📘

WithTeachers

Learning Together

© WithTeachers

Designed with for a better world.
Class 10 ସାହିତ୍ୟ ସିନ୍ଧୁ
ସଭ୍ୟତା ଓ ବିଜ୍ଞାନ- ଗଦ୍ୟ

ସଭ୍ୟତା ଓ ବିଜ୍ଞାନ- ଗଦ୍ୟ – Study Material Class 10 ସାହିତ୍ୟ ସିନ୍ଧୁ

୧. ଲେଖକ ପରିଚୟ (ବଂଶୀଧର ସାମନ୍ତରାୟ)

ପରିଚୟ ବଂଶୀଧର ସାମନ୍ତରାୟ ଥିଲେ ଓଡ଼ିଶାର ଜଣେ ବିଶିଷ୍ଟ ଶିକ୍ଷାବିତ୍ ଓ ଉଦ୍ଭିଦ ବିଜ୍ଞାନୀ

ଜନ୍ମ ଓ ସମୟ ତାଙ୍କର ସମୟକାଳ ୧୯୧୧ ରୁ ୧୯୭୧ ଖ୍ରୀଷ୍ଟାବ୍ଦ ସେ ଅବିଭକ୍ତ କଟକ ଜିଲ୍ଲାର ପଟ୍ଟାମୁଣ୍ଡାଇ ନିକଟବର୍ତ୍ତୀ ବଡ଼ପଡ଼ା ଗ୍ରାମରେ ଜନ୍ମଗ୍ରହଣ କରିଥିଲେ

ଶିକ୍ଷା ଓ ପାଣ୍ଡିତ୍ୟ ସେ ଉଦ୍ଭିଦ ବିଜ୍ଞାନରେ ବିଲାତରୁ ଉଚ୍ଚତର ଶିକ୍ଷାପ୍ରାପ୍ତ କରିଥିଲେ

ଜୀବନ ସେ ଓଡ଼ିଶାର ଶିକ୍ଷା ବିଭାଗରେ ଅଧ୍ୟାପକ ଭାବେ ଯୋଗଦେଇ ପରବର୍ତ୍ତୀ ସମୟରେ ରେଭେନ୍ସା କଲେଜର ଅଧ୍ୟକ୍ଷ ପଦ ମଣ୍ଡନ କରିଥିଲେ

ସାହିତ୍ୟ କୃତି ବିଜ୍ଞାନ ସମ୍ବନ୍ଧୀୟ ପ୍ରବନ୍ଧ ଓ ଶିଶୁ ସାହିତ୍ୟ ରଚନାରେ ତାଙ୍କର ଆଗ୍ରହ ଥିଲା ତାଙ୍କର ଅନେକ ରଚନା 'ଉତ୍କଳସାହିତ୍ୟ' ପତ୍ରିକାରେ ପ୍ରକାଶ ପାଇଥିଲା ତାଙ୍କର ପ୍ରମୁଖ କୃତିଗୁଡ଼ିକ ହେଲା 'ଦରିଆ ପାରିର ସୁନା' 'ଶିଶୁର ବୀଣା'

ଶୈଳୀ ଓ ବିଶେଷତ୍ୱ ପଠିତ 'ସଭ୍ୟତା ଓ ବିଜ୍ଞାନ' ପ୍ରବନ୍ଧଟି ୧୯୪୨ ମସିହାରେ 'ଉତ୍କଳ ସାହିତ୍ୟ' ପତ୍ରିକାରେ ପ୍ରକାଶ ପାଇଥିଲା ଏହି ପ୍ରବନ୍ଧରେ ସଭ୍ୟତାର ବିକାଶରେ ବିଜ୍ଞାନର ଅବଦାନ ବିଷୟରେ ଆଲୋଚନା କରାଯାଇଛି ଲେଖକଙ୍କ ମତରେ, ବିଜ୍ଞାନକୁ ଅବଲମ୍ବନ କରି ହିଁ ଆଧୁନିକ ମଣିଷ ଉନ୍ନତ ହେବା ସମ୍ଭବ

