ସର୍ବଂସହା ମାଟି- ପଦ୍ୟ – Book Q A Class 10 ସାହିତ୍ୟ ସିନ୍ଧୁ
ପ୍ରଶ୍ନାବଳୀର ସମସ୍ତ ପ୍ରଶ୍ନ ଏବଂ ଉତ୍ତର
ନିର୍ଦ୍ଦିଷ୍ଟ ଉତ୍ତରମୂଳକ :
୧. ବନ୍ଧନୀ ମଧ୍ଯରୁ ଉପଯୁକ୍ତ ଶବ୍ଦବାଛି ଶୂନ୍ୟସ୍ଥାନ ପୂରଣ କର ।
(କ) ଦିହ ସିନା ତୋର ପାହାଡ଼ପଥର _______ ପତର ପ୍ରାଣ । ( ସବୁଜ, କଅଁଳ, ବହଳ )
ଉତ୍ତର: କଅଁଳ
(ଖ) ତୋହରି ଅନ୍ତର ଆଦେଶେ ଚଳେ ମୁଁ ଘୋଷି ତୋର _______ । ( ଜୟଗାନ, ମହାକୀର୍ତ୍ତି, ମହାଯଶ )
ଉତ୍ତର: ମହାଯଶ
(ଗ) କେଉଁଠି ହଜିଛି ଖୋଜି ଦେଏ ମୋର _______ର ଚାବିକାଠି । ( ପ୍ରେରଣା, ଭାବନା, ଚେତନା )
ଉତ୍ତର: ଚେତନା
(ଘ) ଅମାପ ଧରିମୁଁ ଦେଏ ଟିକେ ମୋତେ _______ ହେଉ ମୋର ଛାତି । ( ଟାଣ, ଦୃଢ଼, ନିଦା )
ଉତ୍ତର: ନିଦା
୨. ବିପରୀତାର୍ଥବୋଧକ ଶବ୍ଦ ଲେଖ । ଜନ୍ମ, ଦୁଃଖ, ଦୋଷ, ନିଦା, ଧୀର, ଅମାପ, କଅଁଳ, ସ୍ନେହ
ଉତ୍ତର: ଜନ୍ମ × ମୃତ୍ୟୁ
ଦୁଃଖ × ସୁଖ
ଦୋଷ × ନିର୍ଦୋଷ
ନିଦା × ଫମ୍ପା
ଧୀର × ଚଞ୍ଚଳ
ଅମାପ × ମାପ
କଅଁଳ × ଟାଣ
ସ୍ନେହ × ଘୃଣା
୩. ନିମ୍ନଲିଖିତ ଶବ୍ଦଗୁଡ଼ିକର ଦୁଇଟି ଲେଖାଏଁ ପ୍ରତିଶବ୍ଦ ଲେଖ । ମା, ଦେହ, ଜଳ, ପବନ, ବୁକୁ, ପାଦ
ଉତ୍ତର: ମା: ଜନନୀ,
ମାତା ଦେହ: ଶରୀର, କାୟ,
ଦିହ ଜଳ: ପାଣି, ନୀର, ସଲିଳ
ପବନ: ବାୟୁ, ସମୀର, ଧୀର
ବୁକୁ: ଛାତି, ବକ୍ଷ
ପାଦ: ଚରଣ, ପୟର
୪. ନିମ୍ନଲିଖିତ ଶବ୍ଦମାନଙ୍କର ଗଦ୍ୟରୂପ ଲେଖ । ସେନେହ, ମୁକତି, ଶକତି, ତୃପତି, ସରଗ, ସପନ
ଉତ୍ତର: ସେନେହ – ସ୍ନେହ
ମୁକତି – ମୁକ୍ତି
ଶକତି – ଶକ୍ତି
ତୃପତି – ତୃପ୍ତି
ସରଗ – ସ୍ଵର୍ଗ
ସପନ – ସ୍ଵପ୍ନ
୫. ନିମ୍ନଲିଖିତ ଶବ୍ଦମାନଙ୍କୁ ସାର୍ଥକବାକ୍ୟରେ ବ୍ୟବହାର କର । ଅମାପ, ଅଳି, ଜୟଗାନ, ଚେତନା, ଆଘାତ
ଉତ୍ତର: ଅମାପ: ମାଟି ମା'ର ଧୈର୍ଯ୍ୟ ଅମାପ ଅଟେ ।
ଅଳି: ମା' ପରି ମାଟି ମା' ମୋର ସବୁ ଅଳି ସହ୍ୟ କରେ ।
ଜୟଗାନ: କବି ନିଜ ମାଟି ମା'ର ଜୟଗାନ କରିଛନ୍ତି ।
ଚେତନା: କବି ମାଟି ମା'କୁ ନିଜର ହଜିଯାଇଥିବା ଚେତନାର ଚାବିକାଠି ମାଗିଛନ୍ତି ।
ଆଘାତ: ଆମେ ଜନ୍ମ କାଳରୁ ମାଟି ଦେହରେ ବହୁ ଆଘାତ ଦେଇଛୁ ।
କ୍ଷୁଦ୍ର ଉତ୍ତରମୂଳକ
ସପ୍ରସଙ୍ଗ ସରଳାର୍ଥ
୧୬. ଜନମ କାଳୁ ଯେ... କ୍ଷମିଅଛୁ ଏକା ତୁହି ।
ଦୀର୍ଘ ଉତ୍ତରମୂଳକ
୧୯. ପଠିତ କବିତା ଅବଲମ୍ବନରେ ମାଟି ପ୍ରତି କବିଙ୍କ ମନୋଭାବର ପରିଚୟ ପ୍ରଦାନ କର ।