Layers): ଏହି କୁକୁଡ଼ାଗୁଡ଼ିକ ଆକାରରେ ବଡ଼ ଓ ବେଶୀ ସଂଖ୍ୟାରେ ଅଣ୍ଡା ଦିଅନ୍ତି

ଉଦାହରଣ: ହ୍ଵାଇଟ୍‌ ଲେଗ୍ ହଣ୍ଡ, ମିର୍ନାକା, ଆଙ୍କୋନା ଇତ୍ୟାଦି। ହ୍ଵାଇଟ୍ ଲେଗ୍‌ହଣ୍ଡି କୁକୁଡ଼ା ବର୍ଷକୁ ପ୍ରାୟ 280-300 ପର୍ଯ୍ୟନ୍ତ ଅଣ୍ଡା ଦେଇଥାଏ

📌 2. ମାଂସ ଉଦ୍ଦେଶ୍ୟରେ (Broilers): ଏହି କୁକୁଡ଼ାଗୁଡ଼ିକ କମ୍ ସମୟରେ ଅଧିକ ଓଜନ ହେଉଥିବାରୁ ଏମାନଙ୍କଠାରୁ ଅଧିକ ପରିମାଣରେ ମାଂସ ମିଳିଥାଏ

ଉଦାହରଣ: କଣ୍ଡିସ୍ (Cornish), ଫ୍ଲାଇ ମାଉଥ ରକ୍, ବ୍ରାହ୍ମା (Brahma), ଏବଂ ଦେଶୀ କୁକୁଡ଼ା ମଧ୍ଯରେ ଅସିଲ ଇତ୍ୟାଦି। ରୋଡ ଆଇଲ୍ୟାଣ୍ଡ ରେଡ୍ ଉଭୟ ଅଣ୍ଡା ଓ ମାଂସ ପାଇଁ ଉପଯୋଗୀ

ସଙ୍କରୀକରଣ (Cross-breeding): ଆଜିକାଲି ଦେଶୀ କୁକୁଡ଼ା ଅସିଲ ସହ ବିଦେଶୀ କୁକୁଡ଼ା ହ୍ଵାଇଟ୍‌ ଲେଗହର୍ଡର ସଙ୍କରୀକରଣ କରାଇ ନୂତନ ଜାତିର କୁକୁଡ଼ା ସୃଷ୍ଟି କରାଯାଉଛି

 ଉଦ୍ଦେଶ୍ୟଗୁଡ଼ିକ ହେଲା: ଭଲ ସଂଖ୍ୟାତ୍ମକ ଓ ଗୁଣାତ୍ମକ ଚିଆଁ ଉତ୍ପାଦନ, ଉଚ୍ଚତାପକୁ ସହ୍ୟ କରିପାରିବା କ୍ଷମତା, କମ୍ ପରିଚାଳନା ଖର୍ଚ୍ଚ, ଏବଂ ଶସ୍ତା କୃଷି ଉପଜାତ ପଦାର୍ଥକୁ ଖାଦ୍ୟ ଭାବରେ ବିନିଯୋଗ କରିବା

ପରିଚାଳନା ଓ ରୋଗ: ମାଂସ ପାଇଁ ଉଦ୍ଦିଷ୍ଟ ବ୍ରଏଲର କୁକୁଡ଼ା ଖାଦ୍ୟରେ ପୁଷ୍ଟିସାର ସହ ସ୍ନେହସାର ଓ ଭିଟାମିନ୍ 'A' ଓ 'K' ଅଧୂକ ପରିମାଣରେ ଥାଏ। ସଫାସୁତୁରା ଓ ପ୍ରତିଷେଧକ ଟୀକାକରଣ ନିତାନ୍ତ ଜରୁରୀ

କୁକୁଡ଼ା ରୋଗଗୁଡିକର ତାଲିକା:

