📘

WithTeachers

Learning Together

© WithTeachers

Designed with for a better world.
Class 10 ସାହିତ୍ୟ ସିନ୍ଧୁ
ଜନ୍ମଭୂମି-ଗଦ୍ୟ

ଜନ୍ମଭୂମି-ଗଦ୍ୟ – Study Material Class 10 ସାହିତ୍ୟ ସିନ୍ଧୁ

 ୧.ପ୍ରାବନ୍ଧିକ ପରିଚୟ

  (କୃଷ୍ଣଚନ୍ଦ୍ର ପାଣିଗ୍ରାହୀ)ପରିଚୟ

ଡଃ କୃଷ୍ଣଚନ୍ଦ୍ର ପାଣିଗ୍ରାହୀ ଜଣେ ବିଶିଷ୍ଟ ପ୍ରତ୍ନତତ୍ତ୍ୱବିତ୍, ଐତିହାସିକ ଏବଂ ପ୍ରାବନ୍ଧିକ ଭାବରେ ସୁପରିଚିତ । ତାଙ୍କର ପ୍ରବନ୍ଧଗୁଡ଼ିକ ତଥ୍ୟଭିତ୍ତିକ, ଗବେଷଣାଧର୍ମୀ ଏବଂ ସରଳ, ସାବଲୀଳ ଓ ହୃଦୟସ୍ପର୍ଶୀ

ଜନ୍ମ ଓ ସମୟ ସେ ୧୯୦୯ ମସିହା ଡିସେମ୍ବର ୧ ତାରିଖରେ ଜନ୍ମଗ୍ରହଣ କରିଥିଲେ ଏବଂ ୧୯୮୭ ମସିହା ଫେବୃଆରୀ ୨୫ ତାରିଖରେ ତାଙ୍କର ଦେହାନ୍ତ ହୋଇଥିଲା

ପାରିବାରିକ ପୃଷ୍ଠଭୂମି ଓ ଜୀବନ ସେ ମୟୁରଭଞ୍ଜ ଜିଲ୍ଲାର ଖିଚିଙ୍ଗ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ

ସାହିତ୍ୟ କୃତି ତାଙ୍କର ପ୍ରମୁଖ କୃତିଗୁଡ଼ିକ ହେଲା "ପ୍ରବନ୍ଧ ମାନସ" , "ଇତିହାସ ଓ କିମ୍ବଦନ୍ତୀ" , "ସାରଳା ସାହିତ୍ୟର ଐତିହାସିକ ଚିତ୍ର" ତାଙ୍କର ଆତ୍ମଜୀବନୀ ହେଉଛି "ମୋ ସମୟର ଓଡ଼ିଶା" ଏବଂ ତାଙ୍କର ଗବେଷଣା ଗ୍ରନ୍ଥ ହେଉଛି "ଭୁବନେଶ୍ୱର ପ୍ରତ୍ନତାତ୍ତ୍ୱିକ ଅବଶେଷ"

ଶୈଳୀ ଓ ବିଶେଷତ୍ୱ "ଜନ୍ମଭୂମି" ପ୍ରବନ୍ଧଟି ତାଙ୍କର "ପ୍ରବନ୍ଧ ମାନସ"ରୁ ସଂଗୃହୀତ ଏଥିରେ ଲେଖକ ଜନ୍ମଭୂମିର ପ୍ରକୃତ ଅର୍ଥ ସନ୍ଧାନ କରିଛନ୍ତି । ସେ ନିଜ ପଲ୍ଲୀ ଜନ୍ମମାଟିର ମହତ୍ତ୍ବ ଦର୍ଶାଇ, ପଲ୍ଲୀରୁ ଆରମ୍ଭ କରି ବିଶ୍ଵବାସୀ ହେବା ପାଇଁ ଆହ୍ୱାନ ଦେଇଛନ୍ତି "ବସୁଧୈବ କୁଟୁମ୍ବକମ୍" ଭାବନା ହିଁ ଏହି ପ୍ରବନ୍ଧର ମୁଖ୍ୟ ବିଶେଷତ୍ୱ

