📘

WithTeachers

Learning Together

© WithTeachers

Designed with for a better world.
Class 10 ଇତିହାସ
ଅଧ୍ୟାୟ ୧ ପ୍ରଥମ ପାଠ: ଭାରତୀୟ ଜାତୀୟ ଆନ୍ଦୋଳନରେ ଗାନ୍ଧିଜୀଙ୍କ ଆବିର୍ଭାବ

ଅଧ୍ୟାୟ ୧ ପ୍ରଥମ ପାଠ: ଭାରତୀୟ ଜାତୀୟ ଆନ୍ଦୋଳନରେ ଗାନ୍ଧିଜୀଙ୍କ ଆବିର୍ଭାବ – Book Q A Class 10 ଇତିହାସ

୧. ପ୍ରତ୍ୟେକ ପ୍ରଶ୍ନର ଉତ୍ତର ପ୍ରାୟ ୬୦ ଗୋଟି ଶବ୍ଦରେ ଲେଖ।

(କ) ଦକ୍ଷିଣ ଆଫ୍ରିକାରେ ଭାରତୀୟମାନେ ଶ୍ୱେତାଙ୍ଗମାନଙ୍କଦ୍ୱାରା କିପରି ଅତ୍ୟାଚାରିତ ହେଉଥିଲେ ?

ଉତ୍ତର: ବର୍ଣ୍ଣବୈଷମ୍ୟ ନୀତି ଯୋଗୁଁ ଦକ୍ଷିଣ ଆଫ୍ରିକାରେ ଭାରତୀୟମାନେ ଅନେକ ଅତ୍ୟାଚାରର ସମ୍ମୁଖୀନ ହେଉଥିଲେ। ସେଠାରେ ସେମାନଙ୍କର ଭୋଟ ଦାନ ଅଧିକାର ନଥିଲା ଏବଂ ନାମ ପଞ୍ଜୀକରଣ କରି ଟିକସ ଦେବାକୁ ପଡ଼ୁଥିଲା। ସେମାନଙ୍କ ବସତି ପାଇଁ ଅସ୍ୱାସ୍ଥ୍ୟକର ପରିବେଶ ଉଦ୍ଦିଷ୍ଟ ଥିଲା ଏବଂ ରାତି ୯ଟା ପରେ ବାହାରକୁ ଯିବା ତଥା ପାଦଚଲା ରାସ୍ତା ବ୍ୟବହାର ମନା ଥିଲା। ରେଳଗାଡ଼ିର ପ୍ରଥମ ବା ଦ୍ଵିତୀୟ ଶ୍ରେଣୀରେ ଯାତ୍ରା ନିଷେଧ ଥିଲା ଓ ଶ୍ୱେତାଙ୍ଗମାନେ ସେମାନଙ୍କୁ ‘କୁଲି’ ବୋଲି ସମ୍ବୋଧନ କରୁଥିଲେ

(ଖ) ‘ଚମ୍ପାରନ୍ ଆନ୍ଦୋଳନ’ରେ ମହତ୍ମାଗାନ୍ଧୀଙ୍କ ଭୂମିକା ସମ୍ପର୍କରେ ଆଲୋଚନା କର ।

ଉତ୍ତର: ବିହାରର ଚମ୍ପାରନ୍‌ରେ ଇଂରେଜମାନଙ୍କର ଶୋଷଣ ମୂଳକ 'ତିନିକାଠିଆ ବ୍ୟବସ୍ଥା' ବିରୋଧରେ ରାଜକୁମାର ଶୁକ୍ଳଙ୍କ ଅନୁରୋଧ କ୍ରମେ ଗାନ୍ଧିଜୀ ୧୯୧୭ରେ ସେଠାରେ ପହଞ୍ଚିଥିଲେ। ଜିଲ୍ଲା ଅଧିକାରୀଙ୍କ ଫେରିଯିବା ନିର୍ଦ୍ଦେଶକୁ ସେ ଅମାନ୍ୟ କରିଥିଲେ ଏବଂ ଯେ କୌଣସି ଦଣ୍ଡ ଭୋଗିବାକୁ ପ୍ରସ୍ତୁତ ଥିଲେ। ଶେଷରେ ସରକାର ବାଧ୍ୟ ହୋଇ ତାଙ୍କୁ ତଦନ୍ତ କମିଟିର ସଦସ୍ୟ କଲେ। ଗାନ୍ଧିଜୀଙ୍କ ଉଦ୍ୟମରେ ତିନିକାଠିଆ ବ୍ୟବସ୍ଥା ଉଚ୍ଛେଦ ହେଲା ଏବଂ ଚାଷୀମାନଙ୍କୁ ବେଆଇନ ଆଦାୟ ଅର୍ଥର ୨୫ ଭାଗ ଫେରାଇ ଦିଆଗଲା

