ସରଳ ସହସମୀକରଣ Ex-1(a) – Study Material Class 10 ବୀଜଗଣିତ
1.1 ଉପକ୍ରମଣିକା (Introduction)
- ଗୋଟିଏ ଅଜ୍ଞାତ ରାଶି ରେ ସରଳ ସମୀକରଣର ସାଧାରଣ ରୂପ ହେଉଛି , ଯେଉଁଠାରେ ।
- ଦୁଇଟି ଅଜ୍ଞାତ ରାଶି ଓ ରେ ଗୋଟିଏ ସରଳ ସମୀକରଣ (ଏକଘାତୀ)ର ସାଧାରଣ ରୂପ:
(ଯେଉଁଠାରେ ଓ ଏକ ସଙ୍ଗେ ଶୂନ ନୁହଁନ୍ତି)
- ସମୀକରଣଟିର ଜ୍ୟାମିତିକ ରୂପ xy-ସମତଳରେ (ସ୍ଥାନାଙ୍କ ସମତଳରେ) ଗୋଟିଏ ସରଳରେଖା ଅଟେ ।
- ଦୁଇଟି ଅଜ୍ଞାତ ରାଶିବିଶିଷ୍ଟ ଏକଘାତୀ ସହ-ସମୀକରଣର ସମାଧାନ ପାଇଁ ଆମକୁ ଦୁଇଟି ସମୀକରଣର ଆବଶ୍ୟକତା ପଡ଼ିଥାଏ:
1.2 ସହ-ସମୀକରଣଦ୍ୱୟର ଜ୍ୟାମିତିକ ପରିପ୍ରକାଶ (Geometrical Representation)
ମନେକର ସମୀକରଣ (1) ଓ (2) ର ଲେଖଚିତ୍ର ଯଥାକ୍ରମେ ଓ ସରଳରେଖା ଅଟନ୍ତି । ଏହି ସରଳରେଖାଦ୍ୱୟ ସମତଳରେ ତିନି ପ୍ରକାରରେ ଅବସ୍ଥିତ ହୋଇପାରିବେ:
- ପରସ୍ପର ଛେଦୀ (Intersecting): ରେଖାଦ୍ୱୟ ପରସ୍ପରକୁ କେବଳ ଗୋଟିଏ ବିନ୍ଦୁରେ ଛେଦ କରିବେ । ଏ କ୍ଷେତ୍ରରେ ସମୀକରଣ ଦ୍ୱୟର କେବଳ ଗୋଟିଏ ବା ଅନନ୍ୟ (unique) ସମାଧାନ ରହିବ ।
- ଏକ ଓ ଅଭିନ୍ନ (Coincident): ରେଖାଦ୍ୱୟ ପରସ୍ପର ଉପରେ ସମାପତିତ ହେବେ । ତେଣୁ ସେମାନଙ୍କର ସାଧାରଣ ବିନ୍ଦୁ ଅସଂଖ୍ୟ । ଏ କ୍ଷେତ୍ରରେ ସମୀକରଣ ଦ୍ୱୟର ଅସଂଖ୍ୟ ସମାଧାନ ସମ୍ଭବ ।
- ସମାନ୍ତର (Parallel): ରେଖାଦ୍ୱୟ ପରସ୍ପରକୁ ଛେଦ କରିବେ ନାହିଁ । ଏ କ୍ଷେତ୍ରରେ ସହସମୀକରଣ ଦ୍ୱୟର ସମାଧାନ ସମ୍ଭବ ନୁହେଁ ।
1.3 ଲେଖଚିତ୍ର ଦ୍ବାରା ସହସମୀକରଣଦ୍ଵୟର ସମାଧାନ
ଲେଖଚିତ୍ର ମାଧ୍ୟମରେ ସମୀକରଣଗୁଡ଼ିକର ବିନ୍ଦୁ ସ୍ଥାପନ କରି ସେମାନଙ୍କର ଛେଦବିନ୍ଦୁ ନିର୍ଣ୍ଣୟ କରାଯାଏ । ସେହି ଛେଦବିନ୍ଦୁ ହିଁ ନିର୍ଣ୍ଣେୟ ସମାଧାନ ହୋଇଥାଏ ।
ଉଦାହରଣ ୧: ଏବଂ ସମୀକରଣଦ୍ୱୟର ଲେଖଚିତ୍ର ଅଙ୍କନ କଲେ ସେଗୁଡ଼ିକ ପରସ୍ପରକୁ (1, 1) ବିନ୍ଦୁରେ ଛେଦ କରନ୍ତି । ତେଣୁ ନିର୍ଣ୍ଣେୟ ସମାଧାନ ହେଉଛି ।