୨. ପ୍ରତିଟି ମୁଖ୍ୟ ଅନୁଚ୍ଛେଦର ବିସ୍ତୃତ ବ୍ୟାଖ୍ୟା

ପ୍ରଥମ ଅନୁଚ୍ଛେଦ (ସଭ୍ୟତାର ସଂଜ୍ଞା) ପ୍ରାବନ୍ଧିକଙ୍କ ମତରେମାନବ ଜାତି ଯେଉଁ ବୈଷୟିକଶାରୀରିକମାନସିକ ଓ ନୈତିକ ଉନ୍ନତି ଏବଂ ଜ୍ଞାନସାଧନ କରିଥାଏତାହାକୁ ସଭ୍ୟତା କୁହାଯାଏ  ବିଭିନ୍ନ ଯୁଗରେ ଓ ବିଭିନ୍ନ ଜାତିମାନଙ୍କର ସଭ୍ୟତାର ଆଦର୍ଶ ଭିନ୍ନ ଭିନ୍ନ ଥିଲା 

ଦ୍ୱିତୀୟ ଅନୁଚ୍ଛେଦ (ପ୍ରାଚୀନ ସଭ୍ୟତା ଓ ଭାରତୀୟ ସଭ୍ୟତା) ପ୍ରାଚୀନ ଗ୍ରୀସୀୟ ଓ ରୋମୀୟ ସଭ୍ୟତାରେ ବୈଷୟିକ ଉନ୍ନତି ତଥା 'ଭୋଗହିଁ ଆଦର୍ଶ ରୂପେ ପରିଗଣିତ ହେଉଥିଲା । ମାତ୍ର ଭାରତୀୟ ସଭ୍ୟତାର ଆଦର୍ଶ ଥିଲା ସମ୍ପୂର୍ଣ୍ଣ ଅନ୍ୟ ପ୍ରକାରତାହା ଥିଲା 'ତ୍ୟାଗ ଓ ଆତ୍ମସଂଯମ ଭାରତୀୟମାନେ ବୈଷୟିକ ଜଞ୍ଜାଳକୁ ବିପଦର କାରଣ ବୋଲି ଭାବୁଥିଲେ  ଭାରତର ବୈଷୟିକ ଉନ୍ନତିଯାହା ଗ୍ରୀସ୍ ବା ରୋମ୍ ଠାରୁ କମ୍ ନଥିଲାତାହା ଇଚ୍ଛାକୃତ ନଥିଲାବରଂ ତାହା ତ୍ୟାଗମାର୍ଗର ଏକ 'ସ୍ଵତଃସମ୍ଭୂତ ଫଳମାତ୍ର ଥିଲା  ଭାରତର ବୈଶିଷ୍ଟ୍ୟ ହେଉଛି ତା’ର 'ଆଧ୍ୟାତ୍ମିକତା

ତୃତୀୟ ଅନୁଚ୍ଛେଦ (ଆଧୁନିକ ସଭ୍ୟତାର ଆଦର୍ଶ) ବର୍ତ୍ତମାନ ପୃଥିବୀରେ ସଭ୍ୟତାର ଆଦର୍ଶ ହେଉଛି ମାନବର 'ସର୍ବାଙ୍ଗୀନ ଉନ୍ନତି ସାଧନ ଏହା ବୈଷୟିକଶାରୀରିକମାନସିକନୈତିକ ଉନ୍ନତି ସହିତ ବିଶ୍ୱ ମାନବିକତାର ପ୍ରତିଷ୍ଠା ଏବଂ 'ସୃଷ୍ଟିରହସ୍ୟର ଉଦ୍‌ଘାଟନ'କୁ ବୁଝାଏ  ହିନ୍ଦୁମାନେ ଦର୍ଶନଶାସ୍ତ୍ର ମାଧ୍ୟମରେ ଏହି ଲକ୍ଷ୍ୟସ୍ଥଳରେ ପହଞ୍ଚି ପାରିଛନ୍ତି ବୋଲି କହନ୍ତିଯାହା ଶିକ୍ଷାସଂଯମ ଓ ବ୍ରହ୍ମଚର୍ଯ୍ୟ ଦ୍ଵାରା ସମ୍ଭବ ହୁଏ 