୨. ପ୍ରତିଟି ଅନୁଚ୍ଛେଦର ବିସ୍ତୃତ ବ୍ୟାଖ୍ୟା

ପ୍ରଥମ ଅନୁଚ୍ଛେଦ (ପୃଷ୍ଠଭୂମି ଓ ପ୍ରାରମ୍ଭିକ ଭାବନା): ପ୍ରାବନ୍ଧିକ ଏହି ଅଂଶରେ "ଜନ୍ମଭୂମି"ର ପ୍ରକୃତ ଅର୍ଥ ସନ୍ଧାନ କରିଛନ୍ତି । ସେ କହିଛନ୍ତି ଯେ ସମଗ୍ର ବିଶ୍ୱ ଏକ ପରିବାର ଏବଂ ତାଙ୍କ ଗାଁ ସହିତ ରାଜ୍ୟ, ଦେଶ, ଏସିଆ ମହାଦେଶ ଏବଂ ସମଗ୍ର ପୃଥିବୀ ଅନୁବନ୍ଧିତ ତେଣୁ ବ୍ୟାପକ ଅର୍ଥରେ ସମସ୍ତେ ତାଙ୍କର ଜନ୍ମଭୂମି । ତଥାପି, ଯେଉଁ ମାଟିରେ ସେ ମାତୃଗର୍ଭରୁ ପଡ଼ି ପ୍ରଥମେ ଭୂମି ସ୍ପର୍ଶ କରିଥିଲେ, ସେହି ପଲ୍ଲୀଗ୍ରାମ ହିଁ ତାଙ୍କର ପ୍ରକୃତ ଜନ୍ମଭୂମି ଲେଖକ ଦୂରରେ ରହି ନିଜ ଜନ୍ମଭୂମିର ସେହି ରୂପକୁ ସ୍ମରଣ କରୁଛନ୍ତି


ଦ୍ୱିତୀୟ ଅନୁଚ୍ଛେଦ (ପରିବର୍ତ୍ତନ ଓ ବିଚ୍ଛିନ୍ନତା): ଲେଖକ କହୁଛନ୍ତି ଯେ ଶିକ୍ଷିତ ହେବା ପରେ ବ୍ୟକ୍ତିର ବେଶଭୂଷା, ଆହାର ଓ ବ୍ୟବହାର ବଦଳିଯାଏ ଗ୍ରାମରେ ପୂର୍ବରୁ ଥିବା "ଏକ ପରିବାରତ୍ଵର ପରମ୍ପରା" (ଦାଦା, ଖୁଡ଼ୀ, ମଉସା, ମାଉସୀ ସମ୍ପର୍କ) ସହରରେ ଦେଖିବାକୁ ମିଳେ ନାହିଁ ସେହି ମଧୁର ସମ୍ପର୍କ ଆଉ ନାହିଁ । ଉଦାହରଣ ଦେଇ ସେ କହନ୍ତି, ଗ୍ରାମମୁଣ୍ଡରେ ଥିବା ସାର ମାଉସୀ ଆଗେ ସ୍ନେହରେ "କେବେ ଆସିଲୁ ବାପା?" ବୋଲି ପଚାରୁଥିଲେ, କିନ୍ତୁ ଏବେ "କେବେ ଆସିଲୁ ବାବୁ?" ବୋଲି ସମ୍ବୋଧନ କରୁଛନ୍ତି ସେହିପରି ଗୋବିନ୍ଦା ଭାଇ, ଯିଏ ଆଗେ ସମ୍ମାନର ସହ କୁଟୀରରେ ବସାଇ "ମନବୋଧ ଚଉତିଶା" ବ୍ୟାଖ୍ୟା କରୁଥିଲେ, ଆଜି ଶତ ଚେଷ୍ଟା କଲେ ମଧ୍ୟ ତାଙ୍କଠାରୁ ସେହି ପୂର୍ବ ପ୍ରତ୍ୟୟ ବା ବିଶ୍ୱାସ ଫେରିପାଉ ନାହାନ୍ତି


