📘

WithTeachers

Learning Together

© WithTeachers

Designed with for a better world.
Class 10 ସାହିତ୍ୟ ସିନ୍ଧୁ
ନରେନ୍‌ରୁ ବିବେକାନନ୍ଦ - ଗଦ୍ୟ

ନରେନ୍‌ରୁ ବିବେକାନନ୍ଦ - ଗଦ୍ୟ – Study Material Class 10 ସାହିତ୍ୟ ସିନ୍ଧୁ

୧. ଲେଖକ ପରିଚୟ (ଶରତ କୁମାର ମହାନ୍ତି)

ପରିଚୟଜନ୍ମ ଓ ସମୟ ଶରତ କୁମାର ମହାନ୍ତି (୧୯୩୮-୨୦୦୬) ବିଜ୍ଞାନଦର୍ଶନସମାଜସାହିତ୍ୟସଂସ୍କୃତି ଓ ଆଧ୍ୟାତ୍ମିକତା ସମ୍ବନ୍ଧରେ ପ୍ରବନ୍ଧ ରଚନା କରି ଓଡ଼ିଆ ପ୍ରବନ୍ଧ ସାହିତ୍ୟକୁ ଋଦ୍ଧିମନ୍ତ କରିଛନ୍ତି 

ପାରିବାରିକ ପୃଷ୍ଠଭୂମି ଓ ଜୀବନ ତାଙ୍କର ଜନ୍ମ କଟକ ଜିଲ୍ଲାର ଟାଙ୍ଗୀ ନିକଟବର୍ତ୍ତୀ ଜରିପଡ଼ା ଗ୍ରାମରେ ହୋଇଥିଲା  ଅଧ୍ୟାପନା ଥିଲା ତାଙ୍କର ବୃତ୍ତି  ପ୍ରବୃତ୍ତିରେ ସେ ଥିଲେ ଜଣେ ମନନଶୀଳ ପ୍ରାବନ୍ଧିକ 

ସାହିତ୍ୟ କୃତି ତାଙ୍କର ପ୍ରମୁଖ ବିଜ୍ଞାନ-ବିଷୟକ ପୁସ୍ତକଗୁଡ଼ିକ ହେଲା: 'ବିଜ୍ଞାନ ଦୃଷ୍ଟି', 'ଆକାଶର ଆହ୍ବାନ', 'ଆଟମରୁ କ୍ଵାଣ୍ଟମ୍', 'ବିଜ୍ଞାନ ଦିଗନ୍ତ', ଏବଂ 'ଏକବିଂଶ ଶତାବ୍ଦୀର ନଷ୍ଟ ପରିବେଶ ସାହିତ୍ୟଦର୍ଶନ ଓ ଜୀବନୀ ଆଧାରିତ ପୁସ୍ତକଗୁଡ଼ିକ ମଧ୍ୟରେ 'ସକ୍ରେଟିସ ଓ ପ୍ଲେଟୋ', 'ଅସ୍ତିତ୍ଵବାଦର ମର୍ମକଥା', 'ଗ୍ରୀକ୍ ଜାତିର ଜୀବନଗାଥା', 'ଛତ୍ରପତି ବିବେକାନନ୍ଦ', 'ଗାନ୍ଧୀ ମଣିଷ', 'ଗାନ୍ଧୀ ପରିବାର', 'ବୁଦ୍ଧ ଶରଣଂ ଗଚ୍ଛାମିଏବଂ 'ସଂସ୍କୃତି ଅପସଂସ୍କୃତିଆଦି ଉଲ୍ଲେଖଯୋଗ୍ୟ 

ଶୈଳୀ ଓ ବିଶେଷତ୍ୱ ପଠିତ 'ନରେନ୍‌ରୁ ବିବେକାନନ୍ଦପ୍ରବନ୍ଧଟି ଲେଖକଙ୍କ 'ଛତ୍ରପତି ବିବେକାନନ୍ଦପୁସ୍ତକର ଏକ ଅଂଶବିଶେଷ  ଏଥିରେ ସନ୍ଥ ବିବେକାନନ୍ଦଙ୍କ ଜୀବନୀର କିଛି ଉପାଦେୟ ଦିଗ ଅତ୍ୟନ୍ତ 'ହୃଦୟସ୍ପର୍ଶୀ ତଥା ସହଜବୋଧ୍ୟ ଭାଷାରେସ୍ଥାନ ପାଇଛି 