  • ପରଜୀବୀ (ବାହ୍ୟ): ଉକୁଣୀ, ମାଇଟ୍, ଟିଙ୍କ, ରକ୍ତକୋଷୀ କୀଟ

  • ପରଜୀବୀ (ଅନ୍ତଃ): ଗୋଲକୃମି, ଫିତାକୃମି, ହେକ୍ଟାମିଟିଆସିସ୍

  • ଆଦି ଜୀବ (ପ୍ରୋଟୋଜୋଆ): କକ୍ ସିଡିଓସିସ୍, ଲ୍ୟୁକୋସାଇଟୋକ୍ସନୋସିସ୍

  • ବୀଜାଣୁ (Bacteria): ପୁଲୋରମ୍, ଟାଇଫଏଡ, ପାରାଟାଇଫଏଡ଼, କୁକୁଡ଼ା ହଇଜା

  • ଭୂତାଣୁ (Virus): ରାଣିକ୍ଷେତ ରୋଗ, କୁକୁଡ଼ା ବସନ୍ତ, ସଂକ୍ରାମକ ଶ୍ଵାସନଳୀୟ ପ୍ରଦାହ, ମାରେକ୍ଟ ରୋଗ ଇତ୍ୟାଦି

  • କବକୀୟ (Fungi): ଆସପରକିଲୋସିସ୍, ମୋନିଲିଆସିସ୍

Withteachers 

🐟 ମତ୍ସ୍ୟଚାଷ (Pisciculture)

ମାଛ ପୁଷ୍ଟିସାର ଜାତୀୟ ଖାଦ୍ୟର ଏକ ସୁଲଭ ଉତ୍ସ ଅଟେ। ମାଛଚାଷ ଅନ୍ୟାନ୍ୟ ପଶୁପାଳନ ତୁଳନାରେ ଅଧିକ ଲାଭଦାୟକ ହୋଇଥାଏ

📌 1. ସାମୁଦ୍ରିକ ମାଛଚାଷ (Marine Fisheries): ଭାରତର ସମୁଦ୍ରତଟ ଅଞ୍ଚଳର ଦୈର୍ଘ୍ୟ ପ୍ରାୟ 7500 କି.ମି. ଅଟେ

ମୁଖ୍ୟ ମାଛଗୁଡ଼ିକ ହେଲା କଣି, ସାରଡିନ୍, ମ୍ୟାକେରଲ୍, ଟୁନା, ପମ୍ପରେଟ୍, ସାର୍କ ଓ ଶାଙ୍କୁଚ, କାନଗୁରୁଦା ଇତ୍ୟାଦି

ଅଧିକ ମାଛ ଧରିବା ପାଇଁ ଉପଗ୍ରହ ଏବଂ ଶବ୍ଦ ସମ୍ବେଦି ତରଙ୍ଗ (ସୋନାର) ର ବ୍ୟବହାର କରାଯାଉଛି। ସମୁଦ୍ର ଜଳକୁ ଆବଦ୍ଧ କରି କରାଯାଉଥିବା ବାଗ୍‌ଦା ଚିଙ୍ଗୁଡ଼ି (Tiger prawn), କଙ୍କଡ଼ା ଓ ମୁକ୍ତା ଶାମୁକା ଚାଷକୁ ମେରିକଲ୍‌ଚର (Mariculture) କୁହାଯାଏ

📌 2. ମଧୁରଜଳ / ଅନ୍ତଃସ୍ଥଳୀୟ ମତ୍ସ୍ୟଚାଷ (Fresh Water Fisheries): ପୋଖରୀ, ନଦୀ, କେନାଲ, ହ୍ରଦ ଆଦିରେ ହେଉଥ‌ିବା ମାଛଚାଷ

 ଆବଦ୍ଧ ପୋଖରୀରେ ହେଉଥିବା ଚାଷକୁ ଏକ୍ୱାକଲ୍‌ଚର (Aquaculture) କୁହାଯାଏ। ଧାନଚାଷ ସହ ମଧ୍ୟ ମାଛଚାଷ କରାଯାଉଛି