ତୃତୀୟ ଅନୁଚ୍ଛେଦ (ପଲ୍ଲୀର ବର୍ତ୍ତମାନ ଦୃଶ୍ୟ): ପ୍ରାବନ୍ଧିକ ଗ୍ରାମର ବର୍ତ୍ତମାନର ଦୁଃଖଦ ଚିତ୍ର ଦେଇଛନ୍ତି । ଗାଁଟି ଆଜି ଅବାଞ୍ଛିତ ଓ ଅବହେଳିତ ଅତିଥିରେ (ଯଥା: ଉଲଗ୍ନ, କୃଶୋଦର ବା ଲମ୍ବୋଦର ଶିଶୁ) ପରିପୂର୍ଣ୍ଣ ହୋଇଛି ଗାଁ'ଟି ଅପପୁଷ୍ଟିର ଶିକାର ହୋଇଥିବା ଶିଶୁରେ ଭରିଯାଇଛି । ଲେଖକ ଗାଁକୁ ଗଲେ ପିଲାମାନେ ତାଙ୍କୁ ଆଫ୍ରିକାର ଜେବ୍ରା ବା ଜିରାଫ୍ ଦେଖିଲା ପରି ଆଶ୍ଚର୍ଯ୍ୟରେ ଚାହିଁ ରହନ୍ତି ଗ୍ରାମର ଶିକ୍ଷିତ ଓ ଅର୍ଦ୍ଧଶିକ୍ଷିତ ଯୁବକମାନେ ରାଜନୀତିର ଆଶ୍ରୟ ନେଇଛନ୍ତି, ଯାହାଫଳରେ ପାରିବାରିକ ସମ୍ପର୍କ ଛିନ୍ନ ହୋଇଛି ଏବଂ ଭାଇ-ଭାଇ ମଧ୍ୟରେ ତିକ୍ତତା ଦେଖାଦେଇଛି


ଚତୁର୍ଥ ଓ ପଞ୍ଚମ ଅନୁଚ୍ଛେଦ (ପରମ୍ପରା ଓ ପାଶ୍ଚାତ୍ୟ ପ୍ରଭାବ): ଲେଖକ ପଲ୍ଲୀର ପର୍ବ "ରଜପର୍ବ" କଥା ମନେ ପକାଇଛନ୍ତି । ଏହି କୃଷିଭିତ୍ତିକ ପର୍ବରେ ଗ୍ରାମର ସମସ୍ତେ ଏକାଠି ହୋଇ ଖେଳନ୍ତି, ବୁଲନ୍ତି ଓ ଖାଆନ୍ତି, ଯେଉଁଥିରୁ "ଏକ ପରିବାରତ୍ଵର ପରମ୍ପରା" ଗଢ଼ିଉଠେ କିନ୍ତୁ ଆଜିର ଶିକ୍ଷିତ ଯୁବଗୋଷ୍ଠୀ ପାଶ୍ଚାତ୍ୟ ସଭ୍ୟତାକୁ (ବେଶପୋଷାକ, ଚାଲିଚଳଣ) ଅନୁକରଣ କରି ନିଜକୁ "ଆଭିଜାତ୍ୟ" ଶ୍ରେଣୀର ବୋଲି ଭାବୁଛନ୍ତି । ଅଧିକ ଧନ ଉପାର୍ଜନ କରିବା ହିଁ ଆଭିଜାତ୍ୟର ଚିହ୍ନ ପାଲଟିଛି