୨. ପ୍ରତିଟି ଅନୁଚ୍ଛେଦର ବିସ୍ତୃତ ବ୍ୟାଖ୍ୟା

ଭାଗ ୧: ନରେନ୍‌ରୁ ବିବେକାନନ୍ଦ ପିତା ବିଶ୍ଵନାଥ ଦତ୍ତ ଓ ଗୁରୁ ଶ୍ରୀରାମକୃଷ୍ଣଙ୍କୁ ହରାଇବା ପରେ ବାଇଶ ବର୍ଷର ଯୁବକ ନରେନ୍ ସଂସାରରେ ଏକୁଟିଆ ହୋଇଗଲେ  କିନ୍ତୁ ଶ୍ରୀରାମକୃଷ୍ଣ ତାଙ୍କୁ ତାଙ୍କ ଜୀବନର ଲକ୍ଷ୍ୟ ଦେଖାଇ ସାରିଥିଲେ  ଲେଖକଙ୍କ ଭାଷାରେ, 'ନରେନ୍‌ରୁ ବିବେକାନନ୍ଦଙ୍କୁ ଜନ୍ମ ଦେବା ପାଇଁ ଦକ୍ଷିଣେଶ୍ଵର ହୋଇଥିଲା ଏନ୍ତୁଡ଼ିଶାଳ ଓ ସ୍ଵୟଂ ରାମକୃଷ୍ଣ ହୋଇଥିଲେ ଧାତ୍ରୀ ଏହି ଜନ୍ମ ପ୍ରକ୍ରିୟା ଅତ୍ୟନ୍ତ ଜଟିଳ ଓ ରହସ୍ୟମୟ ଥିଲା 

 

ଭାଗ ୨: ଲକ୍ଷ୍ୟ ସ୍ଥିର ନରେନ୍‌ଙ୍କ ମନରେ 'ନିର୍ବିକଳ୍ପ ସମାଧି'ର ଦିବ୍ୟ ଅନୁଭୂତି ପାଇବାକୁ ପ୍ରବଳ ବ୍ୟାକୁଳତା ଥିଲା  ଶ୍ରୀରାମକୃଷ୍ଣଙ୍କ ଇହଧାମ ତ୍ୟାଗର କିଛି ଦିନ ପୂର୍ବରୁନରେନ୍ ଏହି ସମାଧିରେ ଲୀନ ହେଲେ । କିନ୍ତୁ ସମାଧି ଭଙ୍ଗ ପରେ ଠାକୁର କହିଲେ, 'ମାଆ ତତେ ସବୁ ଦେଖାଇ ଦେଲେ । ତେବେ ବର୍ତ୍ତମାନ ଠାରୁ ଏସବୁର ତାଲା ବନ୍ଦ ହେଲା ଓ ଚାବି ମୋ ପାଖରେ ରହିଲା ।କାରଣ ନରେନ୍ କେବଳ ନିଜର ମୁକ୍ତି ଚାହୁଁଥିବାରୁ ଠାକୁର ତାଙ୍କୁ ଧିକ୍କାର କରି କହିଥିଲେ, 'ଭାବିଥିଲିତୁ ଗୋଟାଏ ପ୍ରକାଣ୍ଡ ବଟବୃକ୍ଷ ପରି ହେବୁ ଏବଂ ତୋ’ ଛାଇରେ ହଜାର ହଜାର ମଣିଷ ଆଶ୍ରୟ ପାଇବେକିନ୍ତୁ ତା ନହୋଇ ତୁ କେବଳ ନିଜର ମୁକ୍ତି ଚାହୁଁଛୁ ?'  ଏହି ଘଟଣା ନରେନ୍‌ଙ୍କ ଅନ୍ତରର ଦ୍ୱନ୍ଦ୍ୱ ଦୂର କଲା ଏବଂ ତାଙ୍କୁ 'ଜନସମଷ୍ଟିର ଦୁର୍ଦ୍ଦଶା ମୋଚନାର୍ଥେ ସେବାବ୍ରତପାଇଁ ପ୍ରସ୍ତୁତ କଲା 

 