1.4 ସହସମୀକରଣଦ୍ଵୟର ସମାଧାନ ପାଇଁ ସର୍ତ୍ତ (Conditions of Solvability)
ଏବଂ ସମୀକରଣ ଦ୍ୱୟ ପାଇଁ ତୁଳନାତ୍ମକ ସର୍ତ୍ତଗୁଡ଼ିକ ନିମ୍ନ ସାରଣୀରେ ଦିଆଗଲା:
| ଅନୁପାତ ଗୁଡ଼ିକ ମଧ୍ୟରେ ତୁଳନା | ଓ ରେଖାଦ୍ବୟର ଅବସ୍ଥା | ସହସମୀକରଣ ଦ୍ବୟର ସମାଧାନ | ସହସମୀକରଣର ନାମକରଣ |
|---|---|---|---|
| ପରସ୍ପର ଛେଦୀ | ଅନନ୍ୟ (ଏକମାତ୍ର ସମାଧାନ ସମ୍ଭବ) | ସଙ୍ଗତ ଓ ସ୍ଵତନ୍ତ୍ର (Consistent and Independent) | |
| ସମାପତିତ ଅଥବା ଏକ ଓ ଅଭିନ୍ନ | ଅସଂଖ୍ୟ ସମାଧାନ ସମ୍ଭବ | ସଙ୍ଗତ ଓ ନିର୍ଭରଶୀଳ (Consistent and Dependent) | |
| ସମାନ୍ତର | ସମାଧାନ ଅସମ୍ଭବ | ଅସଙ୍ଗତ (Inconsistent) |
ଦ୍ରଷ୍ଟବ୍ୟ: ସମୀକରଣ ଓ ଦ୍ଵୟର ଅନନ୍ୟ ସମାଧାନଟି ସର୍ବଦା ଅଟେ (ଯଦି )। ଏହାକୁ ସମ ସହସମୀକରଣ (Homogeneous Simultaneous Equation) କୁହାଯାଏ ।
ଗୁରୁତ୍ୱପୂର୍ଣ୍ଣ ଉଦାହରଣ (Examples)
ଉଦାହରଣ (i): ର କେଉଁ ମୂଲ୍ୟ ପାଇଁ , ସହସମୀକରଣ ଦୁଇଟିର ଅନନ୍ୟ ସମାଧାନ ସମ୍ଭବ ?
ସମାଧାନ: ଏଠାରେ ଏବଂ ଅନନ୍ୟ ସମାଧାନ ପାଇଁ ଆବଶ୍ୟକ ସର୍ତ୍ତ:
ଉତ୍ତର: ଭିନ୍ନ ଅନ୍ୟ ସମସ୍ତ ମାନ ପାଇଁ ସମୀକରଣଦ୍ଵୟର ଅନନ୍ୟ ସମାଧାନ ସମ୍ଭବ ।
ଉଦାହରଣ (ii): ର କେଉଁ ମୂଲ୍ୟ ପାଇଁ ଓ ସହସମୀକରଣ ଦ୍ଵୟର ଅସଂଖ୍ୟ ସମାଧାନ ସମ୍ଭବ ?
ସମାଧାନ: ଏଠାରେ ଏବଂ ଅସଂଖ୍ୟ ସମାଧାନ ପାଇଁ ଆବଶ୍ୟକ ସର୍ତ୍ତ:
ପ୍ରଥମ ସମାନତାରୁ ଆମେ ପାଇବା:
ଦ୍ୱିତୀୟ ସମାନତାରୁ ଆମେ ପାଇବା:
ସମୀକରଣ (i) ଓ (ii) ରୁ ଏହା ସୁସ୍ପଷ୍ଟ ଯେ ଉଭୟ ସର୍ତ୍ତକୁ ସିଦ୍ଧ କରୁଥିବା ସାଧାରଣ ମୂଲ୍ୟ ହେଉଛି ।
ଉତ୍ତର: ହେଲେ ଦତ୍ତ ସହସମୀକରଣ ଦ୍ଵୟର ଅସଂଖ୍ୟ ସମାଧାନ ସମ୍ଭବ ।
ଉଦାହରଣ (iii): ର କେଉଁ ମୂଲ୍ୟ ପାଇଁ ଓ ସହସମୀକରଣ ଦ୍ଵୟର ଅସଂଖ୍ୟ ସମାଧାନ ରହିବ ?
ସମାଧାନ: ଏଠାରେ ଏବଂ ଅସଂଖ୍ୟ ସମାଧାନ ରହିବାର ସର୍ତ୍ତ:
ଉତ୍ତର: ହେଲେ ଦତ୍ତ ସହସମୀକରଣଦ୍ଵୟର ଅସଂଖ୍ୟ ସମାଧାନ ରହିବ ।