ଷଷ୍ଠ ଓ ସପ୍ତମ ଅନୁଚ୍ଛେଦ (କୃତକର୍ମ ଓ ମହାନୁଭବତା): ଲେଖକ ଆଧୁନିକ ଶିକ୍ଷିତ ଯୁବକର ନିଜ ଜନ୍ମଭୂମି ପ୍ରତି ବିଶ୍ୱାସଘାତକତାକୁ ଶ୍ରୀକୃଷ୍ଣଙ୍କ ସହ ତୁଳନା କରିଛନ୍ତି । ଶ୍ରୀକୃଷ୍ଣ ଯେପରି ନନ୍ଦ, ଯଶୋଦା ଓ ଗୋପପୁରର ସ୍ନେହ ପାଇ ମଧ୍ୟ ସେମାନଙ୍କୁ ଛାଡ଼ି ମଥୁରା ଚାଲିଗଲେ ଏବଂ ଆଉ ଫେରିଲେ ନାହିଁ, ଆଜିର ଶିକ୍ଷିତ ଯୁବକ ମଧ୍ୟ ସେହିପରି ଗାଁ ଛାଡ଼ି ଚାଲିଯାଉଛି କିନ୍ତୁ ଶ୍ରୀକୃଷ୍ଣ ମଧ୍ୟ ନିଜ କୃତକର୍ମର ପରିଣାମ ଭୋଗିଥିଲେ ଏବଂ ଶେଷରେ ଏକ ସାମାନ୍ୟ ବ୍ୟାଧର ଶରରେ ପ୍ରାଣ ହରାଇଥିଲେ ପରିଶେଷରେ, ଲେଖକ କହୁଛନ୍ତି, ଯେଉଁ ଶିକ୍ଷିତ ବ୍ୟକ୍ତି ନିଜକୁ ଗ୍ରୀକ୍ ଦେବତା ଆଟଲାସ୍ ପରି ପୃଥିବୀର ଭାର ବହନ କରି କୁବ୍‌ଜ ହୋଇଗଲେ ବୋଲି ଭାବନ୍ତି, ସେମାନେ ପ୍ରକୃତରେ ଜନ୍ମଭୂମି ପ୍ରତି ପ୍ରବଞ୍ଚନା କରନ୍ତି ଲେଖକଙ୍କ ମତରେ ସେହିମାନେ ହିଁ ନମସ୍ୟ, ଯେଉଁମାନେ ନିଜ ମହାନୁଭବତାର ପରିଧିକୁ ପଲ୍ଲୀରୁ ଆରମ୍ଭ କରି ବିଶ୍ୱ ପର୍ଯ୍ୟନ୍ତ ବ୍ୟାପ୍ତ କରିପାରିଛନ୍ତି