ଭାଗ ୩: ଜନତା ଜନାର୍ଦ୍ଦନ ଓ ବରାହନଗର ମଠ ବିବେକାନନ୍ଦ 'ଜନତାକୁ ଜନାର୍ଦ୍ଦନରୂପେ ପୂଜା କରିବାକୁ ଆଗେଇ ଆସିଥିଲେ  ଠାକୁରଙ୍କ ଦେହାନ୍ତ ପରେସୁରେଶ ଚନ୍ଦ୍ର ମିତ୍ର ନାମକ ଜଣେ ଗୃହସ୍ଥ ଭକ୍ତ ବରାହନଗରଠାରେ ଏକ ପୁରୁଣା କୋଠା ଦେଲେ । ସେଠାରେ ନରେନ୍ ଓ ଅନ୍ୟ ଶିଷ୍ୟମାନେ ଅତ୍ୟନ୍ତ ଦୁଃଖକଷ୍ଟରେ ଦିନ କାଟିଲେ । 'ମାସ ମାସ ଧରି କଇଁଚିକାକୁଡ଼ି ପତ୍ର ସିଝା ଓ ଲୁଣ ଲଗାଇ ଏମାନେ ଭାତ ଖାଇଛନ୍ତି

 

ଭାଗ ୪: ସନ୍ନ୍ୟାସ ଗ୍ରହଣ ଦିନେ ଆଣ୍ଟପୁର ଗ୍ରାମରେଖ୍ରୀଷ୍ଟମାସ ପୂର୍ବ ରାତିରେନରେନ୍ଦ୍ରନାଥ ଯିଶୁଙ୍କ ତ୍ୟାଗ ଓ ପ୍ରେମର କାହାଣୀ ବର୍ଣ୍ଣନା କଲେ  ସେହି ରାତିରେ ସମସ୍ତେ ଅଗ୍ନିକୁ ସାକ୍ଷୀ ରଖି ସନ୍ନ୍ୟାସ ବ୍ରତ ଗ୍ରହଣ କରିବାକୁ ସଂକଳ୍ପ କଲେ । ପରେ ୧୮୮୭ ଜାନୁୟାରୀରେ ସେମାନେ ଶାସ୍ତ୍ରୀୟ ବିଧି ଅନୁଯାୟୀ ସନ୍ନ୍ୟାସ ଗ୍ରହଣ କଲେ । ଏହି ଷୋହଳ ଜଣ ସନ୍ନ୍ୟାସୀ ଶିଷ୍ୟ ହିଁ ରାମକୃଷ୍ଣ ମିଶନର ମୂଳଦୁଆ ହେଲେ 

 

ଭାଗ ୫: ପରିବ୍ରାଜକ ବିବେକାନନ୍ଦ  ମଠର ସଙ୍ଗଠନ କାମ ସାରି ବିବେକାନନ୍ଦ ୧୮୮୮ରେ ପ୍ରଥମ ଥର ପରିଭ୍ରମଣରେ ବାହାରିଲେ  ଏହି ସମୟରେ ସେ ତାଙ୍କର ପ୍ରଥମ ଶିଷ୍ୟ ଶରତ ଚନ୍ଦ୍ର ଗୁପ୍ତ (ସ୍ଵାମୀ ସଦାନନ୍ଦ)ଙ୍କୁ ପାଇଲେ  ଦ୍ୱିତୀୟ ଥର ଭ୍ରମଣରେ ସେ ଗାଜୀପୁରରେ ସିଦ୍ଧଯୋଗୀ ପାଓହାରୀ ବାବାଙ୍କ ସହ ସାକ୍ଷାତ କଲେ 

 

ଭାଗ ୬: ଭାରତବର୍ଷର ଆବିଷ୍କାର ବିବେକାନନ୍ଦ ତୃତୀୟ ଥର ପାଇଁ ମଠ ତ୍ୟାଗ କଲେ— ଏଥର 'ସେନାପତି ଯୁଦ୍ଧକ୍ଷେତ୍ରକୁ ପରଖି ନେଲା ପରିସେ ସାରା ଭାରତକୁ ବୁଲି ଦେଖିଲେ  ସେ ରାଜା ମହାରାଜାଙ୍କଠାରୁ ଆରମ୍ଭ କରି ସମାଜର ତଳିଆ ଲୋକଙ୍କ ସହ ମିଶିଲେ  ଗୋଟିଏ ଆଦିବାସୀ ବସ୍ତିରେ ସାନ୍ତାଳମାନଙ୍କର ଦାରିଦ୍ର୍ୟ ଓ ତଥାପି ତାଙ୍କ ପ୍ରତି ଥିବା ଶ୍ରଦ୍ଧା ଦେଖି ତାଙ୍କ ହୃଦୟ 'ହାହାକାର କରିଉଠିଲା