ଚତୁର୍ଥ ଅନୁଚ୍ଛେଦ (ଆଧୁନିକ ସଭ୍ୟତାର ପଥ) ଆଧୁନିକ ସଭ୍ୟତା ଏପର୍ଯ୍ୟନ୍ତ ନିଜ ଲକ୍ଷ୍ୟସ୍ଥଳରେ ପହଞ୍ଚି ନାହିଁଏହା ଏବେବି 'ପରୀକ୍ଷଣଅବସ୍ଥାରେ ଚାଲିଛି  ଏହି ଲକ୍ଷ୍ୟସ୍ଥଳରେ ପହଞ୍ଚିବା ପାଇଁ ଆମେ 'ବିଜ୍ଞାନକୁ ହିଁ ଅବଲମ୍ବନକରିଛୁ 

ପଞ୍ଚମ ଅନୁଚ୍ଛେଦ (ବିଜ୍ଞାନ କ’ଣ?) ବ୍ୟାପକ ଅର୍ଥରେକୌଣସି ବିଷୟରେ 'ସମ୍ୟକ୍ ଜ୍ଞାନ'କୁ ବିଜ୍ଞାନ କୁହାଯାଏ  ସାଧାରଣତଃଜଡ଼ ଓ ଜୀବନ୍ତ ବିଷୟରେ ସୁସଂବଦ୍ଧଶୃଙ୍ଖଳିତ ଜ୍ଞାନକୁ ବିଜ୍ଞାନ କୁହାଯାଏ  କଳାବିଦ୍ୟାଦର୍ଶନମନସ୍ତତ୍ତ୍ଵ ଓ ଇତିହାସ ମଧ୍ୟ ବିଜ୍ଞାନର ଅନ୍ତର୍ଗତ 

ଷଷ୍ଠ ଅନୁଚ୍ଛେଦ (ଜଡ଼ବିଜ୍ଞାନର ଅବଦାନ) ଜଡ଼ବିଜ୍ଞାନ (ପଦାର୍ଥ ବିଜ୍ଞାନ ଓ ରସାୟନ ବିଜ୍ଞାନ) ବଳରେ ଆମେ ପ୍ରକୃତିର କ୍ରିୟାକୁ ବୁଝିପାରିଛୁ  ଏହାଦ୍ୱାରା ଆମେ 'ରେଳମଟରଉଡ଼ାଜାହାଜବୁଡ଼ାଜାହାଜବେତାର ଯନ୍ତ୍ରଆଦି ଉପକରଣ ଲାଭ କରିଛୁ  ଆଜି ବିରାଟ ସାଗର 'ଦୁର୍ଲଙ୍ଘାହୋଇନାହିଁ କି ତୁଙ୍ଗ ହିମାଳୟ 'ଦୁରୂହହୋଇ ରହିନାହିଁ 

ସପ୍ତମ ଅନୁଚ୍ଛେଦ (ଜୀବବିଜ୍ଞାନର ଅବଦାନ) ଜୀବବିଜ୍ଞାନ (ପ୍ରାଣୀବିଜ୍ଞାନ ଓ ଉଦ୍ଭିଦ ବିଜ୍ଞାନ) ଚର୍ଚ୍ଚାରୁ ଆମେ ପ୍ରାଣୀର ଗଠନ ଓ ପ୍ରକ୍ରିୟା ବିଷୟରେ ଜାଣିପାରିଛୁ  ଜଡ଼ ଓ ଜୀବବିଜ୍ଞାନର ସମ୍ମିଶ୍ରଣରୁ ଆମେ 'ଶରୀରତତ୍ତ୍ଵଆୟୁର୍ବେଦ (ଡାକ୍ତରୀ)ମନସ୍ତତ୍ତ୍ଵକୃଷି ବିଜ୍ଞାନଆଦି ଶାସ୍ତ୍ରବଳରେ ଜ୍ଞାନର ସୀମା ବିସ୍ତୃତ କରିଛୁ ଓ ବିଭିନ୍ନ ରୋଗ କବଳରୁ ମୁକ୍ତି ଲାଭ କରୁଛୁ 