(ଗ) ଖେଡ଼ାଠାରେ ଗାନ୍ଧିଜୀ କାହିଁକି ଆନ୍ଦୋଳନ କରିଥିଲେ ଏବଂ ଏହାର ଫଳ କ’ଣ ହୋଇଥିଲା ?

ଉତ୍ତର: ୧୯୧୮ ମସିହାରେ ଦୁର୍ଭିକ୍ଷ ଯୋଗୁଁ ଖେଡ଼ା ଜିଲ୍ଲାରେ ଶସ୍ୟ ଉତ୍ପାଦନ ବାଧାପ୍ରାପ୍ତ ହୋଇଥିଲା। ନିୟମ ଅନୁଯାୟୀ ରାଜସ୍ୱ କୋହଳ କରିବା ପରିବର୍ତ୍ତେ ଇଂରେଜ କର୍ମଚାରୀମାନେ ସମ୍ପୂର୍ଣ୍ଣ ରାଜସ୍ୱ ଆଦାୟ କରିବାକୁ ଚାପ ପକାଇଥିଲେ। ଏହା ବିରୋଧରେ ଗାନ୍ଧିଜୀ ଚାଷୀମାନଙ୍କୁ ସଂଗଠିତ କରି ସତ୍ୟାଗ୍ରହ ଆରମ୍ଭ କଲେ ଏବଂ ଖଜଣା ନଦେବାକୁ ପରାମର୍ଶ ଦେଲେ। ଫଳରେ ଇଂରେଜ ସରକାର ବାଧ୍ୟତାମୂଳକ ଆଦାୟରୁ ନିବୃତ ହେଲେ ଏବଂ ଏକ ଗୁପ୍ତ ନିର୍ଦ୍ଦେଶନାମା ଜାରି କରି କେବଳ ସାମର୍ଥ୍ୟ ଥିବା ଚାଷୀଙ୍କଠାରୁ ରାଜସ୍ୱ ଆଦାୟ କଲେ

(ଘ) ଅହମ୍ମଦାବାଦ ଲୁଗା କାରଖାନା ଆନ୍ଦୋଳନରେ ମହାତ୍ମାଗାନ୍ଧୀଙ୍କ ଭୂମିକା କ’ଣ ଥିଲା ?

ଉତ୍ତର: ଅହମ୍ମଦାବାଦରେ ଲୁଗାକଳ ମାଲିକମାନେ ପ୍ଲେଗ୍ ବୋନସ୍ ପ୍ରତ୍ୟାହାର କରିନେବାରୁ ଶ୍ରମିକମାନଙ୍କ ସହ ବିବାଦ ଉପୁଜିଥିଲା। ମାଲିକମାନେ ୨୦ ଭାଗ ମଜୁରୀ ବୃଦ୍ଧି କରିଥିବା ବେଳେ ଶ୍ରମିକମାନେ ୩୫ ଭାଗ ଦାବି କରିଥିଲେ। ଦାବି ପୂରଣ ନହେବାରୁ ଗାନ୍ଧିଜୀ ଶ୍ରମିକମାନଙ୍କ ସପକ୍ଷରେ ଅହିଂସା ଆନ୍ଦୋଳନ ସହ ଅନଶନ ଆରମ୍ଭ କଲେ। ଏଥିରେ ଭୟଭୀତ ହୋଇ ମାଲିକମାନେ ଶେଷରେ ୩୫ ଭାଗ ମଜୁରୀ ବୃଦ୍ଧି କରିବାକୁ ରାଜି ହୋଇଥିଲେ

(ଙ) ରାଓଲାତ୍ ଆଇନ କ’ଣ ଏବଂ ଏହା ବିରୋଧରେ ଭାରତୀୟମାନଙ୍କର ପ୍ରତିକ୍ରିୟା କିପରି ପ୍ରତିଫଳିତ ହୋଇଥିଲା ?