 

ଭାଗ ୭: ବାଈଜୀ ଘଟଣା ରାଜପୁତନାର କ୍ଷେତରୀ ମହାରାଜାଙ୍କ ଉତ୍ସବରେ ଜଣେ ବାଈଜୀଙ୍କ ଉପସ୍ଥିତି ଦେଖି ବିବେକାନନ୍ଦ ରାଗିଯାଇ ଉଠିଯିବାକୁ ବସିଲେ  ସେହି ବାଈଜୀ ଜଣକ ମୀରା ଭଜନ ଗାଇଲେ: 'ପ୍ରଭୁ ମେରା ଅବଗୁଣ ଚିତ ନ ଧରୋସମଦରଶୀ ହୈ ନାମ ତୁମ୍‌ହାରା ଏହି ଗୀତ ବିବେକାନନ୍ଦଙ୍କ ଉପରେ ଗଭୀର ପ୍ରଭାବ ପକାଇଲା ଏବଂ ତାଙ୍କୁ ଅଧିକ ଉଦାର ଓ ସମ୍ବେଦନଶୀଳ କରାଇଲା 

 

ଭାଗ ୮: ଦରିଦ୍ର ନାରାୟଣ ସେବା  ବିବେକାନନ୍ଦଙ୍କ ଜ୍ଞାନ କେବଳ ଶାସ୍ତ୍ରରୁ ନୁହେଁବରଂ ଜୀବନର ନିବିଡ଼ ଅନୁଭୂତିରୁ ଆସିଥିଲା  ସେ ସାରା ଦେଶ ବୁଲି ଗୋଟିଏ ନୂତନ ଜ୍ଞାନ ପାଇଲେ— ତାହା ହେଉଛି, 'ଭୋକିଲା ପେଟରେ ଧର୍ମ ଅନାବଶ୍ୟକ ଏହା ତାଙ୍କୁ ରାମକୃଷ୍ଣଙ୍କଠାରୁ ଶୁଣିଥିବା କଥାର ସତ୍ୟତା ପ୍ରମାଣ କଲା  ସେ ସ୍ଥିର କଲେ ଯେ 'ଦରିଦ୍ରନାରାୟଣଙ୍କ ସେବା ହିଁ ସନ୍ନ୍ୟାସୀର ଯଥାର୍ଥ ବ୍ରତ

 

ଭାଗ ୯: ବିବେକାନନ୍ଦଙ୍କ ଶକ୍ତି ଲେଖକ ପ୍ରଶ୍ନ କରିଛନ୍ତିଲୋକମାନେ କାହିଁକି ଏହି ନିଃସ୍ଵ ସନ୍ନ୍ୟାସୀଙ୍କ ପ୍ରତି ଆକୃଷ୍ଟ ହେଉଥିଲେଘଟଣାକ୍ରମରେକେତେକ ଗୁଜୁରାଟୀ ପଣ୍ଡିତ ସ୍ଵାମୀଜୀଙ୍କ ସଂସ୍କୃତରେ ଏକ ବ୍ୟାକରଣଗତ ତ୍ରୁଟି ଧରି ବିଜୟ ଉଲ୍ଲାସ କଲେ । କିନ୍ତୁ ପରେ ସେମାନେ ସ୍ଵୀକାର କଲେ ଯେ ସ୍ଵାମୀଜୀ ତାଦୃଶ ପଣ୍ଡିତ ନୁହନ୍ତି, 'ତେବେ ଏହାଙ୍କ ଚକ୍ଷୁରେ ଏକ ମୋହିନୀ ଶକ୍ତି ଅଛି । ସେହି ଶକ୍ତି ବଳରେ ସେ ଦିଗ୍‌ବିଜୟ କରିଛନ୍ତି ।ତାଙ୍କର ଅସଲ ଶକ୍ତି ଥିଲା 'ମଣିଷକୁ ସ୍ପର୍ଶ ମାତ୍ରକେ ବଦଳେଇ ଦେବାର ଶକ୍ତି