ମିଶ୍ରିତ ମାଛଚାଷ (Composite Pisciculture): ଏକକ ମାଛଚାଷ ନକରି ବିଭିନ୍ନ ଜାତିର ୫-୬ ପ୍ରକାର ମାଛ ଯେପରିକି ଭାକୁର, ରୋହି, ମିରିକାଳି, ବିଲାତିରୋହି, ସିଲଭର କାର୍ପ ଓ ଗ୍ରାସ୍ କାର୍ପକୁ ଏକାଠି ଚାଷ କରାଯାଏ। ଏହାଦ୍ୱାରା ପ୍ରତିଦ୍ଵନ୍ଦିତା କମ୍ ହୁଏ କାରଣ ଭାକୁର ମାଛ ଜଳର ଉପରସ୍ତରରୁ, ରୋହି ମଧ୍ଯସ୍ତରରୁ ଓ ମିରିକାଳି ନିମ୍ନସ୍ତରରୁ ଖାଦ୍ୟ ସଂଗ୍ରହ କରିଥାଏ

ପ୍ରରୋଚିତ ପ୍ରଜନନ (Induced Breeding): ବିଶୁଦ୍ଧ ମାଛ ଜାଆଁଳ ପାଇବା ପାଇଁ ହର୍‌ମୋନ୍ ପ୍ରୟୋଗ କରି ମାଛମାନଙ୍କଠାରେ କୃତ୍ରିମ ପ୍ରଜନନ କରାଯାଏ, ଯାହାଦ୍ୱାରା ଉନ୍ନତମାନର ଶୁଦ୍ଧ ଜାଆଁଳ ସଂଗ୍ରହ କରିବା ସମ୍ଭବ ହୋଇପାରୁଛି

🐚 ଶାମୁକା ଓ ମହୁମାଛି ପାଳନ (Mollusca & Apiculture)

📌 1. ଶାମୁକା ଜାତୀୟ ପ୍ରାଣୀ (Mollusca): ଶାମୁକା (ମେରେଟ୍ରିନ୍, ଡୋନାକ୍ସ ଆଦି), କଟଲ୍‌ଫିସ୍ (ସେପିଆ), ସ୍କୁଲଡ୍ (ରୋଲିଗୋ) ଏବଂ ଅକ୍ଟୋପସ୍ ଆଦି ଖାଦ୍ୟ ସମ୍ପଦ ଭାବେ ବ୍ୟବହାର କରାଯାଏ। ମୁକ୍ତା ଶାମୁକାର ବିଶେଷ ବାଣିଜ୍ୟିକ ଗୁରୁତ୍ଵ ରହିଛି

 📌 2. ମହୁମାଛି ପାଳନ (Apiculture): ଖାଦ୍ୟ ସହିତ ମହୁର ଔଷଧୀୟ ଗୁଣ ରହିଥାଏ ଏବଂ ମହୁଫେଣାରୁ ମିଳିଥିବା ମହମ ମଧ୍ୟ ଦରକାରୀ ହୋଇଥାଏ

ବ୍ୟବସାୟିକ ମହୁଚାଷ ନିମନ୍ତେ ଭାରତୀୟ ମହୁମାଛି ଅପେକ୍ଷା ଇଟାଲୀୟ ମହୁମାଛିମାନଙ୍କର ବ୍ୟବହାର ଅଧିକ। କାରଣ ସେମାନେ କମ୍ ହିଂସ୍ର ପ୍ରକୃତିର, ସେମାନଙ୍କର ମହୁ ସଂଗ୍ରହ କରିବାର ଦକ୍ଷତା ଅଧିକ ଓ ସେମାନେ ମହୁଫେଣାରେ ଅଧିକ ଦିନ ରହିପାରନ୍ତି

 ମହୁମାଛି ଫୁଲର ମକରନ୍ଦ ଗ୍ରନ୍ଥିରୁ ମକରନ୍ଦ ଓ ପରାଗରେଣୁ ସଂଗ୍ରହ କରି ମହୁ ପ୍ରସ୍ତୁତ କରେ। ମହୁରେ ସାଧାରଣତଃ 70% ଶର୍କରା, 18% ଜଳ ଓ ଅଳ୍ପ ପରିମାଣରେ ଭିଟାମିନ୍ ଓ ଖଣିଜ ଲବଣ, ପରାଗରେଣୁ ଓ ମହମ ରହିଥାଏ