ଉତ୍ତର: ଇଂରେଜ ସରକାର ବିଚାରପତି ରାଓଲାତ୍‌ଙ୍କ ଅଧ୍ୟକ୍ଷତାରେ ଏକ ଆଇନ ପ୍ରଣୟନ କରିଥିଲେ ଯାହା ବଳରେ ବିନା ବିଚାରରେ ଯେ କୌଣସି ଭାରତୀୟଙ୍କୁ ଗିରଫ କରି କାରାଦଣ୍ଡ ଦିଆଯାଇପାରିବ। ଏହାର ପ୍ରତିବାଦରେ ଗାନ୍ଧିଜୀ ଏକ ଗଣ ସତ୍ୟାଗ୍ରହର ଡାକରା ଦେଲେ। ଦେଶବାସୀ ଏପ୍ରିଲ ୬ ତାରିଖ ଦିନ ସବୁପ୍ରକାର କାର୍ଯ୍ୟ ବନ୍ଦ କରି ଉପବାସ ଓ ପ୍ରାର୍ଥନା ଦ୍ୱାରା ଦେଶବ୍ୟାପୀ ହରତାଳ ପାଳନ କଲେ। ଦିଲ୍ଲୀ, କୋଲକାତା, ମୁମ୍ବାଇ ଆଦି ସ୍ଥାନରେ ଏହା ପ୍ରଚଣ୍ଡ ରୂପ ଧାରଣ କରିଥିଲା

୨. ପ୍ରତ୍ୟେକ ପ୍ରଶ୍ନର ଉତ୍ତର ପ୍ରାୟ ୨୦ ଗୋଟି ଶବ୍ଦରେ ଲେଖ ।

(କ) ଗାନ୍ଧିଜୀ ଦକ୍ଷିଣ ଆଫ୍ରିକାର କେଉଁ ସ୍ଥାନକୁ ଯାଇଥିଲେ ଓ କ’ଣ ପାଇଁ ଯାଇଥିଲେ ?

ଉତ୍ତର: ଗାନ୍ଧିଜୀ ଦାଦା ଅବଦୁଲ୍ଲା ନାମକ ଜଣେ ବ୍ୟବସାୟୀଙ୍କ ଓକିଲ ରୂପେ ଏକ ମୋକଦ୍ଦମା ଲଢ଼ିବା ପାଇଁ ଦକ୍ଷିଣ ଆଫ୍ରିକାର ନାଟାଲ୍‌କୁ ଯାଇଥିଲେ

(ଖ) ଗାନ୍ଧିଜୀ ଦକ୍ଷିଣ ଆଫ୍ରିକାରେ ଭାରତୀୟମାନଙ୍କୁ ଇଂରେଜମାନଙ୍କ ଅତ୍ୟାଚାର ବିରୋଧରେ ସଚେତନ କରିବା ପାଇଁ କ’ଣ କରିଥିଲେ ?

ଉତ୍ତର: ରାଜନୈତିକ ସଚେତନତା ପାଇଁ ସେ ୧୮୯୪ରେ “ନାଟାଲ୍ ଭାରତୀୟ କଂଗ୍ରେସ” ଗଠନ କରିଥିଲେ ଏବଂ ‘ଇଣ୍ଡିଆନ ଓପିନିଅନ୍’ ସମ୍ବାଦ ପତ୍ରିକା ପ୍ରକାଶ କରିଥିଲେ

(ଗ) ଗାନ୍ଧିଜୀ କେଉଁ ଆନ୍ଦୋଳନରେ ପ୍ରଥମ ଥର ପାଇଁ ସତ୍ୟାଗ୍ରହର ପ୍ରୟୋଗ କରିଥିଲେ ?