ଅଷ୍ଟମ ଅନୁଚ୍ଛେଦ (ବିଜ୍ଞାନ ବିରୋଧୀ ମତ) ଆଧୁନିକ ସଭ୍ୟତାର ବିରୋଧୀମାନେ କହନ୍ତି ଯେଏହି ସଭ୍ୟତା ମାନବର 'ଈଶ୍ୱରବିଶ୍ଵାସ କମେଇ ଦେଇତାକୁ ବିପଥଗାମୀ କରିଛି  ବୈଜ୍ଞାନିକମାନେ 'ମାରାତ୍ମକ ଗ୍ୟାସ ଓ ବିସ୍ଫୋରକଉଦ୍ଭାବନ କରି ମାନବକୁ ଧ୍ୱଂସ ପଥର ପଥକ କରୁଛନ୍ତି 

ନବମ ଅନୁଚ୍ଛେଦ (ପ୍ରାବନ୍ଧିକଙ୍କ ଯୁକ୍ତି) ପ୍ରାବନ୍ଧିକ କହନ୍ତିଏହା 'ବିଜ୍ଞାନର ଦୋଷ ନୁହେଁ ଏହିସବୁ ଧ୍ୱଂସ ମାନବର 'ଜ୍ଞାନର ଅଳ୍ପତାଯୋଗୁଁ ଘଟୁଛି  ଯେତେବେଳେ ସଭ୍ୟତାର ଆଦର୍ଶ ସମସ୍ତେ ବୁଝିବେସେତେବେଳେ 'ମୈତ୍ରୀର ଧ୍ଵଜା ଉଡ଼ିବ 'ଡିନାମାଏଟ୍ଭଳି ବିସ୍ଫୋରକ ଦ୍ଵାରା ତୁଙ୍ଗ ଗିରି ଫଟାଇ ହିତକର କାର୍ଯ୍ୟ ମଧ୍ୟ କରାଯାଉଛି 

ଦଶମ ଅନୁଚ୍ଛେଦ (ଧର୍ମ ଓ ବିଜ୍ଞାନ) ଧର୍ମଭାବ କମିଯିବା ଅଭିଯୋଗକୁ ଖଣ୍ଡନ କରି ଲେଖକ କହନ୍ତିବିଜ୍ଞାନ ମଧ୍ୟ ସେହି 'ବିରାଟ ଶକ୍ତି'ର କଳନା କରିବାକୁ ଚେଷ୍ଟା କରୁଛି  ତେଣୁବିଜ୍ଞାନ ଧର୍ମଭାବ କମାଇ ଦେଇଛି ବୋଲି କହିବା 'ସମ୍ପୂର୍ଣ ଅଯୌକ୍ତିକ ବରଂଯଦି ସୃଷ୍ଟି ରହସ୍ୟ ଭେଦ କରିବା ଧର୍ମ ହୁଏତେବେ ଆମେ ଧର୍ମର 'ଅନୁସନ୍ଧାନରେ ନିୟୋଜିତ

ଏକାଦଶ ଅନୁଚ୍ଛେଦ (ଉପସଂହାର) ପ୍ରାବନ୍ଧିକଙ୍କ ମତରେପ୍ରାଚୀନ ସଭ୍ୟତା ମଧ୍ୟ ବିଜ୍ଞାନକୁ 'ପଥପ୍ରଦର୍ଶକବୋଲି ଧରିଥିଲା  ଆଧୁନିକ ସଭ୍ୟତା ମଧ୍ୟ ବିଜ୍ଞାନକୁ ପଥପ୍ରଦର୍ଶକ ରୂପେ ବରଣ କରିଛି  ଯେତେବେଳେ ଆମେ ସମସ୍ତ ବିଷୟ ଜାଣିପାରିବାସେତେବେଳେ ବିଜ୍ଞାନର 'ଅନ୍ଧକାର ଦିଗଟି ଅପସାରିତ ହୋଇଯିବଓ କେବଳ ଆଲୋକମୟ ପ୍ରଭାବ ରହିବ  ଏହି ପଥପ୍ରଦର୍ଶକ ସାହାଯ୍ୟରେ ହିଁ ଆମେ ଏକ 'ଅଲୌକିକ ସଭ୍ୟତା'ର ଅଧିକାରୀ ହୋଇପାରିବୁ 