୩. ସାରାଂଶ 

"ଜନ୍ମଭୂମି" ପ୍ରବନ୍ଧଟିରେ ପ୍ରାବନ୍ଧିକ ଡଃ କୃଷ୍ଣଚନ୍ଦ୍ର ପାଣିଗ୍ରାହୀ ନିଜ ଜନ୍ମମାଟିର ମହତ୍ତ୍ବ ଏବଂ ଆଧୁନିକ ଶିକ୍ଷିତ ସମାଜର ନିଜ ଜନ୍ମଭୂମି ପ୍ରତି ବଦଳି ଯାଇଥିବା ମନୋଭାବକୁ ଅତି ମାର୍ମିକ ଭାବରେ ବର୍ଣ୍ଣନା କରିଛନ୍ତି । ପ୍ରାବନ୍ଧିକଙ୍କ ମତରେ, ଯଦିଓ "ବସୁଧୈବ କୁଟୁମ୍ବକମ୍" (ସମଗ୍ର ବିଶ୍ୱ ଏକ ପରିବାର) ଭାବନା ଦୃଷ୍ଟିରୁ ସାରା ପୃଥିବୀ ହିଁ ମଣିଷର ଜନ୍ମଭୂମି, ତଥାପି ଯେଉଁ ପଲ୍ଲୀଗ୍ରାମରେ ସେ ପ୍ରଥମେ ଭୂମି ସ୍ପର୍ଶ କରିଛି, ତାହା ହିଁ ତା'ର ପ୍ରକୃତ ଜନ୍ମଭୂମି ଲେଖକ ଦୁଃଖର ସହ ବର୍ଣ୍ଣନା କରିଛନ୍ତି ଯେ, ଆଧୁନିକ ଶିକ୍ଷା ଓ ପାଶ୍ଚାତ୍ୟ ସଭ୍ୟତାର ଅନୁକରଣରେ ଶିକ୍ଷିତ ଯୁବକର ବେଶଭୂଷା ଓ ଆଚାର ବ୍ୟବହାର ଏପରି ବଦଳି ଯାଇଛି ଯେ, ସେ ନିଜ ଗ୍ରାମରୁ ବିଚ୍ଛିନ୍ନ ହୋଇପଡ଼ିଛି । ଗ୍ରାମରେ ପୂର୍ବରୁ ଥିବା "ଏକ ପରିବାରତ୍ଵର ପରମ୍ପରା" (ଯଥା: ସାର ମାଉସୀଙ୍କ ସ୍ନେହ , ଗୋବିନ୍ଦା ଭାଇଙ୍କ ଆନ୍ତରିକତା ) ଆଜି ଆଉ ନାହିଁ । ଗାଁ'ଟି ଆଜି ଅପପୁଷ୍ଟି, ଦାରିଦ୍ର୍ୟ ଓ ଉଲଗ୍ନ ଶିଶୁମାନଙ୍କର ଏକ ଅବହେଳିତ ସ୍ଥାନ ପାଲଟିଛି ଗ୍ରାମର ଶିକ୍ଷିତ ଯୁବକମାନେ ରାଜନୀତିର ଆଶ୍ରୟ ନେଇ ପରସ୍ପର ମଧ୍ୟରେ ତିକ୍ତତା ସୃଷ୍ଟି କରୁଛନ୍ତି ଲେଖକ ଏହି ପରିବର୍ତ୍ତନକୁ ଗ୍ରହଣ କରିପାରୁ ନାହାନ୍ତି, କାରଣ ତାଙ୍କ ମନରେ ଏବେ ବି ରଜପର୍ବ ଭଳି ସାମୂହିକ ଆନନ୍ଦର ସ୍ମୃତି ସତେଜ ରହିଛି ଲେଖକ ଶିକ୍ଷିତ ଯୁବକର ଏହି ଆଚରଣକୁ ଶ୍ରୀକୃଷ୍ଣଙ୍କ ଗୋପପୁର ତ୍ୟାଗ ସହ ତୁଳନା କରିଛନ୍ତି, ଯିଏ ସମସ୍ତ ସ୍ନେହ ପାଇ ମଧ୍ୟ ପଛକୁ ଫେରି ଚାହିଁ ନଥିଲେ କିନ୍ତୁ କବି ସତର୍କ କରାଇ ଦେଇଛନ୍ତି ଯେ, ଶ୍ରୀକୃଷ୍ଣଙ୍କୁ ମଧ୍ୟ ନିଜ କୃତକର୍ମର ଫଳ ଭୋଗିବାକୁ ପଡ଼ିଥିଲା ପରିଶେଷରେ, ପ୍ରାବନ୍ଧିକ ସ୍ପଷ୍ଟ କରିଛନ୍ତି ଯେ, ପ୍ରକୃତ ମହାନୁଭବତା ପଲ୍ଲୀରୁ ହିଁ ଆରମ୍ଭ ହୁଏ । ଯେଉଁ ଶିକ୍ଷିତ ବ୍ୟକ୍ତି ନିଜ ମହାନୁଭବତାର ପରିଧିକୁ ପଲ୍ଲୀରୁ ଆରମ୍ଭ କରି ବିଶ୍ୱ ପର୍ଯ୍ୟନ୍ତ ବ୍ୟାପ୍ତ କରିପାରିଛନ୍ତି, ସେହିମାନେ ହିଁ ପ୍ରକୃତରେ ନମସ୍ୟ