ଉତ୍ତର: ୧୯୦୬ରେ ଦକ୍ଷିଣ ଆଫ୍ରିକାରେ ଅଙ୍ଗୁଳି ଛାପ ଥିବା ପଞ୍ଜୀକୃତ ପ୍ରମାଣପତ୍ର ଆଇନ୍ (କଳା ଆଇନ୍) ବିରୋଧୀ ଆନ୍ଦୋଳନରେ ସେ ପ୍ରଥମେ ସତ୍ୟାଗ୍ରହ ପ୍ରୟୋଗ କରିଥିଲେ

(ଘ) ତିନିକାଠିଆ ବ୍ୟବସ୍ଥା କ’ଣ ?

 ଉତ୍ତର: ବିହାରର ଚମ୍ପାରନ୍‌ରେ ଚାଷୀମାନଙ୍କୁ ଜମିର କୋଡ଼ିଏ ଭାଗରୁ ତିନିଭାଗ ଅଞ୍ଚଳରେ ବାଧ୍ୟତାମୂଳକ ନୀଳ ଚାଷ କରିବାକୁ ନିର୍ଦ୍ଦେଶ ଥିବା ବ୍ୟବସ୍ଥାକୁ ତିନିକାଠିଆ ବ୍ୟବସ୍ଥା କୁହାଯାଏ

(ଙ) ନୀଳର ଚାହିଦା ହ୍ରାସ ପାଇବା ଫଳରେ ଚମ୍ପାରନ୍‌ରେ ଚାଷୀମାନଙ୍କୁ କିପରି ଶୋଷଣ କରାଗଲା ?

ଉତ୍ତର: ନୀଳର ଚାହିଦା ହ୍ରାସ ପାଇବାରୁ ଚାଷୀମାନଙ୍କୁ ନୀଳଚାଷରୁ ମୁକ୍ତ କରିବା ପାଇଁ ଜମି ଭଡ଼ା ବୃଦ୍ଧି କରାଗଲା ଏବଂ ଅନେକ ବେଆଇନ ଟିକସ ଆଦାୟ କରାଗଲା

(ଚ) ଖେଡ଼ା ସତ୍ୟାଗ୍ରହ କ’ଣ ପାଇଁ ଆରମ୍ଭ ହୋଇଥିଲା ?

ଉତ୍ତର: ଖେଡ଼ାରେ ଦୁର୍ଭିକ୍ଷ ଯୋଗୁଁ ଶସ୍ୟ ଉତ୍ପାଦନ ହ୍ରାସ ପାଇଥିଲେ ମଧ୍ୟ ଇଂରେଜମାନେ ସମ୍ପୂର୍ଣ୍ଣ ରାଜସ୍ୱ ଆଦାୟ କରିବାକୁ ବାଧ୍ୟ କରିବାରୁ ଖେଡ଼ା ସତ୍ୟାଗ୍ରହ ଆରମ୍ଭ ହୋଇଥିଲା

(ଛ) ଅହମ୍ମଦାବାଦ ଲୁଗା କଳର ଶ୍ରମିକମାନଙ୍କର କାହିଁକି ମାଲିକମାନଙ୍କ ସହିତ କଳହ ଆରମ୍ଭ ହେଲା ?

 ଉତ୍ତର: ପ୍ଲେଗ୍ ମହାମାରୀ ପାଇଁ ଶ୍ରମିକମାନଙ୍କୁ ଦିଆଯାଉଥିବା ସ୍ୱତନ୍ତ୍ର ‘ପ୍ଲେଗ୍ ବୋନସ’କୁ ମାଲିକମାନେ ପ୍ରତ୍ୟାହାର କରିଦେବାରୁ ଶ୍ରମିକ ଓ ମାଲିକମାନଙ୍କ ମଧ୍ୟରେ କଳହ ଆରମ୍ଭ ହେଲା

(ଜ) ‘ରାଓଲାତ୍ ଆଇନ’ କ’ଣ ଥିଲା ?