 

ଭାଗ ୧୦: କନ୍ୟାକୁମାରୀରେ ସଂକଳ୍ପ ବିବେକାନନ୍ଦ ପ୍ରତିଜ୍ଞା କରିଥିଲେ ଯେ ଯେତେଦିନ ସେ 'ବୋମା ପରି ଫାଟିସମାଜକୁ ବଦଳାଇ ନ ପାରିଛନ୍ତିସେତେଦିନ ଫେରିବେ ନାହିଁ  ସାରା ଭାରତ ଭ୍ରମଣ କରି ସେ ଶେଷରେ କନ୍ୟାକୁମାରୀରେ ପହଞ୍ଚିଲେ  ସେଠାରେ ସମୁଦ୍ର ମଧ୍ୟରେ ଥିବା 'ଭାରତବର୍ଷର ଶେଷ ପ୍ରସ୍ତର ଖଣ୍ଡଉପରକୁ ପହଁରି ଯାଇ ଧ୍ୟାନସ୍ଥ ହେଲେ । ସେହିଠାରେ ହିଁ ସେ ସ୍ଥିର କଲେ ଯେ ତାଙ୍କୁ 'ଦରିଆପାରି ଯିବାକୁ ପଡ଼ିବ ସେହି ପବିତ୍ର ପୀଠରେ ସେ ବିଦେଶ ଯାତ୍ରା ପାଇଁ ସଂକଳ୍ପବଦ୍ଧ ହେଲେ 

୩. ସାରାଂଶ (ବିସ୍ତୃତ ବ୍ୟାଖ୍ୟା)

'ନରେନ୍‌ରୁ ବିବେକାନନ୍ଦପ୍ରବନ୍ଧରେ ଲେଖକ ଶରତ କୁମାର ମହାନ୍ତି ନରେନ୍ଦ୍ରନାଥ ଦତ୍ତଙ୍କର ସ୍ଵାମୀ ବିବେକାନନ୍ଦରେ ରୂପାନ୍ତରିତ ହେବାର ରହସ୍ୟମୟ ପ୍ରକ୍ରିୟାକୁ ବର୍ଣ୍ଣନା କରିଛନ୍ତି । ଏହି ରୂପାନ୍ତରଣର ମୁଖ୍ୟ ସୂତ୍ରଧର ଥିଲେ ଗୁରୁ ଶ୍ରୀରାମକୃଷ୍ଣଯିଏ ଦକ୍ଷିଣେଶ୍ଵରର ଏନ୍ତୁଡ଼ିଶାଳରେ ଧାତ୍ରୀ ସାଜି ଏହି ମହାମାନବଙ୍କୁ ଜନ୍ମ ଦେଇଥିଲେ 

ପ୍ରବନ୍ଧର ଆରମ୍ଭରେନରେନ୍‌ଙ୍କର 'ନିର୍ବିକଳ୍ପ ସମାଧିପାଇଁ ଥିବା ବ୍ୟାକୁଳତାକୁ ଦର୍ଶାଯାଇଛି  କିନ୍ତୁ ଶ୍ରୀରାମକୃଷ୍ଣ ତାଙ୍କୁ ବୁଝାଇ ଦେଇଥିଲେ ଯେ ତାଙ୍କ ଜନ୍ମ କେବଳ ନିଜର ମୁକ୍ତି ପାଇଁ ନୁହେଁବରଂ ଏକ 'ପ୍ରକାଣ୍ଡ ବଟବୃକ୍ଷପରି ହଜାର ହଜାର ଲୋକଙ୍କୁ ଆଶ୍ରୟ ଦେବା ପାଇଁ ହୋଇଛି  ଏହି ଘଟଣା ନରେନ୍‌ଙ୍କ ଜୀବନର ଦ୍ୱନ୍ଦ୍ୱକୁ ଦୂର କରି 'ମନୁଷ୍ୟର ସେବା ହିଁ ଈଶ୍ୱର ସେବାମାର୍ଗରେ ତାଙ୍କୁ ଅଗ୍ରସର କରାଇଥିଲା 