୩. ସାରାଂଶ (ବିସ୍ତୃତ ବ୍ୟାଖ୍ୟା)

'ସଭ୍ୟତା ଓ ବିଜ୍ଞାନପ୍ରବନ୍ଧରେ ଲେଖକ ବଂଶୀଧର ସାମନ୍ତରାୟ ସଭ୍ୟତାର କ୍ରମବିକାଶରେ ବିଜ୍ଞାନର ଭୂମିକାକୁ ବିଶ୍ଳେଷଣ କରିଛନ୍ତି । ପ୍ରବନ୍ଧ ଆରମ୍ଭରେ ସେ ସଭ୍ୟତାକୁ ମାନବର ବୈଷୟିକଶାରୀରିକମାନସିକ ଓ ନୈତିକ ଉନ୍ନତିର ସମାହାର ବୋଲି କହିଛନ୍ତି  ସେ ପ୍ରାଚୀନ ରୋମୀୟ ଓ ଗ୍ରୀସୀୟ ସଭ୍ୟତାର 'ଭୋଗଆଦର୍ଶକୁ ଭାରତୀୟ ସଭ୍ୟତାର 'ତ୍ୟାଗ ଓ ଆତ୍ମସଂଯମଆଦର୍ଶ ସହ ତୁଳନା କରିଛନ୍ତି  ତାଙ୍କ ମତରେଭାରତର ବୈଶିଷ୍ଟ୍ୟ ହେଉଛି ତା’ର ଆଧ୍ୟାତ୍ମିକତା 

ଆଧୁନିକ ସଭ୍ୟତାର ଆଦର୍ଶ ହେଉଛି ମାନବର ସର୍ବାଙ୍ଗୀନ ଉନ୍ନତି ଓ ସୃଷ୍ଟି ରହସ୍ୟର ଉଦ୍‌ଘାଟନ  ଏହି ଲକ୍ଷ୍ୟ ହାସଲ ପାଇଁ ଆଧୁନିକ ମାନବ 'ବିଜ୍ଞାନ'କୁ ହିଁ ନିଜର ପଥପ୍ରଦର୍ଶକ ଭାବେ ବରଣ କରିଛି 

ବିଜ୍ଞାନର ଅବଦାନ ଅତୁଳନୀୟ । ଜଡ଼ବିଜ୍ଞାନ ବଳରେ ଆମେ ରେଳମଟରଉଡ଼ାଜାହାଜ ଆଦି ଲାଭ କରିଛୁଯାହାଫଳରେ ସାଗର 'ଦୁର୍ଲଙ୍ଘାବା ହିମାଳୟ 'ଦୁରୂହହୋଇ ରହିନାହିଁ  ସେହିପରି ଜୀବବିଜ୍ଞାନ ସାହାଯ୍ୟରେ ଆମେ ଶରୀରତତ୍ତ୍ଵଡାକ୍ତରୀ ବିଦ୍ୟାକୃଷି ବିଜ୍ଞାନ ଆଦିରେ ଉନ୍ନତି କରି ରୋଗ କବଳରୁ ମୁକ୍ତି ପାଇଛୁ 

ପ୍ରାବନ୍ଧିକ ବିଜ୍ଞାନ ବିରୋଧୀ ମତକୁ ମଧ୍ୟ ଉପସ୍ଥାପନ କରିଛନ୍ତି । କେତେକଙ୍କ ମତରେବିଜ୍ଞାନ ମଣିଷର ଈଶ୍ୱରବିଶ୍ଵାସ କମାଇ ତାକୁ ବିପଥଗାମୀ କରିଛି ଏବଂ 'ମାରାତ୍ମକ ଗ୍ୟାସ ଓ ବିସ୍ଫୋରକଦ୍ଵାରା ଧ୍ୱଂସର ପଥ ଦେଖାଇଛି 