ଉତ୍ତର: ଏହା ଏପରି ଏକ କଠୋର ଆଇନ୍ ଥିଲା ଯାହା ବଳରେ ଇଂରେଜ ସରକାର ଯେ କୌଣସି ଭାରତୀୟଙ୍କୁ ଗିରଫ କରି ବିନା ବିଚାରରେ କାରାଦଣ୍ଡ ଦେଇପାରୁଥିଲେ

(ଝ) ‘ରାଓଲାତ୍ ଆଇନ’ ବିରୁଦ୍ଧରେ ଗାନ୍ଧିଜୀଙ୍କ ଗଣ ସତ୍ୟାଗ୍ରହକୁ ଆନିବେସାନ୍ତଙ୍କ ବ୍ୟତୀତ ଅନ୍ୟ କେଉଁ ନେତାମାନେ ବିରୋଧ କରିଥିଲେ ?

ଉତ୍ତର: ଆନିବେସାନ୍ତଙ୍କ ବ୍ୟତୀତ ଦିନ୍‌ସ ଏଦୁଲ୍‌ଜୀ ୱାଚା, ସୁରେନ୍ଦ୍ରନାଥ ବାନାର୍ଜି, ତେଜ ବାହାଦୂର ସାପ୍ରୁ ଓ ଶ୍ରୀନିବାସ ଶାସ୍ତ୍ରୀ ଏହି ସତ୍ୟାଗ୍ରହକୁ ବିରୋଧ କରିଥିଲେ

(ଞ) ଜାଲିଆନାଓ୍ବାଲାବାଗ୍ ହତ୍ୟାକାଣ୍ଡ କାହିଁକି ସଂଘଟିତ ହୋଇଥିଲା ?

ଉତ୍ତର: ଅମୃତସରରେ ଦୁଇ ନେତାଙ୍କ ଗିରଫଦାରିର ପ୍ରତିବାଦ ତଥା ବୈଶାଖୀ ପାଳନ ପାଇଁ ଏକତ୍ରିତ ଜନତାଙ୍କ ଉପରେ ଜେନେରାଲ ଡାୟାର ଅତର୍କିତ ଗୁଳିଚାଳନା କରିବାରୁ ଏହି ହତ୍ୟାକାଣ୍ଡ ସଂଘଟିତ ହେଲା

୩. ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଗୋଟିଏ ବାକ୍ୟରେ ଲେଖ ।

(କ) ୧୮୯୪ରେ ଗାନ୍ଧିଜୀଙ୍କ ଦ୍ଵାରା କେଉଁ ଅନୁଷ୍ଠାନ ଗଠିତ ହୋଇଥିଲା ?

ଉତ୍ତର: ୧୮୯୪ରେ ଗାନ୍ଧିଜୀଙ୍କ ଦ୍ଵାରା “ନାଟାଲ୍ ଭାରତୀୟ କଂଗ୍ରେସ” ନାମକ ରାଜନୈତିକ ଅନୁଷ୍ଠାନ ଗଠିତ ହୋଇଥିଲା

(ଖ) ‘ଇଣ୍ଡିଆନ ଓପିନିଅନ୍’ ସମ୍ବାଦପତ୍ର କିଏ ପ୍ରକାଶ କରିଥିଲେ ?

ଉତ୍ତର: ଜନସାଧାରଣଙ୍କୁ ସଚେତନ କରିବା ପାଇଁ ମହାତ୍ମା ଗାନ୍ଧୀ ‘ଇଣ୍ଡିଆନ ଓପିନିଅନ୍’ ସମ୍ବାଦପତ୍ର ପ୍ରକାଶ କରିଥିଲେ

(ଗ) ମୋହନଦାସ କରମଚାନ୍ଦ ଗାନ୍ଧୀଙ୍କୁ କିଏ ‘ମହାତ୍ମା’ ଆଖ୍ୟା ଦେଇଥିଲେ ?