୪. କଠିନ ଶବ୍ଦାର୍ଥ

ବିପାକ: ବିପଦ, ବିପର୍ଯ୍ୟୟ

ତଣ୍ଡୁଳ: ଚାଉଳ

ଜାତିସ୍ମର: ଯେ ପୂର୍ବ ଜନ୍ମର ଘଟଣାବଳୀକୁ ସ୍ମରଣ କରିପାରନ୍ତି

 ଭଞ୍ଜକୀର୍ତ୍ତି: ମୟୁରଭଞ୍ଜର ଭଞ୍ଜବଂଶର ରାଜାମାନଙ୍କ କୀର୍ତ୍ତି

 କିରୀଟିନୀ: ମୁକୁଟମଣ୍ଡିତା

ଆୟୁସୂର୍ଯ୍ୟ: ଆୟୁରୂପକ ସୂର୍ଯ୍ୟ

ଧର୍ମାନ୍ତର: ଅନ୍ୟ ଧର୍ମ

ଉତ୍ସର୍ଗ: ତ୍ୟାଗ

କୁଟୀର: କୁଡ଼ିଆ, ଘର

ନବାଗତ: ନୂଆଁ, ନବିନ

ଶୀର୍ଣ୍ଣ: ଶୁଖିଯାଇଥିବା, ଶୁଖୁଲା ଦେଖାଯିବା

ମଳିନ: ଶୁଖୁଲା

ଉଲଗ୍ନ: ପୋଷାକ ବିହୀନ

 କୃଶୋଦର: ଅପୁଷ୍ଟତା ହେତୁ ଯେଉଁମାନଙ୍କ ପେଟ ପଶି ଯାଇଥାଏ

ଲମ୍ବୋଦର: ରୋଗ କାରଣରୁ ଯେଉଁମାନଙ୍କର ପେଟ ବାହାରି ପଡ଼ିଥାଏ

 ଅବାଞ୍ଛିତ: ଯାହାକୁ ଆମେ ଚାହୁଁନା

ଗଣତନ୍ତ୍ର: ଜନତାଙ୍କ ଶାସନ

ପୁଷ୍ପିତ: ଫୁଟିଲା

ବହ୍ନି: ନିଆଁ, ଅଗ୍ନି

ଅନାଗତ ଯୁଗ: ଭବିଷ୍ୟତ ଯୁଗ, ଯାହା ଆସି ନାହିଁ

କ୍ଲେଶ: କଷ୍ଟ ନିଦାଘ: ସୂର୍ଯ୍ୟ ରଶ୍ମି

ସ୍ତୂପୀକୃତ: ସ୍ତର ବା ଥାକ ଥାକ ହୋଇ ଜମା ରହିଥିବା

 ବନ୍ୟଯୂଥୀ: ଜୁଇଫୁଲ

ସୂର୍ଣ୍ଣ: ସୁନା

ଯୁକ୍ତିବାଦୀ: ତର୍କ କରୁଥିବା ବ୍ୟକ୍ତି

ଆଭିଜାତ୍ୟ: ସମ୍ଭ୍ରାନ୍ତ ପଣିଆ

ନିରର୍ଥକ: ମୂଲ୍ୟହୀନ

କାୟ-କ୍ଳେଶ: ଶରୀରର କଷ୍ଟ

 ଅଳ୍ପକ: କିଛି ପରିମାଣର

ଦୈନିକ: ପ୍ରତିଦିନ

ଜନନୀ: ମାତା, ମାଆ

ଉଦୀୟମାନ: ଲୋକ ସମ୍ମୁଖକୁ ଆସିବା

 ଚିରଦିନ: ସବୁଦିନ

ଅସୀମ: ସୀମା ନାହିଁ ଯାହାର

ପ୍ରବଞ୍ଚନା: ଛଳନା, ଠକାମି

ଅନ୍ଧୀଭୂତ: ଚକ୍ଷୁହୀନ ହେବା

ପଦପଲ୍ଲବ: କଅଁଳ ପତ୍ର ପରି କୋମଳ ପାଦ

 ଅଷ୍ଟପାଟବଂଶୀ: ଶ୍ରୀକୃଷ୍ଣଙ୍କ ଅଷ୍ଟପତ୍ନୀ

 ଅଭ୍ରଂକଷ: ଆକାଶଛୁଆଁ

ପ୍ରଭାସତୀର୍ଥ: ଦ୍ୱାରକା ନିକଟବର୍ତ୍ତୀ ତୀର୍ଥସ୍ଥାନ

 ଗାଥା: କାହାଣୀ, କିମ୍ବଦନ୍ତୀ

ଅତିକ୍ରମ: ପାର ହେବା

ନିମଗ୍ନ: ଲୁପ୍ତ ହେବ

 ଧ୍ୱଂସ: ନଷ୍ଟ ହୋଇଯିବା

କର୍ଣ୍ଣଧାର: ମୁଖ୍ୟ ବ୍ୟକ୍ତି, ନାଉରୀ

କୃତକର୍ମ: କରାଯାଇଥିବା କାମ

 ନିର୍ବୋଧ: ମୁର୍ଖ

ଈଷତ୍: ଅଳ୍ପ

ଏରକାର ବନ: ଶରବନ

 ବିସ୍ମୃତି: ଭୁଲିଯିବା

ନୃତ୍ୟ: ନାଚ

 ଅନାହୂତ: ଅନିମନ୍ତ୍ରିତ (ନ+ଆହୂତ)

 କୁବ୍‌ଜ: କୁଜ

 ଆଟଲାସ୍: ଗ୍ରୀସୀୟ ଦେବତା

ନିଗଡ଼: ବନ୍ଧନ, ଶିକୁଳି