ଲେଖକ ଏହି ଯୁକ୍ତିକୁ ଖଣ୍ଡନ କରି କହନ୍ତି ଯେ ଏହା ବିଜ୍ଞାନର ଦୋଷ ନୁହେଁବରଂ 'ମାନବର ଜ୍ଞାନର ଅଳ୍ପତା'ର ପରିଣାମ  ଯେତେବେଳେ ସଭ୍ୟତାର ପ୍ରକୃତ ଆଦର୍ଶକୁ ସମସ୍ତେ ବୁଝିପାରିବେସେତେବେଳେ 'ମୈତ୍ରୀର ଧ୍ଵଜା ଉଡ଼ିବ ସେହିପରି ଧର୍ମଭାବ କମିଯିବା କଥାଟି ମଧ୍ୟ 'ଅଯୌକ୍ତିକ', କାରଣ ବିଜ୍ଞାନ ନିଜେ ସେହି ବିରାଟ ଶକ୍ତିର 'ଅନୁସନ୍ଧାନରେ ନିୟୋଜିତ

ଶେଷରେଲେଖକ ଦୃଢ଼ ମତ ଦିଅନ୍ତି ଯେ ବିଜ୍ଞାନ ହିଁ ସଭ୍ୟତାର ପ୍ରକୃତ 'ପଥପ୍ରଦର୍ଶକ ଯେତେବେଳେ ଆମେ ଏହି ପଥରେ ସମ୍ପୂର୍ଣ୍ଣ ଜ୍ଞାନ ଲାଭ କରିବାସେତେବେଳେ ବିଜ୍ଞାନର ଅନ୍ଧକାର ଦିଗଟି ଅପସାରିତ ହୋଇଯିବ ଏବଂ ମାନବ ଏକ 'ଅଲୌକିକ ସଭ୍ୟତା'ର ଅଧିକାରୀ ହୋଇପାରିବ 

୪. କଠିନ ଶବ୍ଦାର୍ଥ

ବୈଷୟିକ: ବିଷୟ ସମ୍ବନ୍ଧୀୟ

 ନ୍ଯୂନତର: ତୁଚ୍ଛଛୋଟ

ଅଧୁନାତନ: ଆଜିକାଲିକା

ଆତ୍ମସଂଯମ: ନିଜକୁ ନିୟନ୍ତ୍ରଣରେ ରଖିବା

ପରିବେଷ୍ଟିତ: ଆଚ୍ଛାଦିତଚାରିପଟୁ ଘେରା

 ସଂଶ୍ଲିଷ୍ଟ: ଅନ୍ତର୍ଭୁକ୍ତଜଡ଼ିତ

ନିଦର୍ଶନ: ଦୃଷ୍ଟାନ୍ତଉଦାହରଣଚିହ୍ନ

ଉତ୍‌କର୍ଷ: ଶ୍ରେଷ୍ଠତା

ଦୁର୍ଲଙ୍ଘା: ଟପିଯିବା ବା ଲଙ୍ଘନ କରିବା କଷ୍ଟକର

ଦୁରୂହ: କଷ୍ଟସାଧ୍ଯ

ଆହରଣ: ସଂଗ୍ରହ

ପଞ୍ଚଭୂତ: କ୍ଷିତିଅପ୍ତେଜଃମରୁତ୍ବ୍ୟୋମ

ତୁଙ୍ଗଗିରି: ଉଚ୍ଚ ପାହାଡ଼

ଅକ୍ଳେଶ: ଅନାୟାସବିନା କଷ୍ଟରେ

ଅପସାରିତ: ଯାହାକୁ ଦୂର କରାଇ ଦିଆଯାଇଛି

 ଅଲୌକିକ: ଅସାମାନ୍ୟମର୍ତ୍ତ୍ୟରେ ଯାହା ଦୁର୍ଲଭ

ପ୍ରବହମାନ: ଯାହା ବହି ଯାଉଥିବା ଅବସ୍ଥାରେ ଅଛି