 ଉତ୍ତର: ବିଶ୍ୱକବି ରବୀନ୍ଦ୍ରନାଥ ଠାକୁର ମୋହନଦାସ କରମଚାନ୍ଦ ଗାନ୍ଧୀଙ୍କୁ ‘ମହାତ୍ମା’ ଆଖ୍ୟା ଦେଇଥିଲେ

(ଘ) କାହାର ନିମନ୍ତ୍ରଣ କ୍ରମେ ଗାନ୍ଧିଜୀ ଚମ୍ପାରନ୍ ଯାଇଥିଲେ ?

ଉତ୍ତର: ରାଜକୁମାର ଶୁକ୍ଳ ନାମକ ଜଣେ ସ୍ଥାନୀୟ ବାସିନ୍ଦାଙ୍କ ନିମନ୍ତ୍ରଣ କ୍ରମେ ଗାନ୍ଧିଜୀ ଚମ୍ପାରନ୍ ଯାଇଥିଲେ 

୩. ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଗୋଟିଏ ବାକ୍ୟରେ ଲେଖ ।

(ଙ) ଖେଡ଼ା ଆନ୍ଦୋଳନରେ କିଏ ମହାତ୍ମାଗାନ୍ଧୀଙ୍କ ମୁଖ୍ୟ ସହଯୋଗୀ ଥିଲେ ?

ଉତ୍ତର: ଖେଡ଼ା ଆନ୍ଦୋଳନରେ ଇନ୍ଦୁଲାଲ ଯାଜ୍ଞିକ ମହାତ୍ମାଗାନ୍ଧୀଙ୍କର ଜଣେ ମୁଖ୍ୟ ସହଯୋଗୀ ଥିଲେ

(ଚ) ପ୍ଲେଗ ବୋନସ୍‌ କ’ଣ ?

ଉତ୍ତର: ଗୁଜୁରାଟର ଅହମ୍ମଦାବାଦଠାରେ ଲୁଗାକଳଗୁଡ଼ିକର ମାଲିକମାନେ ପ୍ଲେଗ୍ ମହାମାରୀ ପାଇଁ ଶ୍ରମିକମାନଙ୍କୁ ଦେଉଥିବା ସ୍ଵତନ୍ତ୍ର ଭତ୍ତାକୁ ‘ପ୍ଲେଗ୍ ବୋନସ’ କୁହାଯାଉଥିଲା

(ଛ) ଜାଲିଆନାଓ୍ବାଲାବାଗ୍ ହତ୍ୟାକାଣ୍ଡ କେବେ ସଂଘଟିତ ହୋଇଥିଲା ?

ଉତ୍ତର: ଜାଲିଆନାଓ୍ବାଲାବାଗ୍ ହତ୍ୟାକାଣ୍ଡ ୧୯୧୯ ମସିହା ଏପ୍ରିଲ୍ ୧୩ ତାରିଖରେ ସଂଘଟିତ ହୋଇଥିଲା

(ଜ) ଜେନେରାଲ ଡାୟାର୍ କିଏ ଥିଲେ ?

ଉତ୍ତର: ଜେନେରାଲ ଡାୟାର୍ ଅମୃତ୍‌ସରର ସାମରିକ ମୁଖ୍ୟ ଥିଲେ

(ଝ) “କୌଣସି ପ୍ରକାରରେ ଭାରତୀୟମାନେ ସରକାରଙ୍କର ପୈଶାଚିକ ପ୍ରବୃତ୍ତିକୁ ଗ୍ରହଣ କରିବା ପାପ” – ଏହା କିଏ କହିଥିଲେ ?

 ଉତ୍ତର: ଏହା ମହାତ୍ମାଗାନ୍ଧୀ କହିଥିଲେ

(ଞ) ଜାଲିଆଓ୍ୱାଲାବାଗ ହତ୍ୟାକାଣ୍ଡପରେ ଗାନ୍ଧିଜୀ କେଉଁ ଉପାଧୂ ତ୍ୟାଗ କରିଥିଲେ ?