ଠାକୁରଙ୍କ ଦେହାନ୍ତ ପରେନରେନ୍ ଓ ଅନ୍ୟ ଗୁରୁଭାଇମାନେ ବରାହନଗର ମଠରେ ଅତ୍ୟନ୍ତ ଦାରିଦ୍ର୍ୟ ଓ କଷ୍ଟ ମଧ୍ୟରେ ଦିନ କାଟିଥିଲେ  ୧୮୮୭ ମସିହାରେ ସେମାନେ ବିଧିବଦ୍ଧ ଭାବେ ସନ୍ନ୍ୟାସ ଗ୍ରହଣ କଲେ  ଏହା ପରେ ବିବେକାନନ୍ଦ 'ପରିବ୍ରାଜକସାଜି ସମଗ୍ର ଭାରତବର୍ଷକୁ ପଦବ୍ରଜରେ ଭ୍ରମଣ କଲେ 

ଏହି ଭ୍ରମଣ ହିଁ ତାଙ୍କୁ ପ୍ରକୃତ ଭାରତବର୍ଷ ସହ ପରିଚିତ କରାଇଲା । ସେ ରାଜା-ମହାରାଜାଙ୍କଠାରୁ ଆରମ୍ଭ କରି ଆଦିବାସୀ ସାନ୍ତାଳଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ସହ ମିଶିଲେ  କ୍ଷେତରୀର ବାଈଜୀ ଘଟଣା ତାଙ୍କୁ ଉଦାର ଓ ସମ୍ବେଦନଶୀଳ ହେବାକୁ ଶିକ୍ଷା ଦେଲା  ଏହି ଅଭିଜ୍ଞତାରୁ ସେ ଜାଣିଲେ ଯେ, 'ଭୋକିଲା ପେଟରେ ଧର୍ମ ଅନାବଶ୍ୟକ ସେ ସ୍ଥିର କଲେ ଯେ 'ଦରିଦ୍ରନାରାୟଣଙ୍କ ସେବା ହିଁ ସନ୍ନ୍ୟାସୀର ଯଥାର୍ଥ ବ୍ରତ

ପ୍ରବନ୍ଧର ଶେଷ ଭାଗରେସ୍ଵାମୀଜୀଙ୍କ ଯାତ୍ରା ଭାରତର ଦକ୍ଷିଣ ସୀମାନ୍ତ କନ୍ୟାକୁମାରୀରେ ପହଞ୍ଚିଛି  ସେଠାରେ ସମୁଦ୍ର ମଧ୍ୟରେ ଥିବା ଶେଷ ପ୍ରସ୍ତର ଖଣ୍ଡ ଉପରେ ବସି ସେ ଧ୍ୟାନସ୍ଥ ହେଲେ ଏବଂ ନିଜ ଜୀବନର ଲକ୍ଷ୍ୟ ପୂରଣ ପାଇଁ 'ଦରିଆପାରି ଯିବାକୁସଂକଳ୍ପବଦ୍ଧ ହେଲେ 

୪. କଠିନ ଶବ୍ଦାର୍ଥ

ଅନଭିଜ୍ଞ – ଅଭିଜ୍ଞତାହୀନ ଦୃଢ଼ମନା – ସ୍ଥିର ମନ ଏନ୍ତୁଡ଼ିଶାଳ – ଗାଁ ଗହଳିରେ ପିଲା ଜନ୍ମଗ୍ରହଣ କରିବା ପ୍ରକୋଷ୍ଠ ନିର୍ବିକଳ୍ପ – ଯାହାର ବିକଳ୍ପ ନାହିଁସଂଶୟ ରହିତଅଦ୍ଵିତୀୟ ମୋଚନାର୍ଥେ – ମୁକ୍ତ କରିବା ପାଇଁ ଜନତା ଜନାର୍ଦ୍ଦନ – ଲୋକମାନେ ହିଁ ଦେବତା ପରିବ୍ରାଜକ – ଭ୍ରମଣକାରୀ ନିଗମପଥ – ନିର୍ଗମନ ପଥ ଅର୍ଥାତ ବାହାରିବା ପାଇଁ ବାଟ ଅନୁଗାମୀ – ପଶ୍ଚାଦ୍‌ଗାମୀସହଯାତ୍ରୀ ଅପ୍ରତିଭ – ଅପ୍ରସ୍ତୁତ ତାମସିକତା – ତମୋଗୁଣ ସମ୍ପନ୍ନ ଅନୁରକ୍ତ – ଭଲପାଇବା