 ଉତ୍ତର: ଜାଲିଆନାଓ୍ବାଲାବାଗ୍ ହତ୍ୟାକାଣ୍ଡ ପରେ ଇଂରେଜ ସରକାରଙ୍କ ବର୍ବରୋଚିତ କାର୍ଯ୍ୟର ପ୍ରତିବାଦ ସ୍ୱରୂପ ଗାନ୍ଧିଜୀ ‘କାଇଜର-ଇ-ହିନ୍ଦ୍’ ଉପାଧି ତ୍ୟାଗ କରିଥିଲେ

୪. ପ୍ରତ୍ୟେକ ପ୍ରଶ୍ନପାଇଁ ଦିଆଯାଇଥୁବା ଚାରିଗୋଟି ବିକଳ୍ପ ମଧ୍ୟରୁ ଠିକ୍ ଉତ୍ତରଟି ବାଛି ତା’ର କ୍ରମିକ ନମ୍ବର ସହିତ ଲେଖ।

(କ) ପ୍ରତ୍ୟେକ ଭାରତୀୟ ନିଜର ଅଙ୍ଗୁଳିଛାପ ଥିବା ପଞ୍ଜୀକରଣ ପ୍ରମାଣପତ୍ରକୁ ସବୁ ସମୟରେ ବହନ କରିବା ସଂକ୍ରାନ୍ତରେ ଦକ୍ଷିଣ ଆଫ୍ରିକା ସରକାର କେବେ ଆଇନ୍ ପ୍ରଣୟନ କରିଥିଲେ ?

  • (i) ୧୮୯୪

  • (ii) ୧୯୦୬

  • (iii) ୧୯୦୮

  • (iv) ୧୯୧୩

  • ଉତ୍ତର: (ii) ୧୯୦୬

(ଖ) ଚାଷୀମାନଙ୍କ ସମସ୍ୟାର ଅନୁଧ୍ୟାନ ପାଇଁ ୧୯୧୭ ଏପ୍ରିଲ୍‌ରେ ଗାନ୍ଧିଜୀ କେଉଁଠାରେ ପହଞ୍ଚିଲେ ?

  • (i) ଖେଡ଼ା

  • (ii) ମୋତିହାରି

  • (iii) ଅହମ୍ମଦାବାଦ

  • (iv) ଅମୃତସର

  • ଉତ୍ତର: (ii) ମୋତିହାରି

(ଗ) ଖେଡ଼ା ଆନ୍ଦୋଳନର ସଫଳତାରେ ପ୍ରଭାବିତ କିଏ ଗାନ୍ଧିଜୀଙ୍କର ଜଣେ ପ୍ରଧାନ ଅନୁଗାମୀ ହୋଇଥିଲେ ?

  • (i) ରାଜକୁମାର ଶୁକ୍ଳ

  • (ii) ରାଜେନ୍ଦ୍ର ପ୍ରସାଦ

  • (iii) ବଲ୍ଲଭଭାଇ ପଟେଲ

  • (iv) ଇନ୍ଦୁଲାଲ୍ ଯାଞ୍ଛିକ୍

  • ଉତ୍ତର: (iii) ବଲ୍ଲଭଭାଇ ପଟେଲ

(ଘ) ରାଓଲାତ୍ ଆଇନ୍ କେବେ ଗୃହୀତ ହୋଇଥିଲା ?

  • (i) ୧୯୧୯ ମାର୍ଚ୍ଚ ୧୮

  • (ii) ୧୯୧୯ ଏପ୍ରିଲ୍ ୬

  • (iii) ୧୯୧୯ ଏପ୍ରିଲ୍ ୧୦

  • (iv) ୧୯୧୯ ଏପ୍ରିଲ୍ ୧୩

  • ଉତ୍ତର: (i) ୧୯୧୯ ମାର୍ଚ୍ଚ ୧୮

(ଙ) ଜାଲିଆନାଓ୍ବାଲାବାଗ୍ କେଉଁଠାରେ ଅବସ୍ଥିତ ?

  • (i) ମୁମ୍ବାଇ

  • (ii) ଅହମ୍ମଦାବାଦ

  • (iii) ଅମୃତସର

  • (iv) ଲାହୋର

  • ଉତ୍ତର: (iii) ଅମୃତସର